କେଶବ କୋଇଲି
କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ ।[୧] ଏହା ୧୩ଶ ଶତକରେ[୨] ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ ।[୩] ଏହି ଚଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ ।[୪] ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।[୫]
ବିଷୟବସ୍ତୁ
[ସମ୍ପାଦନା]କୃଷ୍ଣଙ୍କ ମଥୁରା ଗମନ ପରେ ଯଶୋଦାଙ୍କ ମାତୃହୃଦୟର କରୁଣ ବିଳାପର ବର୍ଣ୍ଣନାରେ ଏହି କୋଇଲି ରଚିତ ଘଟିଛି ଏହି କୋଇଲି-ଚଉତିଶା ମାଧ୍ୟମରେ । କଂସର ନିମନ୍ତ୍ରଣ ପାଇ ଧନୁଯାତ୍ରାରେ ଯୋଗଦେବା ପାଇଁ ଅକୃର ସହିତ ଶ୍ରୀକୃଷ୍ଣ ଓ ବଳରାମ ମଥୁରା ଗମନ କରିଛନ୍ତି । ଯାତ୍ରା ଶେଷରେ ଗୋପପୁରକୁ ଫେରିଆସିବା ପାଇଁ ମାତା ଯଶୋଦାଙ୍କୁ ଦେଇଥିବା ପ୍ରତ୍ରିଶ୍ରୁତି ପୂରଣ କରିପାରି ନାହାନ୍ତି ଶ୍ରୀକୃଷ୍ଣ । ବୃଦ୍ଧ କାଳରେ ପୁତ୍ର ବିଚ୍ଛେଦ ଯଶୋଦାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । କେଶାବଙ୍କୁ ମଥୁରା ପଠାଇଥିବା ଯୋଗୁଁ କେତେବେଳେ ସେ ନନ୍ଦଙ୍କ ପାଷାଣ ହୃଦୟକୁ ସମାଲୋଚନା କରିଛନ୍ତି ତ ଆଉ କେତେବେଳେ କୃଷ୍ଣଙ୍କୁ ଛାଟରେ ମାରିଥିବା ଯୋଗୁଁ ନିଜକୁ ଧିକ୍କାର କରିଛନ୍ତି । ଅସହାୟା ଯଶୋଦା କୃଷ୍ଣଙ୍କର ବିଭିନ୍ନ ଗୁଣ ବାହୁନି କୋଇଲି ଆଗରେ ନିଜର ଭାବ ପ୍ରକାଶ କରିଛନ୍ତି । ଏହି କବିତାରେ ଜଣେ ମାଆର ମମତା ଓ ପୁଅର ବିଚ୍ଛେଦ ହେତୁ ଶୋକ ସରଳ ଭାଷାରେ ବଖଣାଯାଇଛି ।[୬][୭]
ଗୀତ
[ସମ୍ପାଦନା]- କୋଇଲି, କେଶବ ଯେ ମଥୁରାକୁ ଗଲା,
- କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ, କୋଇଲି ।
- କୋଇଲି, ଖଣ୍ଡକ୍ଷୀର ଦେବି ମୁଁ କାହାକୁ,
- ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
- କୋଇଲି, ଗଲା ପୁତ୍ର ବାହୁଡି ନଇଲା,
- ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ, କୋଇଲି ।
- କୋଇଲି, ଘର ମୋର ନ ମଣନ୍ତି ନନ୍ଦ,
- ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ, କୋଇଲି ।
- କୋଇଲି, ନନ୍ଦ ଦେହ ପାଷାଣେ ଗଢିଲା,
- ନୟନେ କଜ୍ଜଳ ଦେଇ ରଥେ ବସାଇଲା ଲୋ, କୋଇଲି ।
- କୋଇଲି, ଚଳୁଥାଇ କଟିସ୍ଥ ମେଖଳୀ,
- ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ, କୋଇଲି ।
- କୋଇଲି, ଛାଟକେ ମୁ ମାଇଲି ପୂରୁବେ,
- ଛାଡି ଅବା ଗଲେ କୃଷ୍ଣ ସେହି ପରାଭବେ ଲୋ, କୋଇଲି ।
- କୋଇଲି, ଦୂତପଣେ ଅ ଇଲା ଅକ୍ରୂର,
- ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ଲୋ, କୋଇଲି ।
- କୋଇଲି, ଝୁରୁ ଝୁରୁ ଲୁହ ନ ରହିଲା,
- ଝଗଡା ସାରିଣ କୃଷ୍ଣ ମଥୁରା ରହିଲା ଲୋ, କୋଇଲି ॥
- କୋଇଲି, ନିଶା କାଳେ ହରି ମାଗେ ଚାନ୍ଦ,
- ନୟନ ଟେକିଣ ତାକୁ ରାଉଥାନ୍ତି ନନ୍ଦ ଲୋ, କୋଇଲି ॥
- କୋଇଲି, ଟହ ଟହ ହସୁଥାନ୍ତି କୋଳେ,
- ଟଳଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ, କୋଇଲି ॥
- କୋଇଲି, ଠଣ ଯେ ସୁନ୍ଦର ବେନି ପୋଏ,
- ଠକି ଭଣ୍ଡି ଗଲେ କୃଷ୍ଣ ନ ଇଲେ ବେଡାଏ ଲୋ, କୋଇଲି ॥
- କୋଇଲି, ଡାକିଲେ ଭାଷ ଇ ଯେହ୍ନେ ଶାରୀ,
- ଡାଳ ରତ୍ନ ଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ, କୋଇଲି ॥
- କୋଇଲି, ଢାଳୁଥାନ୍ତି ମାଏ ଯଶୋବନ୍ତି,
- ଢାଳେ ହରାଇଲି ମୋର ପୁତ୍ର ଶିରୀପତି ଲୋ, କୋଇଲି ॥
- କୋଇଲି, ଅନେକ ହିଂସିଲା ରାୟ କଂସ,
- ଅଣହେଳା କରିଣ ଆପଣେ ଗଲା ନାଶ ଲୋ, କୋଇଲି ॥
- କୋଇଲି, ତନୁରେ ତା' ଲେପ ଇ କୁଙ୍କୁମ,
- ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ, କୋଇଲି ॥
- କୋଇଲି, ଥନ ଭାଙ୍ଗି କ୍ଷୀରପାନ ଦେଲି,
- ଥ ଅର କାଳକୁ ପୁତ୍ର ଦେଖି ନ ପାରିଲି ଲୋ, କୋଇଲି ॥
- କୋଇଲି, ଦଉଡିରେ ବାନ୍ଧିଲି ପୁତ୍ରକୁ,
- ଦାମୋଦର ରାଗେ ଗଲେ ମଥୁରା ପୁରକୁ ଲୋ, କୋଇଲି ॥
- କୋଇଲି, ଧନ୍ୟ ସେହୁ ଦ ଇବକି ନାରୀ,
- ଧର୍ମ ଥିଲା ପୁତ୍ରଗୋଟି ହୋଇଲା ତାହାରି ଲୋ, କୋଇଲୋ ॥
- କୋଇଲି, ନ ଶୋଭ ଇ ଗୋପପୁର ମୋର,
- ନାରାୟଣ ଗଲାଦିନୁ ମଥୁରା ନଗର ଲୋ, କୋଇଲି ॥
- କୋଇଲି, ପବିତ୍ର ପୁରୁଷ ମୋ ମାଧୋଇ,
- ପବିତ୍ର ମୁଁ ହେଉଥିଲି କୃଷ୍ଣ ମୁଖ ଚାହିଁ ଲୋ, କୋଇଲି ॥
- କୋଇଲି, ଫଳିବାକୁ ନାହିଁ ମୋର ଆଶ,
- ଫଳିବାର ଫଳ ଗଲା ବାସୁଦେବ ପାଶ ଲୋ, କୋଇଲି ॥
- କୋଇଲି, ବହୁତ ସହିଲି ତାଙ୍କ ଅଳି,
- ବଡ଼ ଇ ଶରଧା ଭାଙ୍ଗି ଗଲେ ବନମାଳୀ ଲୋ, କୋଇଲି ॥
- କୋଇଲି, ଭଣ୍ଡି ମୋତେ ଗଲେ ବେନି ପୋଏ,
- ଭାଇତାଙ୍କ ବଳରାମ ନ ଇଲେ ବେଡାଏ ଲୋ, କୋଇଲି॥
- କୋଇଲି, ମଥୁରାକୁ ଯିବି ମୁଁ କି ଧାଇଁ,
- ମାଧବ ମଧୁସୂଦନ ଆଣିବି କଢାଇ ଲୋ, କୋଇଲୋ ॥
- କୋଇଲି, ଯିବେ ଯେ ଆସିବେ ବୋଲି ଗଲେ,
- ଜଗତଜିଇବନ ପ୍ରଭୁ ବାହୁଡି ନ ଇଲେ ଲୋ, କୋଇଲି ॥
- କୋଇଲି, ରତ୍ନ ବସ୍ତ୍ର ଅଳଙ୍କାର ମାନ,
- ରାମ କୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ଲୋ, କୋଇଲି ॥
- କୋଇଲି, ଲକ୍ଷ୍ମୀବନ୍ତ ଅଟେ ନାରାୟଣ,
- ଲଳିତରେ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ, କୋଇଲି ॥
- କୋଇଲି, ବୃନ୍ଦାବନ ନ ଶୋଭ ଇ ମୋର,
- ବତ୍ସା କିଏ ଚରାଇବ ଯମୁନାର ତିଇର ଲୋ, କୋଇଲି ॥
- କୋଇଲି, ଶ୍ରୀମନ୍ତ ପୁରୁଷ ମୋ ମାଧୋ ଇ,
- ଶିରିରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ, କୋଇଲି ॥
- କୋଇଲି, ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ,
- ସେହିପରି କ୍ଷୀଣ ହେଲେ ମୋ ନନ୍ଦ ରାଜନ ଲୋ, କୋଇଲି ॥
- କୋଇଲି, ସାତ ଦିନ ଇନ୍ଦ୍ର ବୃଷ୍ଟି କଲା,
- ସପତ ବରଷ ପୁତ୍ର ମନ୍ଦର ଧ ଇଲା ଲୋ, କୋଇଲି ॥
- କୋଇଲି, ହାଇ ଯେ ମାର ଇ ପୁତ୍ର ତୁଣ୍ଡ,
- ହୃଦରେ ଦିଶିଲା ତା'ର ସପତ ବ୍ରହ୍ମାଣ୍ଡ ଲୋ, କୋଇଲି ॥
- କୋଇଲି, କ୍ଷନ୍ଦଣି ବନ୍ଦଣି ଭୁଜଦଣ୍ଡ,
- କ୍ଷମାକର ଦୋଷ ମୋର ଭଣେ ମାରକଣ୍ଡ ଲୋ, କୋଇଲି ॥
ପ୍ରକାଶନ
[ସମ୍ପାଦନା]ଏହି ଚଉତିଶାଟି ବିଜୟ ଚଂଦ୍ର ମଜୁମଦାରଂକ "Typical selections from Oriya literature[୮] " ପୁସ୍ତକରେ ପ୍ରଥମ ଓଡ଼ିଆ କବିତା ଭାବରେ ସ୍ଥାନିତ କରାଯାଇଥିଲା । କାନାଡାର ଟରଣ୍ଟୋ ବିଶ୍ୱବିଦ୍ୟାଳୟ ଏହି ପୁସ୍ତକଟିକୁ ଡିଜିଟାଇଜ କରି ୨୦୦୯ ମସିହାରେ ଇଣ୍ଟରନେଟରେ ଅପପଲୋଡ କରି ପ୍ରସାର କରିଛଂତି [୯] ।
ସଂଗୀତ ରୂପ
[ସମ୍ପାଦନା]ଏହି ଚଉତିଶା ଛାଂଦଟିର ସଂଗୀତ ରୂପ ମଧ୍ୟ ଇଣ୍ଟରନେଟରେ ମିଳୁଛି । ଏହାକୁ ଗାଇଛନ୍ତି ବିଶିଷ୍ଟ ଗାୟକ ଶ୍ରୀ ପ୍ରଣବ ପଟ୍ଟନାୟକ । ଯଦିଓ ପୂରା ଚଉତିରିଶି ପଦାବଳୀ ନାହିଁ, ତଥାପି ଅଧିକାଂଶ ଅଛି [୧୦]
ଆଧାର
[ସମ୍ପାଦନା]- ↑ B. B. Jena (1980). Orissa, People, Culture, and Polity. Kalyani Publishers.
- ↑ Gaṅgā Rām Garg । Encyclopaedia Of The Hindu World: A-Aj: 001 । ISBN 978-81-7022-374-0, South Asia Books । pp । 78 (English),Gaṅgā Rām Garg 1992-10
- ↑ Kapileswar Das. The Beginnings of Oriya
- ↑ Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. pp. 141–. ISBN 978-81-250-1453-9.
- ↑ Durga Prasad Patnaik (1989). Palm Leaf Etchings of Orissa. Abhinav Publications. pp. 11–. ISBN 978-81-7017-248-2.
- ↑ Prabhat Mukherjee । History Of Medieval Vaishnavism In Orissa । ISBN 978-81-206-0229-8 , Asian Educational Service, pp । 82 (1981)
- ↑ Sujit Mukherjee. Dictionary Of Indian Literature. Orient Blackswan. ISBN 978-81-250-1453-9 pp. 179
- ↑ ମଜୁମଦାର, ବିଜୟ ଚଂଦ୍ର (୧୯୨୧). Typical selections from Oriya literature. Calcutta: କଲିକତା ବିଶ୍ୱବିଦ୍ୟାଳୟ. p. ୧.
- ↑ Mazumdar, B C. "Typical selections from Oriya literature". Robarts Library University of Toronto. Retrieved 27 July 2016.
- ↑ "KOILI LO KESABA". Retrieved 30 July 2016.
{{cite web}}
:|first=
missing|last=
(help)CS1 maint: multiple names: authors list (link)