ଚନ୍ଦ୍ରଶେଖର ନନ୍ଦ
ଦେଖଣା
ଚନ୍ଦ୍ରଶେଖର ନନ୍ଦ | |
---|---|
ଜନ୍ମ | ଚନ୍ଦ୍ରଶେଖର ନନ୍ଦ ୧୮୬୮ |
ମୃତ୍ୟୁ | ୧୯୩୨ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | କଟକ ଟାଉନ ସ୍କୁଲ, ରେଭେନ୍ସା କଲିଜିଏଟ ସ୍କୁଲ |
ପ୍ରସିଦ୍ଧି | ସାହିତ୍ୟିକ |
ଚନ୍ଦ୍ରଶେଖର ନନ୍ଦ (୧୮୬୮-୧୯୩୨) ଜଣେ ଓଡ଼ିଆ ଗାଳ୍ପିକ ।[୧] ତାଙ୍କ ଗଳ୍ପପୁସ୍ତକ ଚିତ୍ରକୁ ପ୍ରଥମ ଓଡ଼ିଆ ଗଳ୍ପ ବହିର ମାନ୍ୟତା ଦିଆଯାଏ । ଗଳ୍ପ ବ୍ୟତିତ ସେ ଓଡ଼ିଆ ସାହିତ୍ୟର ଅନ୍ୟ ବିଭବ ଯଥା ପ୍ରବନ୍ଧ, ଉପନ୍ୟାସ, କବିତାରେ ମଧ୍ୟ ଲେଖନି ଚାଳନା କରିଥିଲେ । ସେ ଅନେକ ପାଠ୍ୟ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ଫକୀର ମୋହନ ସେନାପତି ଓ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମସାମୟିକ ଥିଲେ ।[୨]
ସାହିତ୍ୟିକ କୃତି
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ଚିତ୍ର (ପ୍ରଥମ ଓଡ଼ିଆ ଗଳ୍ପ ସଂକଳନ-୧୯୦୬)
- ସୌଦାମିନୀ (ତାଙ୍କର ପ୍ରଥମ ଗଳ୍ପ-୧୯୦୧)
- ଗୋଟିଏ ଚିତ୍ର(୧୯୦୫)
- ଜଗୁ ଚୌକିଦାର(୧୯୦୫)
- ଗଦା ଡକାୟତ(୧୯୦୬)
- ମା ମୁଁ ଜମାଏଥିରେ ହାତଦେଇନି(୧୯୦୬)
- ଛୋଟ ରାମଦାସ (୧୯୦୬)
- ପ୍ରତିଶୋଧ(୧୯୦୭)
- ଭୀଲ ବାଳକ(୧୯୦୭)
- ବାସୀ କ୍ଷୀରୀପିଠା(୧୯୧୩)
- କଲ୍ୟାଣୀ(୧୯୧୪)
- ସହମରଣ(୧୯୧୪)
- ତେନ୍ତୁଳିଆ ପୀର(୧୯୧୪)
- ସତ୍ୟକାମ ଜାବାଳ(୧୯୧୫)
- ସତୀବଟ(୧୯୧୫)
- ନଚିକେତା(୧୯୧୫)
- ଦୁଇଭାଇ (୧୯୧୫)
- ଆହତ ପକ୍ଷୀ(୧୯୧୬)
- ଚଷାବୁଦ୍ଧି ବଳିପଡ଼ିଲା(୧୯୧୬)
- ମହାରାଣୀ ନିଳାମ୍ବରୀ
- ବିଲ ଲକ୍ଷେଶ୍ୱର
- ରଜ ପୋଡ଼ପିଠା(୧୯୧୬)
- ଶୋଭା ସିଂହ ଓ କୃଷ୍ଣା କୁମାରୀ(୧୯୧୬)
ପ୍ରବନ୍ଧ
[ସମ୍ପାଦନା]- ସାହିତ୍ୟରେ କ୍ଷୁଦ୍ରଗଳ୍ପ(ତାଙ୍କ ପ୍ରଥମପ୍ରବନ୍ଧ-୧୯୦୪)
- ପ୍ରଭାତ ( ୧୯୦୫ )
- ସାହିତ୍ୟ ( ୧୯୦୭ )
କବିତା
[ସମ୍ପାଦନା]- ଅର୍ଚ୍ଚନା
ଉପନ୍ୟାସ
[ସମ୍ପାଦନା]- ସତୀ ଓ ଶାନ୍ତି
- ରାମାୟଣ କଥା
ପାଠ୍ୟ ପୁସ୍ତକ
[ସମ୍ପାଦନା]- ନୂଆ ଅଙ୍କ
- ନୂଆ ଶିଶୁଗୀତ
- ନୂଆ ବର୍ଣ୍ଣବୋଧ
- ନୂଆ ସଚିତ୍ର ବର୍ଣ୍ଣମାଳା
- ୱାର୍ଡ଼ବୁକ[୩]
ଆଧାର
[ସମ୍ପାଦନା]- ↑ Sisir Kumar Das (1995). A History of Indian Literature: Struggle for freedom, triumph and tragedy. 1911-1956. Sahitya Akademi. ISBN 978-81-7901-798-2.
- ↑ Orissa (India).; N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
- ↑ ନନ୍ଦ, ଡ. ଫଣୀନ୍ଦ୍ର ଭୂଷଣ. "ଚିତ୍ର:ପ୍ରଥମ ଓଡ଼ିଆ ଗଳ୍ପ ବହି". dharitriepaper.in. Retrieved 4 February 2021.