ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ଜନ୍ମ
ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ

(1947-12-27)୨୭ ଡିସେମ୍ବର ୧୯୪୭
ମୃତ୍ୟୁ୩୦ ଡିସେମ୍ବର ୨୦୧୯(2019-12-30) (ବୟସ ୭୨)
ମୃତ୍ୟୁର କାରଣହୃଦ୍‌ଘାତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନମିଶନ ସ୍କୁଲ, ଖ୍ରୀଷ୍ଟ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ସଂଗୀତକାର
ବୈବାହିକ-ସାଥୀଆଦିତ୍ୟପ୍ରଭା ପ୍ରସାଦ
ପିତାମାତାଧନେଶ୍ୱର ଖୁଣ୍ଟିଆ
ମୀନାରାଣୀ ଖୁଣ୍ଟିଆ

ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ (୨୭ ଡିସେମ୍ବର ୧୯୪୭ - ୩୦ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଥିଲେ ।[୧] ୧୯୭୩ ମସିହାରୁ କାମ ଆରମ୍ଭ କରି, ସେ ଶତାଧିକ ଓଡ଼ିଆ କଥାଚିତ୍ର ଓ ଆଲବମରେ ସଙ୍ଗୀତ ପରିଚାଳନା ଓ ନିର୍ଦ୍ଦେଶନା କରିଥିଲେ । ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ଗୀତର ସଂଖ୍ୟା ୨୦୦୦ରୁ ଅଧିକ ଓ ସଙ୍ଗୀତ ପରିଚାଳନା କରିଥିବା ଗୀତର ସଂଖ୍ୟା ୫୦୦୦ରୁ ଅଧିକ । ଓଡ଼ିଶା ବାହାରେ ମଧ୍ୟ ସେ ୧୦ଟିରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ସେ ଆର୍କିଡିୟାନ ଓ କିବୋର୍ଡ଼ ଆଦି ବାଦ୍ୟଯନ୍ତ୍ର ମଧ୍ୟ ବଜାଉଥିଲେ ।[୨]

ଜନ୍ମ ଓ ପରିବାର[ସମ୍ପାଦନା]

ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ୧୯୪୭ ମସିହାର ଡିସେମ୍ବର ମାସ ୨୭ ତାରିଖରେ କଟକର ଯାଚକ ଲେନରେ ଜନ୍ମଗ୍ରହଣ କରିଥିଲେ ।[୩] ମା ମୀନାରାଣୀ ଖୁଣ୍ଟିଆ ଜଣେ କଣ୍ଠଶିଳ୍ପୀ ଥିଲେ ଓ ରେଡିଓରେ ଗାଉଥିଲେ । ମାତାଙ୍କ ପ୍ରଭାବରେ ସେ ପିଲାଦିନୁ ସଙ୍ଗୀତପ୍ରତି ଆକୃଷ୍ଟ ହୋଇଥିଲେ । ୧୪ ବର୍ଷ ବୟସରୁ ସେ ପିଆନୋ ଓ ଆର୍କିଡିୟାନ ଆଦି ଶିକ୍ଷା ଆରମ୍ଭ କରିଥିଲେ ।[୪] ତାଙ୍କ ପତ୍ନୀଙ୍କ ନାମ ଆଦିତ୍ୟପ୍ରଭା ପ୍ରସାଦ ।

ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

ପୂର୍ଣ୍ଣ ଖୁଣ୍ଟିଆଙ୍କ ନିର୍ଦ୍ଦେଶନାରେ କିଛି ଲୋକପ୍ରିୟ ଗୀତ ଥିଲା :

  • ମୁଁ ଜାଣେନା, ତୁମେ ଜାଣନା ଭଲ ପାଇବାର ମାନେ
  • ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
  • ସେଇ ବର୍ଷା, ସେଇ ରାତି ମନେପଡେ
  • ନାଁଟି ତାର ବୁଲ୍‌ବୁଲ୍

ଓଡ଼ିଆ କଥାଚିତ୍ର[ସମ୍ପାଦନା]

ଓଡ଼ିଆ ଆଲବମ[ସମ୍ପାଦନା]

  • ସେଇ ବର୍ଷା

ଆଧାର[ସମ୍ପାଦନା]

  1. "Songs revive Oriya poems - Pandit Godavarish Mishra's works get a new lease of life as group puts together eight verses in E Bijana Baate". www.telegraphindia.com/. telegraph. Retrieved 30 December 2019.
  2. "ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ". www.prameyanews7.com/. prameya news. Retrieved 30 December 2019.
  3. "ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଣ୍ଟିଆଙ୍କର ପରଲୋକ". sambad.in. sambad. Retrieved 30 December 2019.
  4. "ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପରଲୋକ". No. ସମ୍ବାଦ ୩୧।୧୨।୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ସମ୍ବାଦ. Retrieved 31 December 2019.
  5. "Legendary Music Composer Purna Khuntia Passes Away At 72". pragativadi.com. pragativadi. Retrieved 30 December 2019.
  6. "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆ". No. ନିତିଦିନ ୩୧/୧୨/୨୦୧୯ ପୃଷ୍ଠା ୨. ନିତିଦିନ. Retrieved 31 December 2019.

ବାହାର ଆଧାର[ସମ୍ପାଦନା]