କଳାହାଣ୍ଡି ରାଜ୍ୟ
କଳାହାଣ୍ଡି ରାଜ୍ୟ | |
---|---|
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
କଳାହାଣ୍ଡି ରାଜ୍ୟ (ଓଡ଼ିଆ: କଳାହାଣ୍ଡି; ହିନ୍ଦୀ : कालाहंडी), କାରୋଣ୍ଡ ରାଜ୍ୟ ନାମ ମଧ୍ୟ ପରିଚିତ, ବ୍ରିଟିଶ ଶାସନ ସମୟରେ ଏକ ଗଡଜାତ ରାଜ୍ୟ ଥିଲା । ଏହା ୧୮୭୪ [୧]ମସିହାରେ ଏକ ରାଜ୍ୟ ହିସାବରେ ମାନ୍ୟତା ପାଇଥିଲା । ଏହାର ରାଜଧାନୀ ଭବାନୀପାଟଣାଠାରେ ଥିଲା । ଏହାର ଶେଷ ଶାସକ ଏହାକୁ ୧ ଜାନୁୟାରୀ , ୧୯୪୮ରେ ଭାରତୀୟ ରାଜ୍ୟସଙ୍ଘକୁ ସମର୍ପଣ କରିଥିଲେ । ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟର ଅନ୍ତର୍ଭୁକ୍ତ ।
ଇତିହାସ
[ସମ୍ପାଦନା]କଳାହାଣ୍ଡି ଓଡ଼ିଶାରେ ଥିବା ୨୬ଟି ଅଧୀନ ରାଜ୍ୟ ମଧ୍ୟରୁ ସର୍ବବୃହତ ଥିଲା । ଲୋକବାଦ ଅନୁସାରେ ନାଗ ବଂଶର ରାଜା ରଘୁନାଥ ରାଇ ଏହି ଅଞ୍ଚଳକୁ ପ୍ରଥମେ ୧୦୦୫ ମସିହାରୁ ରାଜୁତି କରୁଥିଲେ । ଏଥିପାଇଁ ରାଜ୍ୟର ପତାକାରେ ଦୁଇଟି ନାଗ ସାପ ପରସ୍ପରକୁ ସାମ୍ନା କରିଥିବାର ଚିତ୍ର ରହିଥାଏ । [୨]
ଅଗଷ୍ଟ ୧୯୪୭ରେ କଳାହାଣ୍ଡି ରାଜପୁରଠାରେ ଗଠିତ ହେଇଥିବା ପୂର୍ବାଞ୍ଚଳ ରାଜ୍ୟ ସମୂହର ଏକ ଅଂଶ ହେଲା । ଏହି ସଂଗଠନ ଓଡ଼ିଶା ଓ ଛତିଶଗଡ଼ର ଅନେକ ରାଜକୀୟ ରାଜ୍ୟ ରହିଥିଲେ । ଏହି ସଂଗଠନକୁ ୧୯୪୮[୩]ରେ ଭଗ୍ନ କରାଗଲା । ପୂର୍ବତନ କଳାହାଣ୍ଡି ରାଜକୀୟ ରାଜ୍ୟ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ନାମରେ ଥିଲା । ପରେ ତାହାକୁ ଭାଙ୍ଗି ୪ଟି ଜିଲ୍ଲାରେ ପରିଣତ କରାଗଲା ।
ଶାସକ ସମୂହ
[ସମ୍ପାଦନା]କଳାହାଣ୍ଡି ରାଜକୀୟ ରାଜ୍ୟରେ ନାଗବଂଶୀ ରାଜପୁତ[୪] ରାଜାମାନେ ଶାସନ କରୁଥିଲେ । [୫]
- ୧୦୦୫ - ୧୦୪୦ ରଘୁନାଥ ରାଇ
- .......... (୨୦ ରାଜାଗଣ )
- ୧୬୯୩ - ୧୭୨୧ ଯୁଗଶୟ ଦେଓ
- ୧୭୨୧ - ୧୭୪୭ ଖଡଗ ରାୟ ଦେଓ
- ୧୭୪୭ - ୧୭୭୧ ରାଇସିଙ୍ଘ ଦେଇ III
- ୧୭୭୧ - ୧୭୯୬ ପୁରୁଷୋତ୍ତମ ଦେଓ ଯୁଗଶୟ ଦେଓ IV
- ୧୯୩୧ - ୧୮୫୩ ଫତେ ନ୍ନରାୟଣ ଦେଓ
- ୧୮୫୩ - ୭ ଅପ୍ରେଲ ୧୮୮୧ ଉଦିତ ପ୍ରତାପ ଦେଓ
- ୭ ଅପ୍ରେଲ ୧୮୮୧ – ୨୦ ଅକ୍ଟୋବର ୧୮୯୭ ରଘୁ କେଶରୀ ଦେଓ
- ୨୦ ଅକ୍ଟୋବର ୧୮୯୭ - ୧୯୨୬ ବ୍ରିଜ ମୋହନ ଦେଓ
ପୁନଶ ଦେଖଣା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Indian Princely States
- ↑ Malleson, G. B. An historical sketch of the native states of India, London 1875, Reprint Delhi 1984
- ↑ Sadhna Sharma ed.
- ↑ Rajput Provinces of India - Kalahandi (Princely State)
- ↑ Kalahandi Princely State (9 gun salute)
ବାହାର ଲିଙ୍କ
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Kalahandi State-ସମ୍ପର୍କିତ ମିଡ଼ିଆ
- Aftermath of Merger of Princely States in Orissa Archived 2016-10-26 at the Wayback Machine.