ଦିୱାଲିବେନ ଭିଲ
ଦିୱାଲିବେନ ଭିଲ | |
---|---|
ଜନ୍ମ ସମୟରେ ନାମ | ଦିୱାଲିବେନ ପୁଞ୍ଜାବାଇ ଲାଧିଆ |
ଜନ୍ମ |
ଡାଲକାନିଆ, ଗୁଜରାଟ | ୨ ଜୁନ ୧୯୪୩
ମୃତ୍ୟୁ | ୧୯ ମଇ ୨୦୧୬ ଜୁନାଗଡ଼, ଗୁଜରାଟ, ଭାରତ | (ବୟସ ୭୨)
ଶୈଳୀ | ଲୋକ ଗୀତ |
ପେଷା | ଲୋକଗୀତ ଗାୟିକା, ପ୍ରଚ୍ଛଦପଟ ଗାୟିକା |
ଦିୱାଲିବେନ ପୁଞ୍ଜାଭାଇ ଭିଲ (୨ ଜୁନ ୧୯୪୩ - ୧୯ ମଇ ୨୦୧୬) ଜଣେ ଭାରତୀୟ ଗୁଜରାଟି ଲୋକଗୀତ ଗାୟିକା ତଥା ପ୍ରଚ୍ଛଦପଟ ଗାୟିକା, ଯିଏକି ଦିୱାଲିବେନ ପୁଞ୍ଜାଭାଇ ଲାଧିଆ ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ପ୍ରତିଭା ବିଳମ୍ବରେ ଲୋକଲୋଚନକୁ ଆସିଲା; ଏହାପରେ ସେ ରେଡ଼ିଓରେ ଗୀତ ଗାଇବା ସହିତ ଗୁଜରାଟି କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜୀବନୀ
[ସମ୍ପାଦନା]ଦିୱାଲିବେନ ଭିଲ ୧୯୪୩ ମସିହାର ଜୁନ ୨ ତାରିଖରେ ଡାଲକାନିଆ ଗ୍ରାମର (ବର୍ତ୍ତମାନ ଗୁଜରାଟର ଆମରେଲି ଜିଲ୍ଲାର ଧାରୀ ତାଲୁକାରେ ଅବସ୍ଥିତ) ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ପୁଞ୍ଜାବାଇ ଓ ମାଆଙ୍କ ନାମ ମୋଙ୍ଗହିବେନ ।[୩] ତାଙ୍କର ମୂଳ ସାଙ୍ଗିଆ ଥିଲା ଲାଦିଆ ।[୩] ତାଙ୍କ ମାଙ୍କଠାରୁ ଅନୁପ୍ରାଣିତ ହୋଇ ସେ ଅଳ୍ପ ବୟସରେ ପାରମ୍ପାରିକ ଗର୍ବା ଗୀତ ଗାଇବା ଆରମ୍ଭ କରିଥିଲେ । ସେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିପାରିନଥିଲେ, ମାତ୍ର ଲୋକଗୀତ ଶିଖିବା ବନ୍ଦ କରିନଥିଲେ ।[୪] ତାଙ୍କ ବାପାଙ୍କ ଚାକିରୀ ଯୋଗୁଁ ସେ ୯ ବର୍ସ ବୟସରେ ଜୁନାଗଡ଼ ଯାଇଥିଲେ ଏବଂ ସେହି ସମୟରେ ରାଜକୋଟରେ ତାଙ୍କର ବିବାହ ହୋଇଥିଲା, ମାତ୍ର ମତଭେଦ ହେତୁ ବିବାହର ଦୁଇ ଦିନ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ ଆଉ ବିବାହ କରିଥିଲେ ଏବଂ କୋଡିଏ ବର୍ଷ ବୟସରେ ସେ ଏକ ଡାକ୍ତରଖାନାରେ ଚାକିରୀ କରିବା ଆରମ୍ଭ କରିଥିଲେ, ଯେଉଁଠି ସେ ୧୦ ବର୍ଷ ଧରି କାମ କରିଥିଲେ । ଏହାପରେ ସେ ଜୁନାଗଡ଼ ହସ୍ପିଟାଲର ନର୍ସ କ୍ୱାଟର୍ସରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ ।ଗଡ ପବ୍ଲିକ ହସ୍ପିଟାଲର ନର୍ସ କ୍ୱାର୍ଟରରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ ।[୩] ସେ ଜୁନାଗଡକୁ ଯାଇ ଘାଙ୍ଗୀରାମ ଅଞ୍ଚଳରେ ତାଙ୍କ ଭାଇଙ୍କ ସହ ରହୁଥିଲେ ।[୫]
୧୯୬୪ ମସିହାରେ, ଗୁଜରାଟୀ ଲୋକ ଗାୟକ ହେମୁ ଗଦାଭି ତାଙ୍କ ପ୍ରତିଭାକୁ ଦେଖି ପାଞ୍ଚ ଟଙ୍କା ଦେୟରେ ଅଲ ଇଣ୍ଡିଆ ରେଡିଓ, ରାଜକୋଟ ପାଇଁ ତାଙ୍କର ପ୍ରଥମ ରେକର୍ଡିଂର ବ୍ୟବସ୍ଥା କରିଥିଲେ । ସାମାଜିକ କର୍ମୀ ରତୁଭାଇ ଅଦାନୀ ତାଙ୍କୁ ଦିଲ୍ଲୀ ନେଇଥିଲେ, ଯେଉଁଠାରେ ସେ ଲୋକ ସଙ୍ଗୀତ ମହୋତ୍ସବରେ ପ୍ରଥମ ପୁରସ୍କାର ପାଇଥିଲେ । ମୁମ୍ବାଇରେ ଏକ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ ସଙ୍ଗୀତକାର କଲ୍ୟାଣଜୀ ତାଙ୍କ କଥା ଶୁଣି ଗୁଜରାଟୀ କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ଗୀତ ଗାୟିକା ଡାକିଥିଲେ । ୧୯୭୧ ମସିହାରେ ଗୁଜରାଟି ଚଳଚ୍ଚିତ୍ର ଜେସାଲ ଟୋରାଲ ଥିଲା ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର । ସେ ସଙ୍ଗୀତ ପରିବେଷଣ ପାଇଁ ଭାରତ ଓ ଭାରତ ବାହାରେ ମଧ୍ୟ ଭ୍ରମଣ କରିଥିଲେ ।[୩] ସେ ପ୍ରଣଲାଲ ଭାୟାସଙ୍କ ସହ ଅନେକ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ ।[୫] ସେ ଗୋଣ୍ଡାଲ ନିକଟ ଗୋମଟା ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିଲେ ।[୩]
ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୬ ମସିହାର ମଇ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫]
ସମ୍ମାନ
[ସମ୍ପାଦନା]ସଙ୍ଗୀତ ପରିବେଷଣ ପାଇଁ ତାଙ୍କ ଗସ୍ତ ସମୟରେ ଲଣ୍ଡନରେ ଗୁଜରାଟୀ ସୋସାଇଟିଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିଲା ।[୩] ୧୯୯୦ ମସିହାରେ ତାଙ୍କୁ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।[୧][୬] ଗୁଜରାଟ ସରକାର ତାଙ୍କୁ ଗୁଜରାଟ ଗୌରବ ପୁରସ୍କର ପ୍ରଦାନ କରିଥିଲେ ।[୩] ୨୦୧୧ ମସିହାରେ ତାଙ୍କୁ କବି କାଗ ପୁରସ୍କାର ପ୍ରଦାନ କରାଯାଇଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Ghosh, Nikhil (2011). The Oxford Encyclopaedia of the Music of India. Vol. 1. Saṅgīt Mahābhāratī. (1st ed.). New Delhi: Oxford University Press. ISBN 9780199797721. OCLC 729238089 – via Oxford Reference.
- ↑ Kateshiya, Gopal (20 May 2016). "Gujarat: Popular folk singer passes away at 75". The Indian Express. Retrieved 5 February 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Gujarati Vishwakosh. Ahmedabad. pp. 862–863.
- ↑ "Gujarat's renowned folk singer Diwaliben Bhil passed away in hometown Junagadh". The Times of India. 20 May 2016. Retrieved 5 February 2017.
- ↑ ୫.୦ ୫.୧ ୫.୨ Ram, Sarman (20 May 2016). "પદ્મ શ્રી લોકગાયિકા દિવાળીબેન ભીલનું નિધન" [Padma Shree Award Winner Diwaliben Bhil Is No More]. Divya Bhaskar (in ଗୁଜୁରାଟୀ). Archived from the original on 24 May 2016. Retrieved 17 May 2018.
- ↑ "Popular Gujarati folk singer Diwaliben Bhil passes away at 83". Mid-Day. 19 May 2016. Retrieved 20 May 2016.
- ↑ "Books by Vijaydan Detha - Prabhat Prakashan". www.prabhatbooks.com. Retrieved 2023-05-03.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିୱାଲିବେନ ଭିଲ