ପାପଡ଼ାହାଣ୍ଡି
ପାପଡ଼ାହାଣ୍ଡି
ପାପଡ଼ାହାଣ୍ଡି | |
---|---|
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ନବରଙ୍ଗପୁର |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ,ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି [୧] ପଞ୍ଚାୟତ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରେ । ତୂରୀ ନଦୀ କୂଳର, ଏହି ସ୍ଥାନରେ ଇଂରେଜ ପୁଲିସ ୨୬ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଗୁଳି କରି ହତ୍ୟା କରିଥିଲା । ଏଠାରେ ଥିବା ବହୁ ପୁରାତନ ଶିବ ମନ୍ଦିର ମଧ୍ୟ ଏକ ପର୍ଯ୍ୟଟକ ଆକର୍ଷଣର ସ୍ଥଳ ।[୨][୩]
ସ୍ୱାଧୀନତା ସଂଗ୍ରାମରେ ଅବଦାନ
[ସମ୍ପାଦନା]୧୯୪୨ ମସିହା ଅଗଷ୍ଟ ମାସ ୨୪ ତାରିଖ[୪] ଦିନ ବାଘ ସିଉନି ଗ୍ରାମର ସଂଗ୍ରାମୀ ମାଧବ ପଧାନୀଙ୍କ[୫] ନେତୃତ୍ୱରେ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ଗୁମ୍ମାଗୁଡାଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଡାବୁଗାଁ ଦିଗରେ ଅଗ୍ରସର ହେଉଥିଲେ[୪] । ଏହି ଶୋଭାଯାତ୍ରାର ଖବର ଗୁପ୍ତଚରମାନେ ପାପଡ଼ାହାଣ୍ଡି ଥାନାର ଅଧିକାରୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ଜଣାଇଲେ । ରାମକୃଷ୍ଣ ପଟ୍ଟନାୟକ ନିଜ କୁକାର୍ଯ୍ୟ ପାଇଁ "କଳାନାଗ" ନାମରେ ପରିଚିତ ଥିଲେ । ଆସନ୍ନ ବିପଦ ଆଶଙ୍କାରେ ସଶସ୍ତ୍ର ଫୌଜ ପ୍ରସ୍ତୁତ କରାଗଲା । ଶୋଭାଯାତ୍ରା ପଥରେ ତୂରୀ ନଦୀରେ ଥିବା କାଠପୋଲ ପାରି ହେଉଥିବା ସମୟରେ, ନଦୀର ଆରପାଖରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଇଂରେଜ ପୁଲିସ, ଶୋଭାଯାତ୍ରାକାରୀଙ୍କୁ ଆଗକୁ ବଢିବାକୁ ବାରଣ କରିଥିଲା । ଏହାକୁ ଅମାନ୍ୟ କରି ସ୍ୱାଧୀନତା ସଂଗ୍ରାମୀମାନେ ଆଗେଇ ଚାଲିବାରୁ, ଇଂରେଜ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଟାଙ୍ଗିଆ ଜଣେ ଇଂରେଜ ପୁଲିସ କର୍ମଚାରୀଙ୍କ କାନରେ ବାଜିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଇଂରେଜ ପୁଲିସ ଅତର୍କିତ ଗୁଳିଚାଳନା କରିଥିଲେ । ଅନେକ ସ୍ୱାଧୀନତା ସଂଗ୍ରାମୀ ସେହି କାଠପୋଲ ଉପରେ ଟଳି ପଡ଼ିଥିବା ବେଳେ, ଆଉ କେତେକ ସ୍ୱାଧୀନତା ସଂଗ୍ରାମୀ ପ୍ରାଣବିକଳରେ ଉଛୁଳା ନଈରେ ଡେଇଁପଡ଼ି ପ୍ରାଣ ହରାଇଥିଲେ । ପୁଲିସ ଲାଠି ଓ ବନେଟ ମାଡରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ । ଘଟଣାସ୍ଥଳରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀ ନିହତ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଳୟକୁ ଯିବା ରାସ୍ତାରେ ପ୍ରାଣତ୍ୟାଗ କରିଥିଲେ । ଅନେକ ଗୁରୁତର ଆହାତ ମଧ୍ୟ ହୋଇଥିଲେ । ୧୦୪ଜଣ ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା ।[୬]
ସହିଦମାନଙ୍କ ତାଲିକା
[ସମ୍ପାଦନା]- ବସ୍ତିଆ ଭତରା, ଦଳେଇଗୁଡା
- ସୁଦୁ ଭତରା, ନନ୍ଦାହାଣ୍ଡି
- ବଳି ସଉରା, ତଣ୍ଡା
- ବୁଦୁ ଅମନାତ୍ଯ, ଉମୁରିପଦର
- ରତନ ରନ୍ଧାରୀ, ତୁରୁଞ୍ଜି
- ଶୁକ୍ରୁ ମୁଦୁଲି, ମୁର୍ଲାବାର
- ଖଗପତି ଅମନାତ୍ଯ, କଙ୍ଗ୍ରା
- ଭରତ ପୂଜାରୀ, ଉସୁରିପଦର
- ରାମଚନ୍ଦ୍ର ଅମନାତ୍ଯ, ଫୁସୁଗାଁ
- ଘାସିଜାନି, ନୂଆଗାଁ
- ବୁଦୁ ଅମନାତ୍ଯ, ତୁରୁଞ୍ଜି
- ଜଗନ୍ନାଥ ଅମନ୍ଯତ, ପାତ୍ରପୁଟ
- ସଦେବ ପୁଜାରୀ, ପତେଇଗୁଡା
- ମଙ୍ଗରୁ ଭତରା, ଉମରିଗାଁ
- ଆନନ୍ଦ ଗୌଡ, ଦୁଃଖୁଗୁଡା
- ପରମାନନ୍ଦ ସଉରା, ମନ୍ତ୍ରିଗୁଡା
- ଭଗବାନ ଭତରା, ମନ୍ତ୍ରିଗୁଡା
- ଶ୍ୟାମ ସୁନ୍ଦରଗୌଡ, ସରୁଗୁଡା
ପାପଡାହାଣ୍ଡି ଏହି ସହିଦମାନଙ୍କ ସ୍ମୃତିରେ, ତୂରୀ ନଦୀ କୂଳରେ ନିର୍ମାଣ କରାଯାଇଛି 'ସହିଦ ମିନାର' । ଏହି 'ସହିଦ ମିନାର' ଭିତରେ ରହିଛି, 'ସହିଦ ସ୍ମୃତି ସ୍ତମ୍ଭ' । ପ୍ରତେକ ବର୍ଷ ଅଗଷ୍ଟ ମାସ ୨୪ ତାରିଖରେ ଏଠାରେ ରାଜ୍ୟସ୍ତରୀୟ ସହିଦ ସ୍ମୃତି ଦିବସ ପାଳନ କରାଯାଏ ।[୭]
ଆଧାର
[ସମ୍ପାଦନା]- ↑ http://books.google.co.in/books?id=ZZbaAAAAMAAJ&q=papadahandi&dq=papadahandi&source=bl&ots=8OwbfnjYNp&sig=_f-L1h6qUzr-ODOrKST8UEiDBpQ&hl=en&sa=X&ei=TeErUPONB43IrQeL4oEY&ved=0CEEQ6AEwBDgK
- ↑ http://books.google.co.in/books?id=qYBuAAAAMAAJ&q=papadahandi&dq=papadahandi&source=bl&ots=jKctjmr2Qd&sig=5T6FdXfFP0667BiWdRB6rO72S70&hl=en&sa=X&ei=7t8rUPijIYzQrQetmoD4BQ&ved=0CD0Q6AEwAg
- ↑ http://books.google.co.in/books?id=0hxMQ3FjDI0C&pg=PA80&lpg=PA80&dq=papadahandi&source=bl&ots=9I0-ar2Znb&sig=cYZpKo_G6jXnroZjLlFwNylyjNo&hl=en&sa=X&ei=7t8rUPijIYzQrQetmoD4BQ&ved=0CGAQ6AEwCQ#v=onepage&q=papadahandi&f=false
- ↑ ୪.୦ ୪.୧ http://books.google.co.in/books?id=gDduAAAAMAAJ&q=papadahandi&dq=papadahandi&source=bl&ots=gV-HtjwVr-&sig=NqiP5CwE6WnHcBYcfk1sp19Rn6E&hl=en&sa=X&ei=TeErUPONB43IrQeL4oEY&ved=0CC4Q6AEwADgK
- ↑ http://books.google.co.in/books?id=kgHtAAAAIAAJ&q=papadahandi&dq=papadahandi&source=bl&ots=veCLByL6Ka&sig=GMFy2NvMgZO15rJHlxK-wM0nmxs&hl=en&sa=X&ei=7t8rUPijIYzQrQetmoD4BQ&ved=0CEEQ6AEwAw
- ↑ ଧରିତ୍ରୀ ୨୪/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ରେ ପ୍ରଭାତୀ ବିଷୟୀଙ୍କ ଲିଖିତ ପ୍ରସଙ୍ଗ "ପାପଡ଼ାହାଣ୍ଡିର ସ୍ମୃତି"
- ↑ ଦୈନିକ ଖବରକାଗଜ 'ସମାଜ' ୧୫/୦୮/୨୦୧୨ରେ ବାଙ୍କବିହାରୀ ବିଷୋୟୀଙ୍କ ଲେଖା