କ୍ଷେତ୍ରବାସୀ ନାଏକ
କ୍ଷେତ୍ରବାସୀ ନାୟକ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ବିଜ୍ଞାନ), ବିଏଡ଼ |
ବୃତ୍ତି | ସାମ୍ବାଦିକ |
ଚାକିରିକ୍ଷେତ୍ର | ସମ୍ବାଦ |
ପିତାମାତା(s) | କାଳିଆ ନାୟକ, ଲଳିତା ନାୟକ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୩ |
କ୍ଷେତ୍ରବାସୀ ନାୟକ (ଜନ୍ମ: ୧୦ ଜୁନ ୧୯୮୦), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ନିଜ ଗଳ୍ପ ପୁସ୍ତକ ଦାଦନ ପାଇଁ ସେ ୨୦୧୩ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ସେ ସମ୍ବାଦରେ କାର୍ଯ୍ୟ କରନ୍ତି ଓ କଥା ପତ୍ରିକାର ସହ-ସମ୍ପାଦକ ଭାବରେ କାର୍ଯ୍ୟରତ ।[୧]
କ୍ଷେତ୍ରବାସୀ ୧୯୮୦ ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଅନ୍ତର୍ଗତ ସାନଟିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଳିଆ ନାୟକ ଓ ମାତାଙ୍କ ନାମ ଲଳିତା ।[୨] ସେ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରୁ ସ୍ନାତକ ଓ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୨୦୦୮ରୁ ସେ "ସୃଜନ ସଳିତା ନବନୀତା" ନାମକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଆସୁଛନ୍ତି । ତାଙ୍କ ଗପ ଓ କବିତା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ଓ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇସାରିଛି ।[୩] ସେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]- ଦାଦନ - ୨୦୧୧[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୩[୫]
ଆଧାର
[ସମ୍ପାଦନା]- ↑ "ସହ-ସମ୍ପାଦନା". କଥା (ଫେବୃଆରୀ ୨୦୧୯): ସମ୍ପାଦକୀୟ. Retrieved 27 February 2019.
- ↑ "BIODATA OF KSHETRABASI NAIK 1". odishatv.in. Odisha TV. Retrieved 27 February 2019.[permanent dead link]
- ↑ "ନଦୀୟାବିହାରୀ ମହାନ୍ତି ଓ କ୍ଷେତ୍ରବାସୀ ନାଏକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.odiasahitya.com. odiasahitya.com. Retrieved 27 February 2019.
- ↑ "National Library of India online catalog". opac.nationallibrary.gov.in. National Library of India. Retrieved 27 February 2019.
- ↑ "YUVA PURASKAR (2011-2018)". sahitya-akademi.gov.in. Kendra sahitya akademi. Retrieved 27 February 2019.