ନିଓମାଇସିନ
Clinical data | |
---|---|
Trade names | Neo-rx, others |
Synonyms | Neomycin sulfate |
AHFS/Drugs.com | Systemic: monograph Topical: monograph Eye and ear: monograph |
MedlinePlus | a682274 |
Pregnancy category |
|
Routes of administration | Topical, by mouth |
Legal status | |
Legal status | |
Pharmacokinetic data | |
Bioavailability | None |
Protein binding | N/A |
Metabolism | N/A |
Elimination half-life | 2 to 3 hours |
Identifiers | |
| |
ECHA InfoCard | 100.014.333 |
Chemical and physical data | |
Formula | C23H46N6O13 |
Molar mass | ୬୧୪.୬୫ g·mol−1 |
3D model (JSmol) | |
| |
| |
(verify) |
ନିଓମାଇସିନ ଏକ ଆଣ୍ଟିବାୟିଟିକ ଅଟେ ।[୧] ଏହା ଜୀବାଣୁ ଜନିତ ଚର୍ମ ସଂକ୍ରମଣର ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ ।[୧] ଅସ୍ତ୍ରୋପଚାର ପୂର୍ବରୁ ଅନ୍ତନଳୀକୁ ଜୀବାଣୁଶୁନ୍ୟ କରିବା ପାଇଁ ଏବଂ ହେପାଟିକ୍ ଏନସେଫାଲୋପାଥି ଚିକିତ୍ସା କରିବା ପାଇଁ ଏହା ପାଟିରେ ଦିଆଯାଏ ।[୨][୩] ଆଖି ଟୋପା ଭାବରେ ଏହା ନେତ୍ରାବରଣ ପ୍ରଦାହ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଏବଂ କାନ ଟୋପା ଭାବରେ ଏହା ବହିଃ କର୍ଣ୍ଣ ପ୍ରଦାହ ପାଇଁ ବ୍ୟବହୃତ ହୁଏ । [୪]
ଚର୍ମରେ ପ୍ରୟୋଗ କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କଣ୍ଟାକ୍ଟ ଡର୍ମାଟାଇଟିସ୍ ହୋଇପାରେ ।[୧] ପାଟିରେ ଦିଆଯାଉଥିଲେ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ସମସ୍ୟା, ସନ୍ତୁଳନ ସମସ୍ୟା, ବୃକ୍କ ସମସ୍ୟା ଏବଂ ବାତ ହୋଇପାରେ ।[୩] ଗର୍ଭାବସ୍ଥାରେ ଏହାକୁ ଚର୍ମରେ ଲଗାଇଲେ ସୁରକ୍ଷିତ କି ନୁହେଁ ତାହା ଅସ୍ପଷ୍ଟ ଥିବାବେଳେ ଏହାକୁ ପାଟିରେ ଗ୍ରହଣ କଲେ ଶିଶୁର କ୍ଷତି କରିପାରେ ।[୧][୩] ଏହା ଆମିନୋଗ୍ଲାଇକୋସାଇଡ୍ ଶ୍ରେଣୀର ଏକ ଔଷଧ ଅଟେ ।[୧]
ନିଓମାଇସିନ ୧୯୪୯ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ୧୯୫୨ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] କ୍ରିମ୍ ଆକାରରେ ଏହାର ପଲିମିକ୍ସିନ୍ ବି, ବାସିଟ୍ରାସିନ୍, କିମ୍ବା ହାଇଡ୍ରୋକର୍ଟିଜୋନ ମିଶ୍ରଣ କାଉଣ୍ଟର ଉପରେ ଉପଲବ୍ଧ ଅଟେ ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୮୬ ଡଲାର ଥିଲା ।[୭] ଯୁକ୍ତରାଜ୍ୟରେ ବାହ୍ୟ ପ୍ରୟୋଗ ସାମଗ୍ରୀ ସାଧାରଣତଃ ଶସ୍ତା ଅଟେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Neomycin (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 12 November 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 547. ISBN 978-0857114105.
- ↑ ୩.୦ ୩.୧ ୩.୨ ୩.୩ "Neomycin (Systemic) Monograph for Professionals". Drugs.com (in ଇଂରାଜୀ). Archived from the original on 29 April 2021. Retrieved 13 November 2021.
- ↑ "Neomycin (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 13 November 2021.
- ↑ Ricci, Alfredo (25 June 2008). Amino Group Chemistry: From Synthesis to the Life Sciences (in ଇଂରାଜୀ). John Wiley & Sons. p. 306. ISBN 978-3-527-62127-9. Archived from the original on 13 November 2021. Retrieved 13 November 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 507. ISBN 9783527607495. Archived from the original on 2020-08-01. Retrieved 2020-05-25.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ "Neomycin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 April 2021. Retrieved 13 November 2021.