ପରମହଂସ ପ୍ରଜ୍ଞାନାନନ୍ଦ

ଉଇକିପିଡ଼ିଆ‌ରୁ
ପରମହଂସ ପ୍ରଜ୍ଞାନାନନ୍ଦ ଗିରି
ପରମହଂସ ପ୍ରଜ୍ଞାନାନନ୍ଦ
ଜନ୍ମତ୍ରିଲୋକୀ ଦାଶ
(1959-08-10) ୧୦ ଅଗଷ୍ଟ ୧୯୫୯ (ବୟସ ୬୪)
ବେଲତଳ, ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ଉପାଧି/ ସମ୍ମାନପରମହଂସ
ସଂସ୍ଥାପକପ୍ରଜ୍ଞାନ ମିଶନ
ଗୁରୁପରମହଂସ ହରିହରାନନ୍ଦ ଗିରି

ପରମହଂସ ପ୍ରଜ୍ଞାନାନନ୍ଦ (ତ୍ରିଲୋକୀ ଦାଶ) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ହିନ୍ଦୁ ସନ୍ୟାସୀ । [୧] ସେ ଜଣେ ଲେଖକ, ବକ୍ତା, କ୍ରିୟାଯୋଗୀ ଓ ଯୋଗଗୁରୁ । ସେ ଆନ୍ତର୍ଜାତୀୟ କ୍ରିୟାଯୋଗ ସଙ୍ଗଠନର ପ୍ରଧାନ ଅଟନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପ୍ରଜ୍ଞାନାନନ୍ଦ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ଅନ୍ତର୍ଗତ ବେଲତଳ ଗ୍ରାମରେ ୧୯୫୯ ମସିହା ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନିରଞ୍ଜନ ଦାଶ ଓ ମାତାଙ୍କ ନାମ ବୈଦେହୀ ଦେବୀ । ତାଙ୍କର ମୂଳ ନାମ ଥିଲା ତ୍ରିଲୋକୀ ଦାଶ । ପଟାମୁଣ୍ଡାଇର ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବା ପରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ ଉଚ୍ଚମାଧ୍ୟମିକ ବିଜ୍ଞାନ ଶିକ୍ଷା ପ୍ରାପ୍ତ କରିଥିଲେ ।[୨] ସେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲା ପରେ, ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଶିକ୍ଷାଦାନ କରିଥିଲେ । ଛାତ୍ର ଅବସ୍ଥାରେ ସେ ପରମହଂସ ହରିହରାନନ୍ଦ ଗିରିଙ୍କଠାରୁ କ୍ରିୟାଯୋଗର ଦୀକ୍ଷା ଗ୍ରହଣ କରିଥିଲେ ।[୩]

କର୍ମଜୀବନ[ସମ୍ପାଦନା]

ପ୍ରଜ୍ଞାନାନନ୍ଦ ଶିକ୍ଷା ଜୀବନ ସାରିବା ପରେ ପ୍ରାଧ୍ୟାପକ ଭାବେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅର୍ଥନୀତିର ଅଧ୍ୟାପକ ଭାବେ କାର୍ଯ୍ୟରତ ରହିଥିଲେ ।[୪] ପ୍ରାୟ ଏଗାର ବର୍ଷ କାର୍ଯ୍ୟରତ ରହିବା ପରେ, ସେ ୧୯୯୩ ମସିହାରେ ସନ୍ନ୍ୟାସ ଗ୍ରହଣ କରି, ସ୍ୱାମୀ ପ୍ରଜ୍ଞାନାନନ୍ଦ ଗିରି ନାମ ଗ୍ରହଣ କରିଥିଲେ । ତାଙ୍କ ୩୯ମ ଜନ୍ମ ଦିବସରେ ତାଙ୍କ ଗୁରୁ ତାଙ୍କୁ ପରମହଂସ ଉପାଧି ପ୍ରଦାନ କରିଥିଲେ । ୧୯୯୯ ମସିହାରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ସେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ଅଭିଭାଷଣ ଦେଇଥିଲେ ।[୫] ଜଣେ ଯୋଗ ଓ ଆଧ୍ୟାତ୍ମିକ ଗୁରୁ ଭାବେ ସେ ବର୍ତ୍ତମାନ କାର୍ଯ୍ୟରତ । ଏତଦବ୍ୟତୀତ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ତାଙ୍କଦ୍ୱାରା ସ୍ଥାପିତ ପ୍ରଜ୍ଞାନ ମିଶନ କାର୍ଯ୍ୟରତ । ସ୍ୱଦେଶୀ ଗୋବଂଶର ସୁରକ୍ଷା ଓ ବୃଦ୍ଧି, ଜୈବିକ କୃଷିର ପ୍ରସାର, ଐତିହପୂର୍ଣ୍ଣ ପ୍ରାଚୀ ନଦୀର ସୁରକ୍ଷା ଆଦି ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ କାର୍ଯ୍ୟ ।[୬] ଦର୍ଶନ ଓ ଅନ୍ୟାନ୍ୟ ବିଷୟ ଉପରେ ସେ ଅନେକ ଗୁଡିଏ ପୁସ୍ତକ ରଚନା କରିଛନ୍ତି ଯାହା ବିଭିନ୍ନ ଭାଷାରେ ପ୍ରକାଶିତ ।[୭]

ରଚନା[୮][୭][ସମ୍ପାଦନା]

  • My Time with the Master
  • Yoga - Pathway to the Divine
  • Only Her Grace: Metaphorical Explanations of Devi Mahatmya
  • Jnana Sankalini Tantra
  • The Yoga sutra of Patanjali
  • The Torah, The Bible and Kriya Yoga
  • The Body’s Dance, the soul’s play

ଆଧାର[ସମ୍ପାଦନା]

  1. "ପ୍ରଜ୍ଞାନ ସାଗରେ ପରମହଂସ". ଓଡ଼ିଶା ଭାସ୍କର. ୧୦ ଅଗଷ୍ଟ ୨୦୧୭. {{cite news}}: Check date values in: |date= (help)
  2. "ବିସ୍ମୟ ଯୋଗୀ ପ୍ରଜ୍ଞାନାନନ୍ଦ". ଦର୍ଶନ ଦୈନିକ ଖବରକାଗଜ. ୧୦ ଅଗଷ୍ଟ ୨୦୧୭. {{cite news}}: Check date values in: |date= (help)
  3. "ପ୍ରଜ୍ଞାନାନନ୍ଦଜୀଙ୍କ ସମ୍ପ୍ରସାରିତ ଅଧ୍ୟାତ୍ମ ଓ ସେବା ଜଗତ". ସମାଜ. ୧୦ ଅଗଷ୍ଟ ୨୦୧୮. {{cite news}}: Check date values in: |date= (help)
  4. "ପରମହଂସ ପ୍ରଜ୍ଞାନାନନ୍ଦ : ଏକ ଅନନ୍ୟ ପ୍ରତିଭା". ପ୍ରମେୟ. ୧୦ ଅଗଷ୍ଟ ୨୦୧୭. {{cite news}}: Check date values in: |date= (help)
  5. "PARLIAMENT OF THE WORLD'S RELIGIONS" Cape Town, South Africa * December 1 - 8, 1999". CONFERENCE RECORDING SERVICE WEB SITE!. Retrieved 3 April 2022.
  6. "Odisha monk campaigns to save indigenous cow-IndiaTV News". www.indiatvnews.com (in ଇଂରାଜୀ). 25 March 2015. Retrieved 14 August 2022. {{cite news}}: |first1= missing |last1= (help)
  7. ୭.୦ ୭.୧ "Paramahamsa Prajnanananda". www.goodreads.com. Retrieved 3 April 2022.
  8. http://www.worldcat.org/identities/lccn-no2001050624/