Jump to content

ଦିୱାଲିବେନ ଭିଲ

ଉଇକିପିଡ଼ିଆ‌ରୁ
ଦିୱାଲିବେନ ଭିଲ
ଜନ୍ମ ସମୟରେ ନାମଦିୱାଲିବେନ ପୁଞ୍ଜାବାଇ ଲାଧିଆ
ଜନ୍ମ(1943-06-02)୨ ଜୁନ ୧୯୪୩


[]
ଡାଲକାନିଆ, ଗୁଜରାଟ
ମୃତ୍ୟୁ୧୯ ମଇ ୨୦୧୬(2016-05-19) (ବୟସ ୭୨)
ଜୁନାଗଡ଼, ଗୁଜରାଟ, ଭାରତ
ଶୈଳୀଲୋକ ଗୀତ
ପେଷାଲୋକଗୀତ ଗାୟିକା, ପ୍ରଚ୍ଛଦପଟ ଗାୟିକା

ଦିୱାଲିବେନ ପୁଞ୍ଜାଭାଇ ଭିଲ (୨ ଜୁନ ୧୯୪୩ - ୧୯ ମଇ ୨୦୧୬) ଜଣେ ଭାରତୀୟ ଗୁଜରାଟି ଲୋକଗୀତ ଗାୟିକା ତଥା ପ୍ରଚ୍ଛଦପଟ ଗାୟିକା, ଯିଏକି ଦିୱାଲିବେନ ପୁଞ୍ଜାଭାଇ ଲାଧିଆ ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ପ୍ରତିଭା ବିଳମ୍ବରେ ଲୋକଲୋଚନକୁ ଆସିଲା; ଏହାପରେ ସେ ରେଡ଼ିଓରେ ଗୀତ ଗାଇବା ସହିତ ଗୁଜରାଟି କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୀବନୀ

[ସମ୍ପାଦନା]

ଦିୱାଲିବେନ ଭିଲ ୧୯୪୩ ମସିହାର ଜୁନ ୨ ତାରିଖରେ ଡାଲକାନିଆ ଗ୍ରାମର (ବର୍ତ୍ତମାନ ଗୁଜରାଟର ଆମରେଲି ଜିଲ୍ଲାର ଧାରୀ ତାଲୁକାରେ ଅବସ୍ଥିତ) ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ପୁଞ୍ଜାବାଇ ଓ ମାଆଙ୍କ ନାମ ମୋଙ୍ଗହିବେନ ।[] ତାଙ୍କର ମୂଳ ସାଙ୍ଗିଆ ଥିଲା ଲାଦିଆ ।[] ତାଙ୍କ ମାଙ୍କଠାରୁ ଅନୁପ୍ରାଣିତ ହୋଇ ସେ ଅଳ୍ପ ବୟସରେ ପାରମ୍ପାରିକ ଗର୍ବା ଗୀତ ଗାଇବା ଆରମ୍ଭ କରିଥିଲେ । ସେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିପାରିନଥିଲେ, ମାତ୍ର ଲୋକଗୀତ ଶିଖିବା ବନ୍ଦ କରିନଥିଲେ ।[] ତାଙ୍କ ବାପାଙ୍କ ଚାକିରୀ ଯୋଗୁଁ ସେ ୯ ବର୍ସ ବୟସରେ ଜୁନାଗଡ଼ ଯାଇଥିଲେ ଏବଂ ସେହି ସମୟରେ ରାଜକୋଟରେ ତାଙ୍କର ବିବାହ ହୋଇଥିଲା, ମାତ୍ର ମତଭେଦ ହେତୁ ବିବାହର ଦୁଇ ଦିନ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ ଆଉ ବିବାହ କରିଥିଲେ ଏବଂ କୋଡିଏ ବର୍ଷ ବୟସରେ ସେ ଏକ ଡାକ୍ତରଖାନାରେ ଚାକିରୀ କରିବା ଆରମ୍ଭ କରିଥିଲେ, ଯେଉଁଠି ସେ ୧୦ ବର୍ଷ ଧରି କାମ କରିଥିଲେ । ଏହାପରେ ସେ ଜୁନାଗଡ଼ ହସ୍ପିଟାଲର ନର୍ସ କ୍ୱାଟର୍ସରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ ।ଗଡ ପବ୍ଲିକ ହସ୍ପିଟାଲର ନର୍ସ କ୍ୱାର୍ଟରରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ ।[] ସେ ଜୁନାଗଡକୁ ଯାଇ ଘାଙ୍ଗୀରାମ ଅଞ୍ଚଳରେ ତାଙ୍କ ଭାଇଙ୍କ ସହ ରହୁଥିଲେ ।[]

୧୯୬୪ ମସିହାରେ, ଗୁଜରାଟୀ ଲୋକ ଗାୟକ ହେମୁ ଗଦାଭି ତାଙ୍କ ପ୍ରତିଭାକୁ ଦେଖି ପାଞ୍ଚ ଟଙ୍କା ଦେୟରେ ଅଲ ଇଣ୍ଡିଆ ରେଡିଓ, ରାଜକୋଟ ପାଇଁ ତାଙ୍କର ପ୍ରଥମ ରେକର୍ଡିଂର ବ୍ୟବସ୍ଥା କରିଥିଲେ । ସାମାଜିକ କର୍ମୀ ରତୁଭାଇ ଅଦାନୀ ତାଙ୍କୁ ଦିଲ୍ଲୀ ନେଇଥିଲେ, ଯେଉଁଠାରେ ସେ ଲୋକ ସଙ୍ଗୀତ ମହୋତ୍ସବରେ ପ୍ରଥମ ପୁରସ୍କାର ପାଇଥିଲେ । ମୁମ୍ବାଇରେ ଏକ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ ସଙ୍ଗୀତକାର କଲ୍ୟାଣଜୀ ତାଙ୍କ କଥା ଶୁଣି ଗୁଜରାଟୀ କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ଗୀତ ଗାୟିକା ଡାକିଥିଲେ । ୧୯୭୧ ମସିହାରେ ଗୁଜରାଟି ଚଳଚ୍ଚିତ୍ର ଜେସାଲ ଟୋରାଲ ଥିଲା ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର । ସେ ସଙ୍ଗୀତ ପରିବେଷଣ ପାଇଁ ଭାରତ ଓ ଭାରତ ବାହାରେ ମଧ୍ୟ ଭ୍ରମଣ କରିଥିଲେ ।[] ସେ ପ୍ରଣଲାଲ ଭାୟାସଙ୍କ ସହ ଅନେକ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ ।[] ସେ ଗୋଣ୍ଡାଲ ନିକଟ ଗୋମଟା ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିଲେ ।[]

ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୬ ମସିହାର ମଇ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[]

ସମ୍ମାନ

[ସମ୍ପାଦନା]

ସଙ୍ଗୀତ ପରିବେଷଣ ପାଇଁ ତାଙ୍କ ଗସ୍ତ ସମୟରେ ଲଣ୍ଡନରେ ଗୁଜରାଟୀ ସୋସାଇଟିଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିଲା ।[] ୧୯୯୦ ମସିହାରେ ତାଙ୍କୁ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।[][] ଗୁଜରାଟ ସରକାର ତାଙ୍କୁ ଗୁଜରାଟ ଗୌରବ ପୁରସ୍କର ପ୍ରଦାନ କରିଥିଲେ ।[] ୨୦୧୧ ମସିହାରେ ତାଙ୍କୁ କବି କାଗ ପୁରସ୍କାର ପ୍ରଦାନ କରାଯାଇଥିଲା ।[]

  1. 1 2 Ghosh, Nikhil (2011). The Oxford Encyclopaedia of the Music of India. Vol. 1. Saṅgīt Mahābhāratī. (1st ed.). New Delhi: Oxford University Press. ISBN 9780199797721. OCLC 729238089 via Oxford Reference.
  2. Kateshiya, Gopal (20 May 2016). "Gujarat: Popular folk singer passes away at 75". The Indian Express. Retrieved 5 February 2017.
  3. 1 2 3 4 5 6 7 Gujarati Vishwakosh. Ahmedabad. pp. 862–863.
  4. "Gujarat's renowned folk singer Diwaliben Bhil passed away in hometown Junagadh". The Times of India. 20 May 2016. Retrieved 5 February 2017.
  5. 1 2 3 Ram, Sarman (20 May 2016). "પદ્મ શ્રી લોકગાયિકા દિવાળીબેન ભીલનું નિધન" [Padma Shree Award Winner Diwaliben Bhil Is No More]. Divya Bhaskar (in ଗୁଜରାଟୀ). Archived from the original on 24 May 2016. Retrieved 17 May 2018.
  6. "Popular Gujarati folk singer Diwaliben Bhil passes away at 83". Mid-Day. 19 May 2016. Retrieved 20 May 2016.[permanent dead link]
  7. "Books by Vijaydan Detha - Prabhat Prakashan". www.prabhatbooks.com. Retrieved 2023-05-03.

ବାହାର ଲିଙ୍କ୍

[ସମ୍ପାଦନା]