ଓଲୁଅ
ଓଲୁଅ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Monocots |
ଗଣ: | Alismatales |
କୁଳ: | Araceae |
ଉପକୁଳ: | Aroideae |
ଗୋଷ୍ଠୀ: | Thomsonieae |
ପ୍ରଜାତି: | Amorphophallus |
ଜାତି: | A. paeoniifolius |
ବାଇନୋମିଆଲ ନାମ | |
Amorphophallus paeoniifolius | |
Synonyms[୨] | |
Amorphophallus campanulatus (Roxb.) Blume ex Decne |
ଓଲୁଅ ଏକ କଚୁବର୍ଗର ଖାଦ୍ୟକନ୍ଦ ବିଶିଷ୍ଟ ଗୁଳ୍ମ । ଓଡ଼ିଆ ରାନ୍ଧଣାରେ ବ୍ୟବହୃତ ହେଉଥିବା ଏକ ପରିବା ।
ବୈଜ୍ଞାନିକ ନାମ Amorphophallus paeoniifolius । ହାତିପାଦ ଆଳୁ the elephant foot yam, ଧଳାଦାଗିଆ ରାକ୍ଷସ ସାରୁ whitespot giant arum, ଗନ୍ଧୁରା କଇଁ stink lily ଆଦି ଇଂରାଜୀ ନାମ ପ୍ରଚଳିତ ।
ଓଲୁଅଟି ଏକ ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଜନ୍ମୁ ଥିବା ଗୁଳ୍ମ ତେଣୁ ଆଫ୍ରିକା, ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ତଥା ଗ୍ରୀଷ୍ମପ୍ରଧାନ ପ୍ରଶାନ୍ତ ସାଗରୀୟ ଦ୍ୱୀପଗୁଡ଼ିକରେ ଦେଖାଯାଇଥାଏ । ଚାରିଆଡେ ହେଉଥିଲେ ହେଁ ଏହାର ଜନ୍ମସ୍ଥଳୀ ଦକ୍ଷିଣ ପୂର୍ବ ଏସିଆରେ ଏକଥା ଅଧିକାଂଶ ଗବେଷକ ମତ ଦିଅନ୍ତି । ଓଡ଼ିଶାର ଲୋକଙ୍କ ଘର ପଛପାଖ ବାଡ଼ିମାନଙ୍କରେ ବିନା ରକ୍ଷଣାବେକ୍ଷଣରେ ମଧ୍ଯ ବର୍ଷାଦିନେ ଏ ଗଛ ଉଠୁଥିବା ଦେଖାଯାଏ । ପ୍ରତିବର୍ଷ ଓଲୁଅ ଖୋଳାଯାଇ ପୁଣି ଛୋଟ ପୁଆ ପୋତା ଯାଇଥାଏ ।
ଔଷଧ ଓ ଖାଦ୍ୟରେ ବ୍ୟବହାର
[ସମ୍ପାଦନା]ଓଲୁଅଟା ଗୋଟାଏ ଔଷଧୀୟ ଗଛ ବୋଲି ଆମ ଆର୍ୟୁବେଦ ତଥା ଅନ୍ଯ ପ୍ରାଚୀନ ବୈଦଗ୍ରନ୍ଥରେ ଲେଖା ଅଛି । କୋଷ୍ଠକାଠିନ୍ୟ କରେ ଓ ଯକୃତକୁ ସୁସ୍ଥ ରଖେ । ମଧୁମେହ ବା ଡାଇବେଟିସ ରୋଗୀଙ୍କୁ ଏହା ମାଟି ଜାତୀୟ ଫଳ ହୋଇଥିବାରୁ ଡ଼ାକ୍ତର ଖାଇବାକୁ ବାରଣ କରିଥାଅନ୍ତି । ବଣ ଓଲୁଅକୁ ଖାଇଲେ ତଣ୍ଟି ଗଲୁ କରେ ତେଣୁ ଲୋକେ ଆଗେ ଉଷୁନା ଧାନରେ ପୋତି, କାଞ୍ଜିପାଣିରେ ସିଞ୍ଜାଇ ତା ଗଲୁ ମାରନ୍ତି । ଏଥିରୁ ଓଲୁଅ ଭରତା ଓ ଓଲୁଅ ପିଠା ତିଆରି କରାଯାଏ ।[୩]
ଆଧାର
[ସମ୍ପାଦନା]- ↑ Nicolson, Dan Henry (1977). "Nomina conservanda proposita - Amorphophallus (Proposal to change the typification
of 723 Amorphophallus, nom. cons. (Araceae))". Taxon. 26: 337–338. doi:10.2307/1220579.
{{cite journal}}
: line feed character in|title=
at position 87 (help) - ↑ Quattrocchi, Umberto (2012). CRC World Dictionary of Medicinal and Poisonous Plants: Common names, scientific names, eponyms, synonyms, and etymology, Volume 1 A–B. Boca Raton, Florida: CRC Press (Taylor & Francis). p. 253. ISBN 978-1-4398-9442-2.
- ↑ ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।