ନବକୁମାରୀ ଦେବୀ

ଉଇକିପିଡ଼ିଆ‌ରୁ
(Nabakumari Deviରୁ ଲେଉଟି ଆସିଛି)
ନବକୁମାରୀ ଦେବୀ
ବିଧାୟିକା: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀକିଶୋର ଚନ୍ଦ୍ର ଦେଓ
ନିର୍ବାଚନ ମଣ୍ଡଳୀକାଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-01-01)୧ ଜାନୁଆରୀ ୧୯୨୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରୁଦ୍ରପ୍ରତାପ ସିଂହଦେଓ
ବାପା/ବୋଉରାଣା ହସ୍ତାବୀର ଜଙ୍ଗ ବାହାଦୁର (ବାପା)
ବୃତ୍ତିରାଜନୀତିଜ୍ଞ

ନବକୁମାରୀ ଦେବୀ (ଜନ୍ମ: ୧ ଜାନୁଆରୀ ୧୯୨୦) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନବକୁମାରୀ ଦେବୀ ୧୯୨୦ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଣା ହସ୍ତାବୀର ଜଙ୍ଗ ବାହାଦୁର ଓ ପତିଙ୍କ ନାମ ରୁଦ୍ରପ୍ରତାପ ସିଂହଦେଓ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନବକୁମାରୀ ଦେବୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୩୦୯ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବୀଣାପାଣି ଦେବୀଙ୍କୁ ୨୧୫୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ସମୁଦାୟ ୧୦ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ଏବଂ ନବକୁମାରୀଙ୍କ ସମେତ ସମୁଦାୟ ଚାରି ଜଣ ହିଁ ନିର୍ବାଚିତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Nabakumari Devi". odishaassembly.nic.in. Odisha Assembly. Retrieved 2 September 2021.
  2. "Orissa 1961". Election Commission of India (in Indian English). Retrieved 2019-06-27.
  3. ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୧୪". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୩୬. ISBN 978-81-89436-54-4. Retrieved 2 September 2021.