ଅପୂର୍ବ ରଞ୍ଜନ ରାୟ
ଅପୂର୍ବ ରଞ୍ଜନ ରାୟ | |
---|---|
ଜନ୍ମ | ଭୂୟାଁ ଉଆସ, ଭଦ୍ରକ | ୨ ଅକ୍ଟୋବର ୧୯୪୭
ମୃତ୍ୟୁ | ୨୭ ଅଗଷ୍ଟ ୨୦୧୬ ମଠସାହି, ଭଦ୍ରକ | (ବୟସ ୬୮)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରାମନାରାୟଣ ଉଚ୍ଚ ବିଦ୍ୟାଳୟ, ଦୋଳସାହି, ଭଦ୍ରକ |
ଅପୂର୍ବ ରଞ୍ଜନ ରାୟ ([ɔpurbɔ ɾɔɲd͡ʒɔnɔ rajɔ] (listen)) (୨ ଅକ୍ଟୋବର ୧୯୪୭ – ୨୭ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ, ସମ୍ପାଦକ, ସାମ୍ବାଦିକ ଏବଂ ସଙ୍ଗଠକ ଥିଲେ । ସେ ପ୍ରାୟ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ ଏବଂ ଏକାଧିକ ପତ୍ରପତ୍ରିକା ସମ୍ପାଦନା କରୁଥିଲେ । ଦୂରଦର୍ଶନ ଓ ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)ର ସେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ ।[୧] ସେହି ସମୟରୁ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର କିଛି ଜଣାଶୁଣା ରଚନାବଳୀ ମଧ୍ୟରୁ କୁନ୍ତଳା କୁମାରୀ ଜୀବନୀ ଓ ପ୍ରତିଭା ଓ କବିତା ବୀକ୍ଷା ତଥା ତାଙ୍କ ସମ୍ପାଦିତ ପତ୍ରିକା ମଧ୍ୟରୁ କଥା କାହାଣୀ ଅନ୍ୟତମ । ସାହିତ୍ୟ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହିତ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ମନୋନୀତ କରାଯାଇଥିଲା । ତାଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟତା ମଧ୍ୟ ଦିଆଯାଇଥିଲା ।
କିଛି ଦିନ ରୋଗରେ ଶଯ୍ୟାଶାୟୀ ହୋଇ ୨୦୧୬ ମସିହା ଅଗଷ୍ଟ ୨୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅପୂର୍ବ ରଞ୍ଜନ ରାୟ ୧୯୪୭ ମସିହା ଅକ୍ଟୋବର ୨ତାରିଖରେ ଭଦ୍ରକ ଜିଲ୍ଲାର ଭୂୟାଁ ଉଆସ ଗ୍ରାମରେ[୨] ଏକ ଜନ୍ମଗ୍ରହଣ କରିଥିଲେ । ଭଦ୍ରକସ୍ଥିତ ଦୋଳସାହିର ରାମନାରାୟଣ ଉଚ୍ଚ ବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ ।
କିଛି ଦିନ ରୋଗରେ ଶଯ୍ୟାଶାୟୀ ହୋଇ ପଡ଼ିରହିବା ପରେ ତାଙ୍କ ଭଦ୍ରକସ୍ଥିତ ବାସଭବନରେ ୨୦୧୬ ମସିହା ଅଗଷ୍ଟ ୨୭ ତାରିଖରେ ତାଙ୍କର ଦେହାନ୍ତ ଥିଲା ।
ରଚନାବଳୀ
[ସମ୍ପାଦନା]ପ୍ରବନ୍ଧ/ଆଲୋଚନା
[ସମ୍ପାଦନା]- କୁନ୍ତଳା କୁମାରୀ ଜୀବନୀ ଓ ପ୍ରତିଭା[୩] ୧୯୮୫
- ସାରସ୍ୱତ ପୁରୁଷ କାନ୍ତକବି ଲକ୍ଷ୍ମୀକାନ୍ତ ୧୯୮୩
- ସାରସ୍ୱତ ସାଧକ କବିଶେଖର ଚିନ୍ତାମଣି
- ସାହିତ୍ୟ ସୁଚୀରୁ କେତୋଟି
- ସାଳନ୍ଦୀ କୂଳର କୃତୀ ଓ ସ୍ୱୀକୃତି
- ଭଦ୍ରକର କାବ୍ୟ ପରମ୍ପରା
- ଅନ୍ୟ ଏକ ଧର୍ମପଦ
- ସାହିତ୍ୟର ଦିଗବଳୟ ୨୦୧୬
- ବୀକ୍ଷା କଷଟି ୨୦୧୫
- କାବ୍ୟ ଚନ୍ଦ୍ରିକା
ଜୀବନୀ ଚରିତ
- ମହାପୁରୁଷ ରାମକୃଷ୍ଣ ପରମହଂସ ୨୦୦୬
- ବିଶ୍ୱ ବରେଣ୍ୟ ସ୍ୱାମୀ ବିବେକାନନ୍ଦ ୧୯୮୫
- ମମତାମୟୀ ସାରଦା ଦେବୀ ୧୯୮୩[୪]
- ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ମହାନ୍ତି ୧୯୯୮, ୨୦୦୧
- ଡାକ୍ତର ପରିଜା ୧୯୮୧
- କର୍ମବୀର ଆଚାର୍ଯ୍ୟ ପ୍ୟାରୀମୋହନ
- କେତୋଟି ଅଲିଭା ଶିଖା
- ମରଣ ବିଜୟୀ
ଉପନ୍ୟାସ
[ସମ୍ପାଦନା]- ଚନ୍ଦନ କାଠର ମୂର୍ତ୍ତି
- ସର୍ବଭୂକ୍
- ଅବ୍ୟକ୍ତ ଅନ୍ଧକାର ୧୯୮୧
- ଏଇ ମାଆ ଏଇ ମନ ୧୯୮୪
ଶିଶୁସାହିତ୍ୟ
- ଟିକି ଫୁଲ (କବିତା) ଓଡ଼ିଶା ସରକାରଙ୍କ ଦ୍ୱାରା ପୁରସ୍କୃତ
- ଚକାଚକା ଭଉଁରୀ (ଗଳ୍ପ) ୧୯୭୧
- ନୂଆ ବିଜ୍ଞାନ ନୂଆ ପରୀକ୍ଷା
ସମ୍ପାଦନା
- ଆଧୁନିକ କବିତାର ଦିଗଦର୍ଶନ ୧୯୭୨
- କବିତା ବୀକ୍ଷା[୫] ୧୯୭୬
- ଗୋକୁଳାନନ୍ଦ ସ୍ମରଣିକା ୨୦୧୪
- କଥା ଓ କାହାଣୀ ୧୯୮୧
- କାହାଣୀ ବିଚିତ୍ରା ୧୯୮୧
- ଅଚାର୍ଯ୍ୟ ହରିହର, ବିଦ୍ୟାପୁରୀ, କଟକ
- କବି କମଳାକାନ୍ତ : ମତ, ଅଭିମତ, ଭିନ୍ନମତ ୧ମ ଖଣ୍ଡ ୧୯୯୪
- ସାଧନା ତୀର୍ଥର ପଥେ ପଥେ ୨୦୦୭
- ଜାତିପ୍ରାଣ ଜାତୀୟକବି ବାଞ୍ଛାନିଧି[୬] ୧୯୯୯
ପତ୍ରିକା ସମ୍ପାଦନା
[ସମ୍ପାଦନା]- ସାଳନ୍ଦୀ ସମାଚାର(ସାପ୍ତାହିକ ସମ୍ବାଦପତ୍ର)
- କଥା କାହାଣୀ(ପତ୍ରିକା)[୭]
- ସ୍ୱାକ୍ଷର ୧୯୬୭
- ଗଳ୍ପ ରାଇଜ ୧୯୮୫
ଅନ୍ୟାନ୍ୟ
- କେତୋଟି ତରଙ୍ଗର ସଂଳାପ (କବିତା) ୧୯୬୬
- ନିରବତାର ସ୍ୱରଲିପି
- ଧୁଳିମାଟିର ଫୁଲ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ - ୨୦୧୩[୮]
- ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ମନୋନୀତ
- ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟତା[୯]
ଆଧାର
[ସମ୍ପାଦନା]- ↑ "Odia litterateur Apurba Ranjan Ray passes away". odishanews360.com. Retrieved 7 September 2016.[permanent dead link]
- ↑ Subas Pani; H. C. Das; Indu Bhusan Kar (1988). Glimpses of History and Culture of Balasore. Orissa State Museum.
- ↑ Sachidananda Mohanty (1 January 2008). Gender and Cultural Identity in Colonial Orissa. Orient Longman. ISBN 978-81-250-3431-5.
- ↑ http://www.dharitri.com/sahityayan/170916/p7.htm
- ↑ Jatindra Mohan Mohanty (1980). There, where trees flower: essays on modern Oriya literature. Bookland International.
- ↑ https://odiabibhaba.in/bahi/
- ↑ "ଅପୂର୍ବ ଠାଣି". ସମ୍ବାଦ ୦୬/୦୯/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 6 September 2016.[permanent dead link]
- ↑ http://www.odiasahitya.com/odia-literature-news/odisha-sahitya-ekademi-puraskara-ghoshana/
- ↑ http://sambad.in/news/state/writter-apurba-ranjan-rai-death/2487.html[permanent dead link]
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ଅପୂର୍ବ ରଞ୍ଜନ ରାୟ-ସମ୍ପର୍କିତ ମିଡ଼ିଆ