Jump to content

ପାଟଦେଇ

ଉଇକିପିଡ଼ିଆ‌ରୁ
ପାଟଦେଇ  
ଲେଖକବୀଣାପାଣି ମହାନ୍ତି
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ

ପାଟଦେଇ ବୀଣାପାଣି ମହାନ୍ତିଙ୍କ ରଚିତ ଏକ ଓଡ଼ିଆ ଗପ ସଙ୍କଳନ ।[] ତାଙ୍କୁ ଏଥି ପାଇଁ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[][] ଏହି ସଂକଳନଟି ୧୯୮୭ ମସିହାରେ କଟକର "ବିଦ୍ୟାପୁରୀ" ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା ।

ପାଟଦେଇ ଗପରୁ ଏହି ସଂକଳନଟିର ନାମକରଣ ହୋଇଥିଲା । ଗପଟି ଏକ ଗ୍ରାମୀଣ ଝିଅ ପାଟର ଜୀବନ କାହାଣୀକୁ ନେଇ ରଚିତ । ବାସ୍ତବ ଜୀବନରେ ଝିଅଟିକୁ ଲେଖିକା ଏକ ବସଯାତ୍ରା ସମୟରେ ଭେଟିଥିଲେ । ଝିଅଟିର ଅସହାୟତା, ଦମ୍ଭ ଓ ବିଦ୍ରୋହର କାହାଣୀକୁ ନେଇ ଏ ଗପଟି ଗତିଶୀଳ ।[] ଏହି କାହାଣୀଟି ପ୍ରଥମେ ଝଙ୍କାରରେ ପ୍ରକାଶିତ ହୋଇଥିଲା । ଜୟନ୍ତ ମହାପାତ୍ର ଗପଟିକୁ ଇଂରାଜୀରେ ଅନୁବାଦ କରିଥିଲେ ଓ ଲତା ନାମରେ ଗପଟି ୧୯୮୬ ମସିହାରେ ଫେମିନା ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏ ଗପଟି ୧୯୮୭ ମସିହାରେ ଦୂରଦର୍ଶନର କସମକସ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଭାରତୀ ନନ୍ଦୀ ଏହି ଗପକୁ ବଙ୍ଗଳାରେ ଅନୁବାଦ କରି ନାମ ରଖିଥିଲେ ଚିତ୍ରିତ ଅନ୍ଧକାର ଓ ଏହି ଅନୁବାଦ କାର୍ଯ୍ୟ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ସୌଜନ୍ୟରେ ୨୦୦୩ ମସିହାରେ ପୁସ୍ତକଟିକୁ ଦୀପ୍ତି ପ୍ରକାଶ ହିନ୍ଦୀରେ ଅନୁବାଦ କରିଥିଲେ ।[]

  1. Binapani Mohanty (1 January 2006). Patadei (Oriya, Award-Winning). Sahitya Akademi Publications. ISBN 978-81-260-2116-1.
  2. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  3. "ODIA – Sahitya Akademi" (in ଆମେରିକୀୟ ଇଂରାଜୀ). Archived from the original on 2022-07-07. Retrieved 2022-06-28.
  4. Susie J. Tharu; Ke Lalita (1991). Women Writing in India: The twentieth century. Feminist Press at CUNY. pp. 417–. ISBN 978-1-55861-029-3.
  5. http://sahitya-akademi.gov.in/sahitya-akademi/library/meettheauthor/binapani_mohanty.pdf

ଆହୁରି ଦେଖନ୍ତୁ

[ସମ୍ପାଦନା]