ହେମୁ ଗଦାଭି

ଉଇକିପିଡ଼ିଆ‌ରୁ
ହେମୁ ଗଦାଭି
ଜନ୍ମ(1929-09-04)୪ ସେପ୍ଟେମ୍ବର ୧୯୨୯
ଧଙ୍କଣିଆ, ସୟଲା, ଗୁଜରାଟ
ମୃତ୍ୟୁ୨୦ ଅଗଷ୍ଟ ୧୯୬୫(1965-08-20) (ବୟସ ୩୫)
ପଦ୍ଧାରି, ଗୁଜରାଟ
ଜାତୀୟତାଭାରତୀୟ

ହେମୁ ଗଦାଭି (୪ ସେପ୍ଟେମ୍ବର ୧୯୨୯ – ୨୦ ଅଗଷ୍ଟ ୧୯୬୫) ଜଣେ ଗୁଜରାଟି ଗାୟକ, ସଙ୍ଗୀତକାର, ଗୀତିକାର ଏବଂ ନାଟ୍ୟକାର ଥିଲେ । ସେ ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳର ଲୋକଗୀତର ଜଣେ ପ୍ରତିପାଦକ ଥିଲେ ।[୧][୨][୩]

ପ୍ରାରମ୍ଭିକ ଜୀବନ ଓ ପରିବାର[ସମ୍ପାଦନା]

ସେ ୧୯୨୯ ମସିହାର ସେପ୍ଟେମ୍ବର ୪ ତରିଖରେ ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାର ସାୟଲାସ୍ଥିତ ଧଙ୍କଣିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ହରିବା ଗଦାଭିଙ୍କୁ ବିବାହ କରିଥିଲେ । ତାଙ୍କ ପୁଅ ବିହରିଦାନ ଗଦାଭି ମଧ୍ୟ ଜଣେ ଗାୟକ ।[୪]

ସେ ପିଲାଦିନରୁ ଲୋକଗୀତ ପ୍ରତି ଆକୃଷ୍ଟ ଥିଲେ ଏବଂ ୧୪ ବର୍ଷ ବୟସରେ ଶକ୍ତି ପ୍ରଭାବ କଳାମନ୍ଦିରରେ ୧୫ ଟଙ୍କା ଦରମାରେ କାମ କରିବା ଆରମ୍ଭ କରିଥିଲେ । ସେ ତାଙ୍କ ପ୍ରଥମ ନାଟକରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହାକି ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା । ଏହି ନାଟକରେ ସେ ତାଙ୍କର ପ୍ରତମ ଗୀତ "ଗମଡୁ ମୁଜନେ ପ୍ୟାରେ ଗୋକୁଲ" ଗାଇଥିଲେ । ଜାମ୍‌ନଗରରେ ସେ ରନକଦେବୀ ନାଟକରେ ମୁଖ୍ୟ ମହିଳା ଚରିତ୍ରରେ ଅଭିନୟ କରିଥିଲେ । ଧୀରେ ଧୀରେ ସେ ଚରଣ ସାହିତ୍ୟ ଶିକ୍ଷା କରିଥିଲେ ଏବଂ ନାଟକରେ ଅଭିନୟ ସହିତ ଲୋକଗୀତ ଗୁଡ଼ିକର ଗାନ ମଧ୍ୟ କରୁଥିଲେ । ୧୯୫୫ ମସିହା ପର୍ଯ୍ୟନ୍ତ ସେ ୱାଙ୍କନେର ଡ୍ରାମା କମ୍ପାନୀ ଏବଂ ରାଜକୋଟର ଚୈତନ୍ୟ ଡ୍ରାମ କମ୍ପାନୀରେ କାମ କରୁଥିଲେ ।[୫]

ପେଷା[ସମ୍ପାଦନା]

୧୯୯୫ ମସିହାରେ ଗିଜୁଭାଇ ବ୍ୟାସ ଏବଂ ଚନ୍ଦ୍ରକାନ୍ତଭାଇ ଭଟ୍ଟ ହେମୁଙ୍କ ନାଟକ ଦେଖି ତାଙ୍କୁ ଆକଶବାଣୀକୁ ନିମନ୍ତ୍ରଣ କରିଥିଲେ ଏବଂ ସେ ଆକାଶବାଣୀ ରାଜକୋଟରେ ଜଣେ ତାନପୁରା ବାଦକ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟରେ ସେ ଜବରଛନ୍ଦ ମେଘନି ଏବଂ ଦୁଲା ଭୟ କାଗ ଆଦି ଶିଖିଥିଲେ ଏବଂ ଲୋକଗୀତ ରେକର୍ଡ଼ କରି ଆକାଶବାଣୀରେ ପ୍ରସାରଣ କରିଥିଲେ ।[୪]

୧୯୬୨/୬୩ ମସିହାରେ କଲମ୍ବିଆ କମ୍ପାନୀଦ୍ୱାରା ହଲମାନ ମେ ଉଜାଲି ନାମକ ତାଙ୍କର ଏକ ଗୀତ ଆଲବମ୍ ମୁକ୍ତିଲାଭ କରିଥିଲା । ଏଚ୍ ଏମ୍‌ଭିଦ୍ୱାରା ଶିବାଜୀ ନୁ ହଲରଦୁ, ଆମେ ମାହିଯାରାରେ, ମୋରବି ନି ବାନିଯାନ୍ ନାମକ କିଛି ଆଲବମ୍ ମୁକ୍ତିଲାଭ କରିଥିଲା, ଯାହାକି ଗୁଜରାଟରେ ସେହି ସମୟରେ ଅନେକ ଲୋକପ୍ରିୟତା ପାଇଥିଲା । ଏହା ବ୍ୟତୀତ ସେ ସତ୍ୟାବାଦୀ ରାଜା ହରିଶ୍ଚନ୍ଦ୍ର ଏବଂ ପୃଥ୍ୱୀରାଜ ଚୌହାନ ଭଳି କିଛି ନାଟକରେ ଅଭିନୟ କରିଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

Sources:

୧୯୬୫ ମସିହାର ଅଗଷ୍ଟ ୩୦ ତାରିଖରେ ସେ ଆକାଶବାଣୀର ଏକ କାର୍ଯ୍ୟକ୍ରମ ପାଇଁ ରେକର୍ଡ଼ିଂ କରୁଥିବାବେଳେ ପଦ୍ଧାରିଠାରେ ରକ୍ତସ୍ରାବରେ ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା ।[୪][୫]

ପୁରସ୍କାର[ସମ୍ପାଦନା]

  • ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କଦ୍ୱାରା ଶ୍ରେଷ୍ଠ ଲୋକଗୀତ ସଙ୍ଗୀତ ପୁରସ୍କାର
  • ଗୁଜରାଟ ସରକାରଙ୍କଦ୍ୱାରା ଶ୍ରେଷ୍ଠ ଲୋକଗୀତ ଗାୟକ ସମ୍ମାନ
  • କୁସୁମ୍ବି ନୋ ରଙ୍ଗ ନାମ ଗୁଜରାଟି କଥାଚିତ୍ର ପାଇଁ ଶ୍ରେଷ୍ଠ ପଚ୍ଛଦପଟ ଗାୟକ ସମ୍ମାନ

ଆଧାର[ସମ୍ପାଦନା]

  1. The Illustrated Weekly of India (in ଇଂରାଜୀ). Published for the proprietors, Bennett, Coleman & Company, Limited, at the Times of India Press. 1972.
  2. NYOOOZ. "Gujarat: Popular folk singer passes away at 75 | Ahmedabad NYOOOZ". NYOOOZ (in ଇଂରାଜୀ). Retrieved 2022-05-15.
  3. Gujarat (in ଇଂରାଜୀ). Gujarat Vishvakosh Trust. 2007. Among the prominent lights in the sphere of folk music are Jhaverchand Meghani , the poet , the saint - composer Dula Kag , Abharam Bhagat , songsters like the legendary Hemu Gadhvi , Pingalshi Gadhvi , Ratikumar Vyas , Bherudan Gadhvi ...
  4. ୪.୦ ୪.୧ ୪.୨ "પુણ્યતિથી વિશેષ લોકહૃદયમાં અમરત્વ પામેલ લોકગાયક: હેમુ ગઢવી". VTV Gujarati (in ଇଂରାଜୀ). Retrieved 2022-05-15.
  5. ୫.୦ ୫.୧ ୫.୨ "આદિત્ય ગઢવીના સ્વરે હેમુ ગઢવીની સંગીતમય કહાણી". BBC News ગુજરાતી (in ଗୁଜୁରାଟୀ). Retrieved 2022-05-15.