ପ୍ରଶାନ୍ତ କୁମାର ମୁଦୁଲି
ପ୍ରଶାନ୍ତ କୁମାର ମୁଦୁଲି | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଚିରଞ୍ଜୀବ ବିଶ୍ୱାଳ |
ପର ଅଧିକାରୀ | ଅମରେନ୍ଦ୍ର ଦାସ |
ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ଉମେଶ ଚନ୍ଦ୍ର ସ୍ୱାଇଁ |
ପର ଅଧିକାରୀ | ରଘୁନନ୍ଦନ ଦାସ |
ନିର୍ବାଚନ ମଣ୍ଡଳୀ | ବାଲିକୁଦା-ଏରସମା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯ ଅପ୍ରେଲ ୧୯୬୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ବୈଜୟନ୍ତୀମାଳା ମହାନ୍ତି |
ସନ୍ତାନ | ୧ |
ବାପା/ବୋଉ | ଶଙ୍କର ମୁଦୁଲି |
ବୃତ୍ତି | ରାଜନୀତିଜ୍ଞ |
ପ୍ରଶାନ୍ତ କୁମାର ମୁଦୁଲି (ଜନ୍ମ: ୧୯ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଶାନ୍ତ କୁମାର ମୁଦୁଲି ୧୯୬୪ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶଙ୍କର ମୁଦୁଲି ଓ ପତ୍ନୀଙ୍କ ନାମ ବୈଜୟନ୍ତୀମାଳା ମହାନ୍ତି ।[୧] ତାଙ୍କ ବାପା ଜଣେ ଓଡ଼ିଆ ରାଜନେତା ଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଶାନ୍ତ କୁମାର ମୁଦୁଲି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୦,୪୧୭ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅମରେନ୍ଦ୍ର ଦାସଙ୍କ ଠାରୁ ୨୨,୧୩୮ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ବାଲିକୁଦା-ଏରସମା | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ବାଲିକୁଦା-ଏରସମା | ବିଜୁ ଜନତା ଦଳ |
୨୦୧୯ | ୨୦୨୪ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଜଗତସିଂହପୁର | ବିଜୁ ଜନତା ଦଳ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Prasanta Kumar Muduli". odishaassembly.nic.in. Odisha Assembly. Retrieved 4 May 2022.
- ↑ "General Election to Assembly Constituencies 2024: Jagatsinghpur (Odisha)". Election Commission of India. Retrieved 27 June 2024.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Prasanta Kumar Muduli-ସମ୍ପର୍କିତ ମିଡ଼ିଆ