ଜ୍ୟୋତିର୍ମୟୀ ଦାଶ
ଜ୍ୟୋତିର୍ମୟୀ ଦାଶ | |
---|---|
ଜନ୍ମ | |
ଶିକ୍ଷା | ପିଏଚଡ଼ି |
ପିତାମାତା | ବସନ୍ତ କୁମାର ଦାଶ ପୁଷ୍ପା କୁମାରୀ ମିଶ୍ର |
ପୁରସ୍କାର | ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ୨୦୨୦ |
ଜ୍ୟୋତିର୍ମୟୀ ଦାଶ (ଜନ୍ମ: ୯ ଜୁଲାଇ ୧୯୭୬), ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ବୈଜ୍ଞାନିକ । ରସାୟନ ବିଜ୍ଞାନରେ ଅନୁସନ୍ଧାନ ପାଇଁ ୨୦୨୦ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧] ଏହି ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ ମହିଳା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଜ୍ୟୋତିର୍ମୟୀ, ୧୯୭୬ ମସିହା ଜୁଲାଇ ମାସ ୯ତାରିଖ ଦିନ [୨]ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବସନ୍ତ କୁମାର ଦାଶ ଓ ମାତାଙ୍କ ନାମ ପୁଷ୍ପା କୁମାରୀ ମିଶ୍ର । ସେ ଜଗତସିଂହପୁର ଜିଲ୍ଲାର ମାନପୁରସ୍ଥିତ ଯୋଗେନ୍ଦ୍ର ନାଥ ୟୁପି ସ୍କୁଲ ଓ ତରିକୁନ୍ଦ ହାଇସ୍କୁଲରେ ସ୍କୁଲ ଶିକ୍ଷାଲାଭ କରିଥିଲେ । ସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟରୁ ସେ ସ୍ନାତକ ଓ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୩]
ବୃତ୍ତିଗତ ଜୀବନ
[ସମ୍ପାଦନା]୨୦୦୩ ମସିହାରେ ଜ୍ୟୋତିର୍ମୟୀ, ଆଇଆଇଟି କାନପୁରରୁ ସିନ୍ଥେଟିକ ଅର୍ଗାନିକ କେମେଷ୍ଟ୍ରୀରେ ପିଏଚଡ଼ି ହାସଲ କରିଥିଲେ । ୨୦୦୪-୦୬ରେ ସେ ଜର୍ମାନୀର ବର୍ଲିନସ୍ଥିତ ଫ୍ରି ବିଶ୍ୱବିଦ୍ୟାଳୟରୁ ଆଲେକଜାଣ୍ଡର ଭନ ହମଭ୍ଲଟ ଫେଲୋସିପ, ୨୦୦୬-୦୭ରେ ଫ୍ରାନ୍ସରୁ ପୋଷ୍ଟ ଡକ୍ଟରାଲ ଫେଲୋ, ୨୦୦୭-୦୯ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ମେରି କ୍ୟୁରୀ ଫେଲୋସିପ ଓ ୨୦୧୦ରେ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟରୁ ଫେଲୋସିପ ହାସଲ କରିଥିଲେ । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ଆଇଜର କୋଲକାତାରେ ଅଧ୍ୟାପନା କରିଥିଲେ । ୨୦୧୨ରୁ ସେ କଲିକତାର ଆଇ.ଏ.ସି.ଏସ.(ଇଣ୍ଡିଆନ ଆସୋସିଏସନ ଫର ଦ କଲ୍ଟିଭେସନ ଅଫ ସାଇନ୍ସ)ରେ ଅଧ୍ୟାପନା କରୁଛନ୍ତି ।[୪]
ଜ୍ୟୋତିର୍ମୟୀଙ୍କ ମୁଖ୍ୟତଃ ସିନ୍ଥେଟିକ ଅର୍ଗାନିକ କେମିଷ୍ଟ୍ରୀ, ନ୍ୟୁକ୍ଲିକ ଏସିଡ଼, ସୁପ୍ରାମଲେକ୍ୟୁଲାର କେମିଷ୍ଟ୍ରୀରେ କାମ କରନ୍ତି । ସିନ୍ଥେଟିକ ମଲ୍ୟୁକୁଲ ଉପରେ ସେ ମୌଳିକ ଗବେଷଣା କରିଛନ୍ତି । ଏହି ଗବେଷଣା, ନ୍ୟୁକ୍ଲିକ ଏସିଡ଼କୁ ଭଲକରି ବୁଝିବା ଓ କର୍କଟ ଏବଂ ଆଣ୍ଟିଭାଇରାଲ ଚିକିତ୍ସା କ୍ଷେତ୍ରରେ ବିକଳ୍ପ ଚିକିତ୍ସା ସନ୍ଧାନରେ ସହାୟକ ହେବ ବୋଲି ଜ୍ୟୋତିର୍ମୟୀଙ୍କ ମତ ।[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Odia chemical scientist gets prestigious award". www.newindianexpress.com. The New Indian Express. Archived from the original on 28 September 2020. Retrieved 28 September 2020.
- ↑ "Brief Profile of the Awardee". CSIR Human Resource Development Group. Retrieved 30 September 2020.
- ↑ "ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର". www.sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 28 September 2020. Retrieved 28 September 2020.
- ↑ "Academic Profile of Jyotirmayee Dash". www.iacs.res.in/. Indian Association for the Cultivation of Science. Archived from the original on 28 September 2020. Retrieved 28 September 2020.
- ↑ "କରୋନା ବ୍ୟାଧି ବିଜ୍ଞାନଦ୍ୱାରା ପରାଜିତ ହେବ : ଜୋତିର୍ମୟୀ ଦାଶ". No. ରବିବାର ସମ୍ବାଦ ୧୧/୧୦/୨୦୨୦ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡିଆ. Archived from the original on 11 October 2020. Retrieved 11 October 2020.
- ↑ "Odia Scientist Prof Jyotirmayee Dash Wins Prestigious Shanti Swarup Bhatnagar Prize 2020". www.odishatv.in. Odisha TV. Archived from the original on 28 September 2020. Retrieved 28 September 2020.