ପଖାଳ ଦିବସ
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ଖାଇବାର ମେଳଣ | ଗରମ ପଖାଳ, ଜିରା ପଖାଳ, ବାସି ପଖାଳ |
ବାଢ଼ିବାର ତାତି | ଥଣ୍ଡା, ଗରମ |
ମୂଳ ଉପାଦାନ | ଭାତ |
ପଖାଳ ଦିବସ, ପଖାଳର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେରେ ଅଣଆନୁଷ୍ଠାନିକ ଭାବେ ଓଡ଼ିଆମାନେ ପାଳନ କରିଥାନ୍ତି ।[୧]
ପଖାଳ
[ସମ୍ପାଦନା]ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ । ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ଖିଆଯାଇଥାଏ ।[୨] ଏହାକୁ ବଙ୍ଗଳାରେ "ପନ୍ତ ଭାତ" ଓ ଭୋଜପୁରୀରେ "ମାରା ଭାତ" ଓ ମାଲାୟାଲାମରେ "ବଲ୍ଲୁ ଚୋରୁ" ବୋଲି କୁହାଯାଏ ।
ଆରମ୍ଭ
[ସମ୍ପାଦନା]ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ ।[ଆଧାର ଲୋଡ଼ା] ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି ।[୩] ତେଣୁ ୨୧ ମାର୍ଚ୍ଚମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି ।
ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ଅଛି ।[୪] ଏହି ଶୀତଳ ଖାଦ୍ୟ ପଦାର୍ଥ ମଧ୍ୟରେ ପଖାଳ ଅନ୍ୟତମ ।
ପାଳନ ପ୍ରଣାଳୀ
[ସମ୍ପାଦନା]ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି । ଅଧୁନା ଏହି ଦିବସ ଓଡ଼ିଶାର କେତେକ ଭୋଜନାଳୟମାନଙ୍କରେ ପଖାଳ ପରଷି କରାଯାଏ । ଅନେକ ସ୍ଥାନରେ ପଖାଳ ଖାଇବା ସହ ଫଟୋ ଉଠାଇବା ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ ।[୫]
ଆଧାର
[ସମ୍ପାଦନା]- ↑ "March 20 is declared as PAKHALA DIVAS(Universal Pakhala DAY)". Retrieved 24 April 2015.
- ↑ https://www.bsmjsambalpuri.in/2022/03/pakhala-divas-march-20-images-greetings.html
- ↑ http://pragativadi.com/world-pakhala-divas-march-20/&grqid=cS-2IcC2&hl=en-IN
- ↑ http://m.patrika.com/news/worship/sheetla-saptami-2017-1533193/&grqid=1w1YxIsj&hl=en-IN[permanent dead link]
- ↑ "4 places in Bhubaneswar that serve mouth-watering pakhala". 19 March 2016. Retrieved 20 March 2016.