ଉର୍ଦ୍ଧ୍ୱଭାଗ ଫିମର ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
ଉର୍ଦ୍ଧ୍ୱଭାଗ ଫିମର ଅସ୍ଥି ଭଗ୍ନ
Proximal femur fracture[୧]
ଜଣେ ୧୭ ବର୍ଷ ବୟସ୍କ ଲୋକର ଇଣ୍ଟରଟ୍ରୋକାଣ୍ଟର ଅସ୍ଥି ଭଗ୍ନ ଚିତ୍ର
ଲକ୍ଷଣହିପରେ (hip) ଯନ୍ତ୍ରଣା ବିଶେଷତଃ ଚଳପ୍ରଚଳ ସମୟରେ, ଅବୟବ ଛୋଟ ହୋଇଯାଏ । [୨]
କାରଣଆଘାତ ଯେପରିକି ପଡ଼ିଗଲେ [୧][୩]
ବିପଦ କାରକଓଷ୍ଟିଓପୋରୋସିସ, ଅନେକ ଔଷଧ ସେବନ, ଆଲକୋହୋଲ ବ୍ୟବ‌ହାର, ମେଟାସ୍ଟାଟିକ କର୍କଟ (metastatic cancer)[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିଏକ୍ସ-ରେ (X-ray), ଏମଆରଆଇ (MRI), ସିଟି ସ୍କାନ (CT scan), ବୋନ ସ୍କାନ (bone scan)[୩][୨]
ସଠିକ ରୋଗ ନିର୍ଣ୍ଣୟଓଷ୍ଟିଓଆର୍ଥ୍ରାଇଟିସ, ହିପର ଆଭାସ୍କୁଲାର ନେକ୍ରୋସିସ, ହାର୍ନିଆ, ଟ୍ରୋକାଣ୍ଟେରିକ ବର୍ସାଇଟିସ trochanteric bursitis[୩]
ପ୍ରତିକାରଅଧିକ ଆଲୋକ ବ୍ୟବସ୍ଥା, ଛିଣ୍ଡା ଲୁଗାପଟା ବାହାର କରିବା, ଓଷ୍ଟିଓପୋରୋସିସ ଚିକିତ୍ସା, ବ୍ୟାୟାମ [୧]
ଔଷଧଓପିଓଏଡ (Opioids), ସ୍ନାୟୁ ଅବରୋଧ (nerve block)[୧]
ଚିକିତ୍ସାଅପରେଶନ[୧]
Prognosis~ ୨୦% ବୃଦ୍ଧ ବ୍ୟକ୍ତିଙ୍କର ଏକ ବର୍ଷରେ ମୃତ୍ୟୁ [୩][୧]
ପୁନଃପୌନିକ~ ୧୫% ମହିଳାଙ୍କର [୧]

ଉର୍ଦ୍ଧ୍ୱଭାଗ ଫିମର ଅସ୍ଥି ଭଗ୍ନ (hip fracture) ନାମ ଦିଆଯାଏ ଯେତେବେଳେ ଫିମର ଅସ୍ଥିର ଉପର ମୁଣ୍ଟରେ ଥିବା ଅଂଶ ଭାଙ୍ଗିଯାଏ (break) ।[୨] ଲକ୍ଷଣ: ହିପରେ (hip) ଯନ୍ତ୍ରଣା ବିଶେଷତଃ ଚଳପ୍ରଚଳ ସମୟରେ ହୁଏ ଓ ଅବୟବ ଛୋଟ ହୋଇଯାଏ ।[୨] ସାଧାରଣତଃ ବ୍ୟକ୍ତିଟି ଚାଲିପାରେ ନାହିଁ । [୩]

ଅଧିକାଂଶ କ୍ଷେତ୍ରରେ ପଡ଼ିଯିବା ଯୋଗୁ ଏଭଳି ଭାଙ୍ଗିବା ଦେଖାଯାଏ ।[୩] ଓଷ୍ଟିଓପୋରୋସିସ, ଅନେକ ଔଷଧ ସେବନ, ଆଲକୋହୋଲ ବ୍ୟବ‌ହାର, ମେଟାସ୍ଟାଟିକ କର୍କଟ (metastatic cancer) ଇତ୍ୟାଦି ଥିଲେ ଏହି ଭଙ୍ଗା ସଙ୍କଟ ଅଧିକ ହୁଏ ।[୨][୧] ଭଙ୍ଗା ନିଶ୍ଚିତ କରିବା ନିମନ୍ତେ ଏକ୍ସ-ରେ (X-ray), ଏମଆରଆଇ (MRI), ସିଟି ସ୍କାନ (CT scan), ବୋନ ସ୍କାନର (bone scan) ସାହାଯ୍ୟ ନିଆଯାଏ ।[୩][୨]

ଯନ୍ତ୍ରଣା ଉପଶମ ନିମନ୍ତେ ଓପିଓଏଡ (Opioids) ଦିଆଯାଏ ବା ସ୍ନାୟୁ ଅବରୋଧ (nerve block) କରାଯାଏ ।[୧] ରୋଗୀର ସ୍ୱାସ୍ଥ୍ୟ ଭଲ ଥିଲେ ୨ ଦିନ ମଧରେ ଅପରେଶନ କରିବାକୁ ଉପଦେଶ ଦିଆଯାଏ । [୨][୧] ଏହି ଭଙ୍ଗା ନିମନ୍ତେ ଟୋଟାଲ ହିପ ରିପ୍ଲେସମେଣ୍ଟ (total hip replacement) ବା ସ୍କୃ ଦିଆଯାଏ ।[୨] ଅପରେଶନ ପରେ ଡିପ ଭେନ ଥ୍ରୋମ୍ବୋସିସ ହେବା ସମ୍ଭାବନା ଥିବାରୁ ପ୍ରତିଷେଧ ନିମନ୍ତେ ଜାଗରୁକ ରହି ଚିକିତ୍ସା କରାଯାଏ । [୧]

ପ୍ରାୟ ୧୫% ମହିଳାଙ୍କର ଏହି ଭଙ୍ଗା ହେବା ଦେଖାଯାଏ ।[୧] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଅଧକ ଭାଙ୍ଗିବା ଦେଖାଯାଏ । [୧] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ଭଙ୍ଗା ଅଧିକ ହେବା ଦେଖାଯାଏ ।[୧] ଏହି ଭଙ୍ଗା ପରବର୍ଷ ପ୍ରାୟ ୨୦% ବୟସ୍କ ଲୋକ ମୃତ୍ୟୁ ବରଣ କରନ୍ତି ।[୩][୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 615. ISBN 9780323529570. Archived from the original on 13 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Hip Fractures". OrthoInfo - AAOS. ଅପ୍ରେଲ 2009. Archived from the original on 29 ଜୁନ 2017. Retrieved 27 ସେପ୍ଟେମ୍ବର 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Brunner, LC; Eshilian-Oates, L; Kuo, TY (1 February 2003). "Hip fractures in adults". American Family Physician. 67 (3): 537–42. PMID 12588076.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ