ନବକୁମାରୀ ଦେବୀ
ନବକୁମାରୀ ଦେବୀ | |
---|---|
ବିଧାୟିକା: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | କିଶୋର ଚନ୍ଦ୍ର ଦେଓ |
ନିର୍ବାଚନ ମଣ୍ଡଳୀ | କାଶୀପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୨୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରୁଦ୍ରପ୍ରତାପ ସିଂହଦେଓ |
ବାପା/ବୋଉ | ରାଣା ହସ୍ତାବୀର ଜଙ୍ଗ ବାହାଦୁର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନବକୁମାରୀ ଦେବୀ (ଜନ୍ମ: ୧ ଜାନୁଆରୀ ୧୯୨୦) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନବକୁମାରୀ ଦେବୀ ୧୯୨୦ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଣା ହସ୍ତାବୀର ଜଙ୍ଗ ବାହାଦୁର ଓ ପତିଙ୍କ ନାମ ରୁଦ୍ରପ୍ରତାପ ସିଂହଦେଓ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନବକୁମାରୀ ଦେବୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୩୦୯ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବୀଣାପାଣି ଦେବୀଙ୍କୁ ୨୧୫୮ ଖଣ୍ଡ ଭୋଟ୍ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ସମୁଦାୟ ୧୦ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ଏବଂ ନବକୁମାରୀଙ୍କ ସମେତ ସମୁଦାୟ ଚାରି ଜଣ ହିଁ ନିର୍ବାଚିତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Nabakumari Devi". odishaassembly.nic.in. Odisha Assembly. Retrieved 2 September 2021.
- ↑ "Orissa 1961". Election Commission of India (in Indian English). Retrieved 2019-06-27.
- ↑ ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୧୪". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୩୬. ISBN 978-81-89436-54-4. Retrieved 2 September 2021.