ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ | |
---|---|
ଜନ୍ମ | ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ୨୭ ଡିସେମ୍ବର ୧୯୪୭ |
ମୃତ୍ୟୁ | ୩୦ ଡିସେମ୍ବର ୨୦୧୯ | (ବୟସ ୭୨)
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ମିଶନ ସ୍କୁଲ, ଖ୍ରୀଷ୍ଟ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ସଂଗୀତକାର |
ବୈବାହିକ-ସାଥୀ | ଆଦିତ୍ୟପ୍ରଭା ପ୍ରସାଦ |
ପିତାମାତା | ଧନେଶ୍ୱର ଖୁଣ୍ଟିଆ ମୀନାରାଣୀ ଖୁଣ୍ଟିଆ |
ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ (୨୭ ଡିସେମ୍ବର ୧୯୪୭ - ୩୦ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଥିଲେ ।[୧] ୧୯୭୩ ମସିହାରୁ କାମ ଆରମ୍ଭ କରି, ସେ ଶତାଧିକ ଓଡ଼ିଆ କଥାଚିତ୍ର ଓ ଆଲବମରେ ସଙ୍ଗୀତ ପରିଚାଳନା ଓ ନିର୍ଦ୍ଦେଶନା କରିଥିଲେ । ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ଗୀତର ସଂଖ୍ୟା ୨୦୦୦ରୁ ଅଧିକ ଓ ସଙ୍ଗୀତ ପରିଚାଳନା କରିଥିବା ଗୀତର ସଂଖ୍ୟା ୫୦୦୦ରୁ ଅଧିକ । ଓଡ଼ିଶା ବାହାରେ ମଧ୍ୟ ସେ ୧୦ଟିରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ସେ ଆର୍କିଡିୟାନ ଓ କିବୋର୍ଡ଼ ଆଦି ବାଦ୍ୟଯନ୍ତ୍ର ମଧ୍ୟ ବଜାଉଥିଲେ ।[୨]
ଜନ୍ମ ଓ ପରିବାର
[ସମ୍ପାଦନା]ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ୧୯୪୭ ମସିହାର ଡିସେମ୍ବର ମାସ ୨୭ ତାରିଖରେ କଟକର ଯାଚକ ଲେନରେ ଜନ୍ମଗ୍ରହଣ କରିଥିଲେ ।[୩] ମା ମୀନାରାଣୀ ଖୁଣ୍ଟିଆ ଜଣେ କଣ୍ଠଶିଳ୍ପୀ ଥିଲେ ଓ ରେଡିଓରେ ଗାଉଥିଲେ । ମାତାଙ୍କ ପ୍ରଭାବରେ ସେ ପିଲାଦିନୁ ସଙ୍ଗୀତପ୍ରତି ଆକୃଷ୍ଟ ହୋଇଥିଲେ । ୧୪ ବର୍ଷ ବୟସରୁ ସେ ପିଆନୋ ଓ ଆର୍କିଡିୟାନ ଆଦି ଶିକ୍ଷା ଆରମ୍ଭ କରିଥିଲେ ।[୪] ତାଙ୍କ ପତ୍ନୀଙ୍କ ନାମ ଆଦିତ୍ୟପ୍ରଭା ପ୍ରସାଦ ।
ସଙ୍ଗୀତ ନିର୍ଦ୍ଦେଶନା
[ସମ୍ପାଦନା]ପୂର୍ଣ୍ଣ ଖୁଣ୍ଟିଆଙ୍କ ନିର୍ଦ୍ଦେଶନାରେ କିଛି ଲୋକପ୍ରିୟ ଗୀତ ଥିଲା :
- ମୁଁ ଜାଣେନା, ତୁମେ ଜାଣନା ଭଲ ପାଇବାର ମାନେ
- ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
- ସେଇ ବର୍ଷା, ସେଇ ରାତି ମନେପଡେ
- ନାଁଟି ତାର ବୁଲ୍ବୁଲ୍
ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ଟିକେ ହସ ଟିକେ ଲୁହ
- ମହୁଆ[୫]
- କୋଣାର୍କ[୬]
ଓଡ଼ିଆ ଆଲବମ
[ସମ୍ପାଦନା]- ସେଇ ବର୍ଷା
ଆଧାର
[ସମ୍ପାଦନା]- ↑ "Songs revive Oriya poems - Pandit Godavarish Mishra's works get a new lease of life as group puts together eight verses in E Bijana Baate". www.telegraphindia.com/. telegraph. Retrieved 30 December 2019.
- ↑ "ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ". www.prameyanews7.com/. prameya news. Retrieved 30 December 2019.
- ↑ "ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଣ୍ଟିଆଙ୍କର ପରଲୋକ". sambad.in. sambad. Retrieved 30 December 2019.
- ↑ "ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପରଲୋକ". No. ସମ୍ବାଦ ୩୧।୧୨।୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ସମ୍ବାଦ. Retrieved 31 December 2019.
- ↑ "Legendary Music Composer Purna Khuntia Passes Away At 72". pragativadi.com. pragativadi. Retrieved 30 December 2019.
- ↑ "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆ". No. ନିତିଦିନ ୩୧/୧୨/୨୦୧୯ ପୃଷ୍ଠା ୨. ନିତିଦିନ. Retrieved 31 December 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ