ପରମହଂସ ପ୍ରଜ୍ଞାନାନନ୍ଦ
ପରମହଂସ ପ୍ରଜ୍ଞାନାନନ୍ଦ ଗିରି | |
---|---|
ଜନ୍ମ | ତ୍ରିଲୋକୀ ଦାଶ ୧୦ ଅଗଷ୍ଟ ୧୯୫୯ ବେଲତଳ, ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ |
ଜାତୀୟତା | ଭାରତୀୟ |
ଉପାଧି/ ସମ୍ମାନ | ପରମହଂସ |
ସଂସ୍ଥାପକ | ପ୍ରଜ୍ଞାନ ମିଶନ |
ଗୁରୁ | ପରମହଂସ ହରିହରାନନ୍ଦ ଗିରି |
ପରମହଂସ ପ୍ରଜ୍ଞାନାନନ୍ଦ (ତ୍ରିଲୋକୀ ଦାଶ) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ହିନ୍ଦୁ ସନ୍ୟାସୀ । [୧] ସେ ଜଣେ ଲେଖକ, ବକ୍ତା, କ୍ରିୟାଯୋଗୀ ଓ ଯୋଗଗୁରୁ । ସେ ଆନ୍ତର୍ଜାତୀୟ କ୍ରିୟାଯୋଗ ସଙ୍ଗଠନର ପ୍ରଧାନ ଅଟନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପ୍ରଜ୍ଞାନାନନ୍ଦ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ଅନ୍ତର୍ଗତ ବେଲତଳ ଗ୍ରାମରେ ୧୯୫୯ ମସିହା ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନିରଞ୍ଜନ ଦାଶ ଓ ମାତାଙ୍କ ନାମ ବୈଦେହୀ ଦେବୀ । ତାଙ୍କର ମୂଳ ନାମ ଥିଲା ତ୍ରିଲୋକୀ ଦାଶ । ପଟାମୁଣ୍ଡାଇର ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବା ପରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ ଉଚ୍ଚମାଧ୍ୟମିକ ବିଜ୍ଞାନ ଶିକ୍ଷା ପ୍ରାପ୍ତ କରିଥିଲେ ।[୨] ସେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲା ପରେ, ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଶିକ୍ଷାଦାନ କରିଥିଲେ । ଛାତ୍ର ଅବସ୍ଥାରେ ସେ ପରମହଂସ ହରିହରାନନ୍ଦ ଗିରିଙ୍କଠାରୁ କ୍ରିୟାଯୋଗର ଦୀକ୍ଷା ଗ୍ରହଣ କରିଥିଲେ ।[୩]
କର୍ମଜୀବନ
[ସମ୍ପାଦନା]ପ୍ରଜ୍ଞାନାନନ୍ଦ ଶିକ୍ଷା ଜୀବନ ସାରିବା ପରେ ପ୍ରାଧ୍ୟାପକ ଭାବେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅର୍ଥନୀତିର ଅଧ୍ୟାପକ ଭାବେ କାର୍ଯ୍ୟରତ ରହିଥିଲେ ।[୪] ପ୍ରାୟ ଏଗାର ବର୍ଷ କାର୍ଯ୍ୟରତ ରହିବା ପରେ, ସେ ୧୯୯୩ ମସିହାରେ ସନ୍ନ୍ୟାସ ଗ୍ରହଣ କରି, ସ୍ୱାମୀ ପ୍ରଜ୍ଞାନାନନ୍ଦ ଗିରି ନାମ ଗ୍ରହଣ କରିଥିଲେ । ତାଙ୍କ ୩୯ମ ଜନ୍ମ ଦିବସରେ ତାଙ୍କ ଗୁରୁ ତାଙ୍କୁ ପରମହଂସ ଉପାଧି ପ୍ରଦାନ କରିଥିଲେ । ୧୯୯୯ ମସିହାରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ସେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ଅଭିଭାଷଣ ଦେଇଥିଲେ ।[୫] ଜଣେ ଯୋଗ ଓ ଆଧ୍ୟାତ୍ମିକ ଗୁରୁ ଭାବେ ସେ ବର୍ତ୍ତମାନ କାର୍ଯ୍ୟରତ । ଏତଦବ୍ୟତୀତ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ତାଙ୍କଦ୍ୱାରା ସ୍ଥାପିତ ପ୍ରଜ୍ଞାନ ମିଶନ କାର୍ଯ୍ୟରତ । ସ୍ୱଦେଶୀ ଗୋବଂଶର ସୁରକ୍ଷା ଓ ବୃଦ୍ଧି, ଜୈବିକ କୃଷିର ପ୍ରସାର, ଐତିହପୂର୍ଣ୍ଣ ପ୍ରାଚୀ ନଦୀର ସୁରକ୍ଷା ଆଦି ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ କାର୍ଯ୍ୟ ।[୬] ଦର୍ଶନ ଓ ଅନ୍ୟାନ୍ୟ ବିଷୟ ଉପରେ ସେ ଅନେକ ଗୁଡିଏ ପୁସ୍ତକ ରଚନା କରିଛନ୍ତି ଯାହା ବିଭିନ୍ନ ଭାଷାରେ ପ୍ରକାଶିତ ।[୭]
- My Time with the Master
- Yoga - Pathway to the Divine
- Only Her Grace: Metaphorical Explanations of Devi Mahatmya
- Jnana Sankalini Tantra
- The Yoga sutra of Patanjali
- The Torah, The Bible and Kriya Yoga
- The Body’s Dance, the soul’s play
ଆଧାର
[ସମ୍ପାଦନା]- ↑ "ପ୍ରଜ୍ଞାନ ସାଗରେ ପରମହଂସ". ଓଡ଼ିଶା ଭାସ୍କର. ୧୦ ଅଗଷ୍ଟ ୨୦୧୭.
{{cite news}}
: Check date values in:|date=
(help) - ↑ "ବିସ୍ମୟ ଯୋଗୀ ପ୍ରଜ୍ଞାନାନନ୍ଦ". ଦର୍ଶନ ଦୈନିକ ଖବରକାଗଜ. ୧୦ ଅଗଷ୍ଟ ୨୦୧୭.
{{cite news}}
: Check date values in:|date=
(help) - ↑ "ପ୍ରଜ୍ଞାନାନନ୍ଦଜୀଙ୍କ ସମ୍ପ୍ରସାରିତ ଅଧ୍ୟାତ୍ମ ଓ ସେବା ଜଗତ". ସମାଜ. ୧୦ ଅଗଷ୍ଟ ୨୦୧୮.
{{cite news}}
: Check date values in:|date=
(help) - ↑ "ପରମହଂସ ପ୍ରଜ୍ଞାନାନନ୍ଦ : ଏକ ଅନନ୍ୟ ପ୍ରତିଭା". ପ୍ରମେୟ. ୧୦ ଅଗଷ୍ଟ ୨୦୧୭.
{{cite news}}
: Check date values in:|date=
(help) - ↑ "PARLIAMENT OF THE WORLD'S RELIGIONS" Cape Town, South Africa * December 1 - 8, 1999". CONFERENCE RECORDING SERVICE WEB SITE!. Retrieved 3 April 2022.
- ↑ "Odisha monk campaigns to save indigenous cow-IndiaTV News". www.indiatvnews.com (in ଇଂରାଜୀ). 25 March 2015. Retrieved 14 August 2022.
{{cite news}}
:|first1=
missing|last1=
(help) - ↑ ୭.୦ ୭.୧ "Paramahamsa Prajnanananda". www.goodreads.com. Retrieved 3 April 2022.
- ↑ http://www.worldcat.org/identities/lccn-no2001050624/
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |