Jump to content

କ୍ଷେତ୍ରବାସୀ ନାଏକ

ଉଇକିପିଡ଼ିଆ‌ରୁ
କ୍ଷେତ୍ରବାସୀ ନାୟକ
ଜନ୍ମ (1980-06-10) ୧୦ ଜୁନ ୧୯୮୦ (ବୟସ ୪୪)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ବିଜ୍ଞାନ), ବିଏଡ଼
ବୃତ୍ତିସାମ୍ବାଦିକ
ଚାକିରିକ୍ଷେତ୍ରସମ୍ବାଦ
ପିତାମାତାକାଳିଆ ନାୟକ, ଲଳିତା ନାୟକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୩

କ୍ଷେତ୍ରବାସୀ ନାୟକ (ଜନ୍ମ: ୧୦ ଜୁନ ୧୯୮୦), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ନିଜ ଗଳ୍ପ ପୁସ୍ତକ ଦାଦନ ପାଇଁ ସେ ୨୦୧୩ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ସେ ସମ୍ବାଦରେ କାର୍ଯ୍ୟ କରନ୍ତି ଓ କଥା ପତ୍ରିକାର ସହ-ସମ୍ପାଦକ ଭାବରେ କାର୍ଯ୍ୟରତ ।[]

କ୍ଷେତ୍ରବାସୀ ୧୯୮୦ ମସିହାରେ ବଲାଙ୍ଗୀର ଜିଲ୍ଲାଲୋଇସିଂହା ଅନ୍ତର୍ଗତ ସାନଟିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଳିଆ ନାୟକ ଓ ମାତାଙ୍କ ନାମ ଲଳିତା ।[] ସେ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରୁ ସ୍ନାତକ ଓ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୨୦୦୮ରୁ ସେ "ସୃଜନ ସଳିତା ନବନୀତା" ନାମକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଆସୁଛନ୍ତି । ତାଙ୍କ ଗପ ଓ କବିତା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ଓ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇସାରିଛି ।[] ସେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ଦାଦନ - ୨୦୧୧[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୩[]
  1. "ସହ-ସମ୍ପାଦନା". କଥା (ଫେବୃଆରୀ ୨୦୧୯): ସମ୍ପାଦକୀୟ. Retrieved 27 February 2019.[permanent dead link]
  2. "BIODATA OF KSHETRABASI NAIK 1". odishatv.in. Odisha TV. Retrieved 27 February 2019.[permanent dead link]
  3. "ନଦୀୟାବିହାରୀ ମହାନ୍ତି ଓ କ୍ଷେତ୍ରବାସୀ ନାଏକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.odiasahitya.com. odiasahitya.com. Archived from the original on 17 April 2019. Retrieved 27 February 2019.
  4. "National Library of India online catalog". opac.nationallibrary.gov.in. National Library of India. Retrieved 27 February 2019.
  5. "YUVA PURASKAR (2011-2018)". sahitya-akademi.gov.in. Kendra sahitya akademi. Retrieved 27 February 2019.