ଓଲୁଅ

ଉଇକିପିଡ଼ିଆ‌ରୁ

ଓଲୁଅ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଗଣ: Alismatales
କୁଳ: Araceae
ଉପକୁଳ: Aroideae
ଗୋଷ୍ଠୀ: Thomsonieae
ପ୍ରଜାତି: Amorphophallus
ଜାତି: A. paeoniifolius
ବାଇନୋମିଆଲ ନାମ
Amorphophallus paeoniifolius
Synonyms[୨]

Amorphophallus campanulatus (Roxb.) Blume ex Decne
Amorphophallus bangkokensis Gagnep.
Amorphophallus chatty Andrews
Amorphophallus decurrens (Blanco) Kunth.

ଓଲୁଅ ଏକ କଚୁବର୍ଗର ଖାଦ୍ୟକନ୍ଦ ବିଶିଷ୍ଟ ଗୁଳ୍ମ । ଓଡ଼ିଆ ରାନ୍ଧଣାରେ ବ୍ୟବହୃତ ହେଉଥିବା ଏକ ପରିବା ।


ବୈଜ୍ଞାନିକ ନାମ Amorphophallus paeoniifolius । ହାତିପାଦ ଆଳୁ the elephant foot yam, ଧଳାଦାଗିଆ ରାକ୍ଷସ ସାରୁ whitespot giant arum, ଗନ୍ଧୁରା କଇଁ stink lily ଆଦି ଇଂରାଜୀ ନାମ ପ୍ରଚଳିତ । ଓଲୁଅଟି ଏକ ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଜନ୍ମୁ ଥିବା ଗୁଳ୍ମ ତେଣୁ ଆଫ୍ରିକା, ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ତଥା ଗ୍ରୀଷ୍ମପ୍ରଧାନ ପ୍ରଶାନ୍ତ ସାଗରୀୟ ଦ୍ୱୀପଗୁଡ଼ିକରେ ଦେଖାଯାଇଥାଏ । ଚାରିଆଡେ ହେଉଥିଲେ ହେଁ ଏହାର ଜନ୍ମସ୍ଥଳୀ ଦକ୍ଷିଣ ପୂର୍ବ ଏସିଆରେ ଏକଥା ଅଧିକାଂଶ ଗବେଷକ ମତ ଦିଅନ୍ତି । ଓଡ଼ିଶାର ଲୋକଙ୍କ ଘର ପଛପାଖ ବାଡ଼ିମାନଙ୍କରେ ବିନା ରକ୍ଷଣାବେକ୍ଷଣରେ ମଧ୍ଯ ବର୍ଷାଦିନେ ଏ ଗଛ ଉଠୁଥିବା ଦେଖାଯାଏ । ପ୍ରତିବର୍ଷ ଓଲୁଅ ଖୋଳାଯାଇ ପୁଣି ଛୋଟ ପୁଆ ପୋତା ଯାଇଥାଏ ।

ଔଷଧ ଓ ଖାଦ୍ୟରେ ବ୍ୟବହାର[ସମ୍ପାଦନା]

ଓଲୁଅଟା ଗୋଟାଏ ଔଷଧୀୟ ଗଛ ବୋଲି ଆମ ଆର୍ୟୁବେଦ ତଥା ଅନ୍ଯ ପ୍ରାଚୀନ ବୈଦଗ୍ରନ୍ଥରେ ଲେଖା ଅଛି । କୋଷ୍ଠକାଠିନ୍ୟ କରେ ଓ ଯକୃତକୁ ସୁସ୍ଥ ରଖେ । ମଧୁମେହ ବା ଡାଇବେଟିସ ରୋଗୀଙ୍କୁ ଏହା ମାଟି ଜାତୀୟ ଫଳ ହୋଇଥିବାରୁ ଡ଼ାକ୍ତର ଖାଇବାକୁ ବାରଣ କରିଥାଅନ୍ତି । ବଣ ଓଲୁଅକୁ ଖାଇଲେ ତଣ୍ଟି ଗଲୁ କରେ ତେଣୁ ଲୋକେ ଆଗେ ଉଷୁନା ଧାନରେ ପୋତି, କାଞ୍ଜିପାଣିରେ ସିଞ୍ଜାଇ ତା ଗଲୁ ମାରନ୍ତି । ଏଥିରୁ ଓଲୁଅ ଭରତା ଓ ଓଲୁଅ ପିଠା ତିଆରି କରାଯାଏ ।[୩]

ଆଧାର[ସମ୍ପାଦନା]

  1. Nicolson, Dan Henry (1977). "Nomina conservanda proposita - Amorphophallus (Proposal to change the typification of 723 Amorphophallus, nom. cons. (Araceae))". Taxon. 26: 337–338. doi:10.2307/1220579. {{cite journal}}: line feed character in |title= at position 87 (help)
  2. Quattrocchi, Umberto (2012). CRC World Dictionary of Medicinal and Poisonous Plants: Common names, scientific names, eponyms, synonyms, and etymology, Volume 1 A–B. Boca Raton, Florida: CRC Press (Taylor & Francis). p. 253. ISBN 978-1-4398-9442-2.
  3. ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।