କ୍ୟାଲସିଅମ ଗ୍ଲୁକୋନେଟ

ଉଇକିପିଡ଼ିଆ‌ରୁ
କ୍ୟାଲସିଅମ ଗ୍ଲୁକୋନେଟ
Clinical data
PronunciationKAL see um GLUE koe nate
AHFS/Drugs.commonograph
Pregnancy
category
  • US: A (No risk in human studies) and C
Routes of
administration
by mouth, IV, topical
ATC code
Identifiers
  • calcium (2R,3S,4R,5R)- 2,3,4,5,6-pentahydroxyhexanoate
CAS Number
PubChem CID
ChemSpider
UNII
E numberE578 (acidity regulators, ...) Edit this at Wikidata
ECHA InfoCard100.005.524 Edit this at Wikidata
Chemical and physical data
FormulaC12H22CaO14
Molar mass430.373
3D model (JSmol)
Melting point120 °C (248 °F) (decomposes)
Solubility in waterslowly soluble mg/mL (20 °C)
  • [Ca+2].[O-]C(=O)[C@H](O)[C@@H](O)[C@H](O)[C@H](O)CO.[O-]C(=O)[C@H](O)[C@@H](O)[C@H](O)[C@H](O)CO
  • InChI=1S/2C6H12O7.Ca/c2*7-1-2(8)3(9)4(10)5(11)6(12)13;/h2*2-5,7-11H,1H2,(H,12,13);/q;;+2/p-2/t2*2-,3-,4+,5-;/m11./s1
     checkY
  • Key:NEEHYRZPVYRGPP-IYEMJOQQSA-L

କ୍ୟାଲସିଅମ ଗ୍ଲୁକୋନେଟ (ଇଂରାଜୀ ଭାଷାରେ Calcium gluconate) ଏକ ଲବଣ ପରିପୂରକ (mineral supplement) ଓ ଔଷଧ ଭାବରେ ପରିଚିତ ।[୧] ଔଷଧ ଭାବରେ ଏହା ଅଳ୍ପ ରକ୍ତ କ୍ୟାଲସିଅମ (low blood calcium), ଅଧିକ ରକ୍ତ ପୋଟାସିଅମ (high blood potassium) ଓ ମ୍ୟାଗନେସିଅମ ବିଷକ୍ରିୟା (magnesium toxicity) ଆଦି ଅବସ୍ଥାରେ ଶିରାଭ୍ୟନ୍ତର ଇଜଫ୍ୟୁଜନ (injection into a vein) ଭାବରେ କାମକରେ ।[୨][୧] ଖାଦ୍ୟରେ ଯଥେଷ୍ଟ କ୍ୟାଲସିଅମ (calcium) ନଥିଲେ ଏହି ପରିପୂରକ ଦିଆଯାଏ । [୩] ଏହା ହାଡ଼ପୋରିଆ ବା ଓଷ୍ଟିଓପୋରୋସିସରିକେଟ ରୋଗରେ ମଧ୍ୟ ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଇପାରେ କିନ୍ତୁ ମାଂସପେଶୀ ଇଞ୍ଜେକସନ (injection into a muscle) ଭାବରେ ନୁହେଁ । [୧]

କ୍ୟାଲସିଅମ ଗ୍ଲୁକୋନେଟ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃତ୍‌ପିଣ୍ଡ ଗତିହାର (slow heart rate), ଇଞ୍ଜେକସନ ଯାଗାରେ ଯନ୍ତ୍ରଣା ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ ।[୩] ପାଟିରେ ଦେଲେ କୋଷ୍ଠକାଠିନ୍ୟ (constipation) ଓ ଅଇ (nausea) ହୋଇପାରେ ।[୧] ଏହି ଔଷଧ ଦେଲେ ରକ୍ତ କ୍ୟାଲସିଅମ ସ୍ତର ସମୟ ସମୟରେ ମାପିବାକୁ ହୁଏ ବିଶେଷତଃ ବୃକ୍‌କ ପଥର (kidney stones) ରୋଗ ଇତିହାସ ଥିଲେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ ।[୩] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ସାଧାରଣ ମାତ୍ରାରେ ନେଲେ ଏହା ନିରାପଦ ରହେ ।[୧][୪] ଗ୍ଲୁକୁରୋନିକ ଏସିଡ (gluconic acid) ସ‌ହିତ କ୍ୟାଲସିଅମ କାର୍ବୋନେଟ (calcium carbonate) ବା କ୍ୟାଲସିଅମ ହାଇଡ୍ରକ୍ସାଇଡ (calcium hydroxide) ମିଶ୍ରଣ କରି ଏହା ଉତ୍ପାଦନ କରାଯାଏ ।[୫]

ସନ ୧୯୨୦ରୁ କ୍ୟାଲସିଅମ ଗ୍ଲୁକୋନେଟ ଔଷଧ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହୃତ ହୋଇଆସୁଛି ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ଉପଲବ୍‌ଧ ହେଉଛି ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲରେ ୧୦୦ ମି:ଗ୍ରା:/ମି:ଲି:ର (୧୦% ସଲ୍ୟୁସନର) କ୍ରୟ ମୂଲ୍ୟ ୦.୨୧ରୁ ୧.୩୪ ଆମେରିକୀୟ ଡଲାର ।[୮] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୦.୬୫ ପାଉଣ୍ଡ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Calcium Salts". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 680, 694. ISBN 9780857111562.
  3. ୩.୦ ୩.୧ ୩.୨ WHO Model Formulary 2008 (PDF). World Health Organization. 2009. p. 497. ISBN 9789241547659. Retrieved 8 January 2017.
  4. "Calcium gluconate Use During Pregnancy | Drugs.com". www.drugs.com. Retrieved 15 January 2017.
  5. Bhattacharya, Suvendu (2014). Conventional and Advanced Food Processing Technologies (in ଇଂରାଜୀ). John Wiley & Sons. p. 391. ISBN 9781118406304.
  6. Tegethoff, F. Wolfgang (2012). Calcium Carbonate: From the Cretaceous Period into the 21st Century (in ଇଂରାଜୀ). Birkhäuser. p. 308. ISBN 9783034882453.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Calcium Gluconate". International Drug Price Indicator Guide. Retrieved 8 December 2016.[permanent dead link]