ଜୌନପୁର, ଉତ୍ତରପ୍ରଦେଶ
Jaunpur
जौनपुर | |
---|---|
Nickname: Jamadagnipura | |
Country | India |
State | Uttar Pradesh |
District | Jaunpur |
Founded | 1359 |
Founded by | Feroz Shah Tughlaq |
Named for | Muhammad bin Tughluq, whose given name was Jauna Khan |
Government | |
• Jaunpur (Lok Sabha constituency) | Krishna Pratap (BJP) |
Area | |
• ସମୁଦାୟ | 4,038 km2 (1,559 sq mi) |
Elevation | 82 m (269 ft) |
Population (2001) | |
• Total | ୧,୮୦,୩୬୨ |
• Rank | 43 in UP |
• Density | 1,113/km2 (2,880/sq mi) |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | UP62 |
Sex ratio | 925 females per 1000 males ♂/♀ |
Website | jaunpur.nic.in |
ଜୌନପୁର (Hindustani pronunciation: [dʒɔːnpʊr] ( listen)) ହିନ୍ଦୀ : जौनपुरଭାରତୀୟ ରାଜ୍ୟ ଉତ୍ତରପ୍ରଦେଶ ଏଅ ଏକ ମୁନ୍ସିପାଳ ସହର ।
ଜୌନପୁର ବରାନଶୀ ଜିଲାର ଉତ୍ତର ପଶ୍ଚିମରେ ଅବସ୍ଥିତ ଏହା ପୂର୍ବାଞ୍ଚଳର ଅନ୍ୟ ସହର ପରି ଦେଖାଯାଇଥାଏ । ତେବେ ଏହା ଏକ ଏଇତିହାସିକ ସ୍ଥଳ ।
ଇତିହାସ
[ସମ୍ପାଦନା]J ଏହି ସହରର ଇତିହାସ 1359 ମସିହାରୁ ଲିପିବଦ୍ଧ । ପୂର୍ବରୁ ଏହାର ନାମ ଶିରାଜ -ଇ-ହିନ୍ଦ ଥିଲା । ଏହି ସହର ଫିରୋଜ ଶାହ ଟୁଗଳାକଙ୍କଦ୍ୱାରା ମହାମବାଦ ବିନ ତୁଘଳକ , ଯାହାଙ୍କୁ ଜୁଆନା ନାମରେ ଡକାଯାଉଥିଲା , ତାଙ୍କ ସ୍ମୃତିରେ ସ୍ଥାପନ କରିଥିଲେ । ଫିରୋଜ ଶାହ ମାଲିକ ସାରବାର ନାମକ ଜଣେ ନପୁଂଶକଙ୍କୁ ଏହାର ଶାସନ ଭାର ଦେଇଥିଲେ । 1393 ମସିହାରେ ମାଲିକ ସରବର ନିଜକୁ ସ୍ୱାଧୀନ ଘୋଷଣା କରିଥିଲେ । ସେ ଓ ତାଙ୍କର ପୌଷ୍ୟ ପୁତ୍ର ଶରକି ବଂଶ ସ୍ଥାପନ କରିଥିଲେ । ସେହି ସମୟରେ ଏହା ଏକ ବଳିଷ୍ଠ ସାମରିକ ଶାସନ ଭାବରେ ରହିଥିଲା । ସେମାନେ କେତେଥର ଦିଲ୍ଲୀ ଦରବାର ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥିଲେ ।
1402 ମସିହାରୁ 1440 ମସିହା ଯାଏ ମୁବାରକ ଶାହଙ୍କ ଶାସନ କଳାରେ ଜୌନପୁର ଏକ ବଳିଷ୍ଠ ରାଜ୍ୟ ହେଇ ରହିଲା । ଏହା ବିହାର ଅଞ୍ଚଳକୁ ମଧ୍ୟ ପରିବ୍ୟାପ୍ତ ହେଇଥିଲା । ଏପରିକି ବେଙ୍ଗଲର ସୁଲତାନେଟକୁ ମଧ୍ୟ ବିପଦ ସୃଷ୍ଟି କରିଥିଲେ । .[୨]
1456 ମସିହାରୁ 1476 ମସିହା ମଧ୍ୟରେ ହୁସେଇନ ଶାହ ଦିଲ୍ଲୀ ଆକ୍ରମଣ କରିଥିଲେ ମଧ୍ୟ ବହଲୁଲ ଖାନ ଲୋଦୀଙ୍କଦ୍ୱାରା ପରାସ୍ତ ହେଇଥିଲେ । ତାହା ପରେ ସିକନ୍ଦର ଲୋଦୀ ଏହି ରାଜ୍ୟ ଅଧିକାର କରିନେଇଥିଲେ ।
ଜୌନପୁର ସୁଲତାନେଟ ଉର୍ଦୁ ଓ ସୁଫି ସାହିତ୍ଯର ଏକ ମୁଖ୍ୟ କେନ୍ଦ୍ର ହେଇଥିଲା । ହିନ୍ଦୁ ଓ ମୁସଲିମ ମାନଙ୍କ ଭିତରେ ସମ୍ପ୍ରଦାୟିକ ସଦ ଭାବ ବଜାୟ ରହିଥିଲା । ଲୋଦୀ 1480 ମସିହାରେ ଏହାକୁ ନିଜ କବଲାକୁ ନେଲା ପରେ ଅନେକ ଶରକି ଭାସ୍କର୍ଜ୍ୟ ଥିବା ମହଲ ଓ ଅନନ୍ୟ ସ୍ଥାପତ୍ୟକୁ ନଷ୍ଟ କରିଦେଇଥିଲେ । ଶର୍କୀ ସମୟରେ ଅନେକ ମସଜିଦ ନିର୍ମିତ ହେଇଥିଲା । ଗୋମତୀ ନଦୀ ଉପରେ ଏକ ସେତୁ ମଧ୍ୟ ସେହି ସମୟରେ ନିର୍ମିତ ହେଇଥିଲା ।
ଜନସଂଖ୍ୟା
[ସମ୍ପାଦନା]2011 ଜନଗଣନା ଅନୁସାରେ ସେଠାକାର ଲୋକ ସଂଖ୍ୟା 1,80,362 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 93,718 ଓ ମହିଳା ସଂଖ୍ୟା 86,644 ଥିଲା । ସାକ୍ଷ୍ୟରତା ହାର 81.22 ଥିଲା । ଜନ ଘନତ୍ୱ 1,113 ପ୍ରତି ବର୍ଗ କିଲୋମିଟର ଥିଲା । .
ଧର୍ମ
[ସମ୍ପାଦନା]ବତମାନ ସେଠାରେ ହିନ୍ଦୁ ଧର୍ମର 63.48 % ଥିବା ବେଳେ ମୁସ୍ଲିମ ଓ ଅନ୍ୟ ଧର୍ମାର ବାକି ଜନସଂଖ୍ୟା ରହିଛନ୍ତି ।
ପୁନଶ୍ଚ ଦେଖଣା http://www.census2011.co.in/census/district/565-jaunpur.html
Hindi and Urdu are the main spoken languages in ଜୌନପୁର
ଜୌନପୁରର ନଦୀ
[ସମ୍ପାଦନା]ଏଠାରେ ଗୋମତୀ , ସାଇ , ବରୁଣ ପିଲି ଓ ବାସୁହି ନଦୀ ପ୍ରବାହିତ । ଏଠାରେ ଉର୍ବର ଜମି ଥିବାରୁ ଫସଲ ଉତ୍ତମ ହେଇଥାଏ । .[୩]
ଧାର୍ମିକ ସ୍ଥଳ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "View at Juanpore, on the River Ganges". Wesleyan Juvenile Offering. IV: 60. June 1847. Retrieved 17 November 2015.
- ↑ Goron and Goenka, p. 343.
- ↑ Cf. "Jaunpur" article in 1911 Encyclopædia Britannica, p.282.
ବାହାର ଲିଙ୍କ
[ସମ୍ପାଦନା]. Encyclopedia Americana. 1920.
- Hindi website
- English website
- Kerakat