ପରମହଂସ ପ୍ରଜ୍ଞାନାନନ୍ଦ

ଉଇକିପିଡ଼ିଆ ରୁ
(Paramahamsa Prajnanananda ରୁ ଲେଉଟି ଆସିଛି)
Jump to navigation Jump to search
ପରମହଂସ ପ୍ରଜ୍ଞାନାନନ୍ଦ ଗିରି
ପରମହଂସ ପ୍ରଜ୍ଞାନାନନ୍ଦ
ଜନ୍ମତ୍ରିଲୋକୀ ଦାଶ
୧୦ ଅଗଷ୍ଟ ୧୯୫୯ (1959-08-10) (୫୯ ବର୍ଷ)
ବେଲତଳ, ପଟାମୁଣ୍ଡାଇ, କେନ୍ଦ୍ରାପଡା, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ଉପାଧି/ ସମ୍ମାନପରମହଂସ
ସଂସ୍ଥାପକପ୍ରଜ୍ଞାନ ମିଶନ୍
ଗୁରୁପରମହଂସ ହରିହରାନନ୍ଦ ଗିରି

ପରମହଂସ ପ୍ରଜ୍ଞାନାନନ୍ଦ (ତ୍ରିଲୋକୀ ଦାଶ) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ହିନ୍ଦୁ ସନ୍ୟାସୀ । [୧] ସେ ଏକାଧାରରେ ଜଣେ ଲେଖକ, ବକ୍ତା, କ୍ରିୟାଯୋଗୀ ଓ ଯୋଗଗୁରୁ [୨] । ସେ ଆନ୍ତର୍ଜାତୀୟ କ୍ରିୟାଯୋଗ ସଙ୍ଗଠନର ପ୍ରଧାନ ଅଟନ୍ତି । [୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପ୍ରଜ୍ଞାନାନନ୍ଦ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ଅନ୍ତର୍ଗତ ବେଲତଳ ଗ୍ରାମରେ ୧୯୫୯ ମସିହା ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନିରଞ୍ଜନ ଦାଶ ଓ ମାତାଙ୍କ ନାମ ବୈଦେହୀ ଦେବୀ । ତାଙ୍କର ମୂଳ ନାମ ଥିଲା ତ୍ରିଲୋକୀ ଦାଶ । ପଟାମୁଣ୍ଡାଇର ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବା ପରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ ଉଚ୍ଚମାଧ୍ୟମିକ ବିଜ୍ଞାନ ଶିକ୍ଷା ପ୍ରାପ୍ତ କରିଥିଲେ ।[୪] ସେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲା ପରେ, ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଶିକ୍ଷାଦାନ କରିଥିଲେ । ଛାତ୍ର ଅବସ୍ଥାରେ ସେ ପରମହଂସ ହରିହରାନନ୍ଦ ଗିରିଙ୍କଠାରୁ କ୍ରିୟାଯୋଗର ଦୀକ୍ଷା ଗ୍ରହଣ କରିଥିଲେ ।[୫]

କର୍ମଜୀବନ[ସମ୍ପାଦନା]

ପ୍ରଜ୍ଞାନାନନ୍ଦ ଶିକ୍ଷା ଜୀବନ ସାରିବା ପରେ ପ୍ରାଧ୍ୟାପକ ଭାବେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅର୍ଥନୀତିର ଅଧ୍ୟାପକ ଭାବେ କାର୍ଯ୍ୟରତ ରହିଥିଲେ ।[୬] ପ୍ରାୟ ଏଗାର ବର୍ଷ କାର୍ଯ୍ୟରତ ରହିବା ପରେ, ସେ ୧୯୯୩ ମସିହାରେ ସନ୍ନ୍ୟାସ ଗ୍ରହଣ କରି, ସ୍ୱାମୀ ପ୍ରଜ୍ଞାନାନନ୍ଦ ଗିରି ନାମ ଗ୍ରହଣ କରିଥିଲେ । ତାଙ୍କ ୩୯ମ ଜନ୍ମ ଦିବସରେ ତାଙ୍କ ଗୁରୁ ତାଙ୍କୁ ପରମହଂସ ଉପାଧି ପ୍ରଦାନ କରିଥିଲେ[୭]

ଆଧାର[ସମ୍ପାଦନା]

  1. "ପ୍ରଜ୍ଞାନ ସାଗରେ ପରମହଂସ". ଓଡ଼ିଶା ଭାସ୍କର. ୧୦ ଅଗଷ୍ଟ ୨୦୧୭. Check date values in: |date= (help); |access-date= requires |url= (help)
  2. "Books by Paramahamsa Prajnanananda (Author of Know Your Mind)". Good reads. Retrieved 17 March 2019.
  3. "Kriya Yoga International - Home". www.kriya.org. Retrieved 4 April 2019.
  4. "ବିସ୍ମୟ ଯୋଗୀ ପ୍ରଜ୍ଞାନାନନ୍ଦ". ଦର୍ଶନ ଦୈନିକ ଖବରକାଗଜ. ୧୦ ଅଗଷ୍ଟ ୨୦୧୭. Check date values in: |date= (help); |access-date= requires |url= (help)
  5. "ପ୍ରଜ୍ଞାନାନନ୍ଦଜୀଙ୍କ ସମ୍ପ୍ରସାରିତ ଅଧ୍ୟାତ୍ମ ଓ ସେବା ଜଗତ". ସମାଜ. ୧୦ ଅଗଷ୍ଟ ୨୦୧୮. Check date values in: |date= (help); |access-date= requires |url= (help)
  6. "ପରମହଂସ ପ୍ରଜ୍ଞାନାନନ୍ଦ : ଏକ ଅନନ୍ୟ ପ୍ରତିଭା". ପ୍ରମେୟ. ୧୦ ଅଗଷ୍ଟ ୨୦୧୭. Check date values in: |date= (help)
  7. "Paramahansa Prajnanananda". Waldzell. Retrieved 17 March 2019.