ବଟୁ ଗୁମ୍ଫା

ଉଇକିପିଡ଼ିଆ‌ରୁ
ବଟୁ ଗୁମ୍ଫା
Entrance to Batu Caves with the Murugan statue
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictGombak
Location
CountryMalaysia
Architecture
TypeDravidian Architecture
K. Thamboosamy Pillay
Website
www.batucaves.org

ବଟୁ ଗୁମ୍ଫା ,  ମାଲୟେସିଆ ଦେଶର ସେଲଙ୍ଗରଠାରେ ଅବସ୍ଥିତ ଏକ ଚୂନ ପଥର ପାହାଡ ଓ ସେଠାରେ ଗୁମ୍ଫାରେ ମନ୍ଦିର ରହିଛି । ଏହି ପର୍ବତ ନିକଟରେ ପ୍ରବାହିତ ହାଉଥିବା ସାନଗାଇ ବଟୁ ନଦୀର ନାମ ଅନୁସାରେ ଏହି ଗୁମ୍ଫାର ନାମ ବଟୁ ଗୁମ୍ଫା କୁହାଯାଇଥାଏ । ଏହା ଏହିପର୍ବତ ଶ୍ରେଣୀର ଦଶମ ଚୂନ ପଥର ପାହାଡ ଓ ନିକଟରେ ଥିବା ଗ୍ରାମକୁ ମଧ୍ୟ ବଟୁ ଗୁମ୍ଫା କୁହାଯାଇଥାଏ । .

ଏହା ଭାରତ ବାହାରେ ଥିବା ହିନ୍ଦୁ ଧର୍ମ ସ୍ଥଳୀ ମଧ୍ୟରୁ ସର୍ବାଧିକ ଜନପ୍ରିୟ । ମାଲେସିଆ ଦେଶରେ ମଧ୍ୟ ହିନ୍ଦୁ ପର୍ବ ଥାଇପୁସମ ଏଠାରେ ପାଳିତ ହୁଏ । 

ବଟୁ ଗୁମ୍ଫାକୁ ଭଗବାନ ମୁରୁଗାଙ୍କ ଦଶମ ଗୁମ୍ଫା ଭାବରେ କୁହାଯାଇଥାଏ । ଏଠି ମଧ୍ୟରୁ 6 ତୀ ଭାରତରେ ଓ 4 ତୀ ମାଲୟେସିଆରେ ରହିଛି । ମାଲୟେସିଆର ଅନନ୍ୟ ତିନୋଟି କଲ୍ଲୁମଲାଇ ମନ୍ଦିର , ଇୟଫଠାରେ , ତନିମାଳୟ ମନ୍ଦିର ପେନଙ୍ଗଠାରେ ଓ ସନ୍ନସୀମାଳୟ ମନ୍ଦିର ମାଲକ୍କାଠାରେ ଅବସ୍ଥିତ । 

ଏହା ନିକଟରେ ସେଲାୟଙ୍ଗ ନାମକ ଏକ ବୃହତ ଥୋକ ବଜାର ରହିଛି । .

Entrance Shrine at Batu Caves

ଇତିହାସ [ସମ୍ପାଦନା]

Interior of Batu Caves

ଏହି ଗୁମ୍ଫା 400 ମିଲିୟନ ବର୍ଷ ପ୍ରାଚୀନ ବୋଲି କୁହାଯାଏ । ଏଠାରେ ପ୍ରାଚୀନ ଆଦିମ ତେମୁଆନ ଜାତିର ଲୋକ ରହୁଥିଲେ । 1860 ମସିହାର ଆଦ୍ଯ ଭାଗରେ ଚାଇନୀଜମାନେ ଆସି ସେଠାରେ ଖନନ କରି ସାରା ବାହାର କରୁଥିଲେ ଓ ତାହାକୁ କୃଷି କାର୍ଯ୍ୟରେ ବ୍ୟବହାର କରୁଥିଲେ । ତେବେ ବ୍ରିଟିଶମାନେ ଆସିବା ପରେ ଆମେରିକୀୟ ପ୍ରକୃତିବିଦ ୱିଲିୟମ ହାରନାଡେ ପ୍ରଥମେ ସେ ବିଷୟ ଲିପିବଦ୍ଧ ଆକାରରେ ପ୍ରସାର କରିଥିଲେ । 

1980 ମସିହାରେ ଭାରତୀୟ ବଣିକ ଥମ୍ବୁଶମୀ ପିଲାଇ ପ୍ରଥମେ ବଟୁ ଗୁମ୍ଫାରେ ଉପାସନାର ବ୍ୟବସ୍ଥା କରି ସେଠାରେ ଭଗବାନ ମୁରୂଗନଙ୍କ ମନ୍ଦିର ଗୁମ୍ଫା ଭିତରେ ସ୍ଥାପନ କରେଇ ଥିଲେ । 1892 ମସିହାରୁ ସେଠାରେ ଥାଇପୁସମ ଯାତ୍ରା ହେଇଆସୁଛି । 

1920 ମସିହାରେ ସେଟାକୁ କାଷ୍ଠା ନିର୍ମିତ ସୋପାନ ନିର୍ମିତ ହେଇଥିଲା । ତାହା ପରେ 272 ତୀ କଂକ୍ରିଟ ନିର୍ମିତ ସୋପାନ ସେ ସ୍ଥାନରେ କରଯାଇଥିଲା । ଏଠାରେ 3 ତୀ ମୁଖ୍ୟ ଗୁମ୍ଫା ସହ କେତେତି କ୍ଷୁଦ୍ର ଗୁମ୍ଫା ମଧ୍ୟ ରହିଛି । ପାହାଡ ତଳ ଦେଶରେ ଆର୍ଟ ଗଲେରୀ ଓ ସଂଗ୍ରହାଳୟ ରହିଛି । 

Religious site[ସମ୍ପାଦନା]

Standing at 42.7 m (140 ft) high, the world's tallest statue of Murugan, a Hindu deity, is located outside Batu Caves. The statue, which cost approximately 24 million rupees, is made of 1550 cubic metres of concrete, 250 tonnes of steel bars and 300 litres of gold paint brought in from neighbouring Thailand.
Inside The Cave
Batu Caves Inner View

ପ୍ରଶାସନ [ସମ୍ପାଦନା]

ଶ୍ରୀ ମହା ମାରିଆମ୍ମା ମନ୍ଦିର ଦେବସ୍ଥାନମ ପ୍ରତିଷ୍ଠାନ ଏହାର ପରିଚାଳନା କରେ ଓ ଏହାର ମୁଖ୍ୟ ଦପ୍ତର କୁଆଲାଲୁମ୍ପୁରଠାରେ ରହିଛି । ସେମାନେ ମାଲୟେସିଆ ସରକାରଙ୍କୁ ହିନ୍ଦୁ କଲେଣ୍ଡର ଓ ଅନନ୍ୟ ହିନ୍ଦୁ ସମ୍ପର୍କିତ ବିଷୟରେ ପରାମର୍ଶ ଦେଇ ଥାନ୍ତି । 

ପ୍ରକୃତି [ସମ୍ପାଦନା]

ଏହି ଗୁମ୍ଫା ଅଗୁଡିକରେ ବିଭିନ୍ନ ପ୍ରଜାତିର ବାନର ରହିଥାନ୍ତି । ଏହା ଛଡା ବହୁ ସଂଖ୍ୟାରେ ବାଦୁଡି ମଧ୍ୟ ଦେଖାଯାଇଥାନ୍ତି । ଅନ୍ୟ ଗୁମ୍ଫା ଗୁଡିକର ପ୍ରକୃତିକ ଅବସ୍ଥା ବଜାୟ ରଖିବାକୁ ଗୁମ୍ଫା ମଧ୍ୟକୁ ପ୍ରବେଶ ବରଣ କରାଯାଇଛି । ତେବେ ମାଲୟେସିଆ ପ୍ରକୃତି ସଂସ୍ଥାନଦ୍ୱାରା ଶିକ୍ଷା ପାଇଁ ଟୁର ଆୟୋଜନ କରାଯାଏ । 

ପର୍ବତାରୋହଣ[ସମ୍ପାଦନା]

ବଟୁ ଗୁମ୍ଫାକୁ ପହଚିବାକୁ 160 ତୀ ଭିନ୍ନ ମାର୍ଗ ରହିଛି । .[୧]  


ଉନ୍ନୟନ [ସମ୍ପାଦନା]

1970 ମସିହାରୁ ଏହି ଅଞ୍ଚଳରେ ବାସଗୃହ ସମୂହ ନିର୍ମିତ ହେଇ ବସ୍ତିର ଉନ୍ନୟନ ଘଟିଛି । 

ବିଗତ ଦଶନ୍ଧିରେ ଏହି ଅଞ୍ଚଳର ପ୍ରଭୁତ ଉନ୍ନତି ଘଟିଛି । ନୂତନ 515 ମିଲଲିଆନ ଖରଚରେ କୋମୁତର ରେଳ ପରିବର୍ଦ୍ଧନ କାର୍ଯ୍ୟକାରୀ ହେଲା ପରେ ବଟୁ ଗୁମ୍ଫା ଯାଏ ଟ୍ରେନ ଚଳାଚଳ ସମ୍ଭବ ହେଇଛି । ଏଠାରେ ଏକ କେବୁଲ କାର ମଧ୍ୟ 10 ମିଲିୟନ ମଲୟା ମୁଦ୍ରାରେ ନିର୍ମିତ ହେଇ ପର୍ଯ୍ୟଟକଙ୍କ ପାଇଁ ରହିଛି ।[୨][୩] 

.[୪][୫]

Interior of Batu caves

ଯାତାୟତ [ସମ୍ପାଦନା]

ବଟୁ ଗୁମ୍ଫା ସ୍ଥଳରେ ଟ୍ରେନ ଯୋଗେ କୋମୁତର ଷ୍ଟେସନରୁ ଯାଇ ହୁଏ । ଥରେ ପହଞ୍ଚିବାକୁ ବସର ମଧ୍ୟ ସୁବିଧା ରହିଛି ।[୬]

ଗ୍ୟାଲେରି[ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Malaysian Indian
  • Indian Singaporean
  • Kavadi

ଆଧାର [ସମ୍ପାଦନା]

  1. ("Rock Climbing @ Batu Caves".
  2. "Cable car service in Batu Caves next year". New Straits Times. Kuala Lumpur. 16 January 2011. Archived from the original on 29 June 2011. Retrieved 14 April 2011.
  3. "RM10 mil cable car for Batu Caves". Malaysia Kini. 20 January 2011. Retrieved 14 April 2011.
  4. "Cable car service in Batu Caves next year". New Straits Times. Kuala Lumpur. 16 January 2011. Archived from the original on 29 June 2011. Retrieved 14 April 2011.
  5. "RM10 mil cable car for Batu Caves". Malaysia Kini. 20 January 2011. Retrieved 14 April 2011.
  6. "Rock Climbing in Batu Caves". Oxbold.com. Retrieved 19 October 2015.

ବାହାର ଲିଙ୍କ [ସମ୍ପାଦନା]