ଯାମିନୀ କୃଷ୍ଣମୂର୍ତ୍ତୀ

ଉଇକିପିଡ଼ିଆ‌ରୁ
(Yamini Krishnamurthyରୁ ଲେଉଟି ଆସିଛି)
ଯାମିନୀ କୃଷ୍ଣମୂର୍ତ୍ତୀ
ଜନ୍ମ (1940-12-20) ୨୦ ଡିସେମ୍ବର ୧୯୪୦ (ବୟସ ୮୩)
ମଦନପଲ୍ଲୀ, ଚିତ୍ତୂର, ଆନ୍ଧ୍ର ପ୍ରଦେଶ
ଜାତୀୟତାଭାରତୀୟ
ବିଭାଗଭାରତୀୟ ଶାସ୍ତ୍ରୀୟ ନୃତ୍ୟ
ଆନ୍ଦୋଳନଭରତନାଟ୍ୟମ, କୁଚିପୁଡ଼ି, ଓଡ଼ିଶୀ
ପୁରସ୍କାରପଦ୍ମ ବିଭୂଷଣ, ପଦ୍ମ ଭୂଷଣ, ପଦ୍ମଶ୍ରୀ(୧୯୮୦)

ଯାମିନୀ କୃଷ୍ଣମୂର୍ତ୍ତୀ (ଜନ୍ମ : ୨୦ ଡିସେମ୍ବର ୧୯୪୦) ଜଣେ ଭାରତୀୟ ନର୍ତ୍ତକୀ ଅଟନ୍ତି ।[୧] ସେ ଭରତନାଟ୍ୟମ, କୁଚିପୁଡ଼ିଓଡ଼ିଶୀ ନୃତ୍ୟରେ ନିପୁଣା ।[୨][୩] ୨୦୧୬ ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୪]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଯାମିନୀ କୃଷ୍ଣମୂର୍ତ୍ତୀ, ୧୯୪୦ ମସିହାରେ ଆନ୍ଧ୍ର ପ୍ରଦେଶର ଚିତ୍ତୂର ଜିଲ୍ଲାର ମଦନପଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଏମ କୃଷ୍ଣମୂର୍ତ୍ତୀ । ତାମିଲନାଡୁର ଚିଦାମ୍ଭରମଠାରେ ତାଙ୍କର ପିଲାଦିନ ବିତିଥିଲା । ଚିଦାମ୍ବରମ ସହରରେ ଥିବା ଦଶମ ଶତାବ୍ଦୀର ନଟରାଜ ମନ୍ଦିରରେ ନୃତ୍ୟରତ ନଟରାଜ ଶିବଙ୍କ ମୂର୍ତ୍ତୀ ଦେଖି ସେ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । [୫]

ନୃତ୍ୟ ଜୀବନ[ସମ୍ପାଦନା]

ଯାମିନୀ, ଚେନ୍ନାଇଠାରେ ରୁକ୍ମଣୀ ଦେବୀ ଔଣ୍ଡଳେଙ୍କଠାରୁ ଭରତନାଟ୍ୟମ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ । ପରେ ସେ କାଞ୍ଚିପୁରମ ୟେଲପ୍ପା ପିଲ୍ଲାଇ ଓ ତାଞ୍ଜାବୁର କଟ୍ଟାପା ପିଲ୍ଲାଇଙ୍କଠାରୁ ଭରତନାଟ୍ୟମ ଶିଖିଥିଲେ । ବେଦାନ୍ତମ ଲକ୍ଷ୍ମୀ ନାରାୟଣ ଶାସ୍ତ୍ରୀ, ଚିନ୍ତା କୃଷ୍ଣମୂର୍ତ୍ତୀ ଓ ପଶୁମର୍ଥୀ ବେନୁଗୋପାଳ କୃଷ୍ଣ ଶର୍ମାଙ୍କଠାରୁ କୁଚିପୁଡ଼ି ନୃତ୍ୟ ଶିକ୍ଷା କରିଥିଲେ । ପଙ୍କଜ ଚରଣ ଦାସକେଳୁଚରଣ ମହାପାତ୍ରଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ।[୬]

୧୯୫୭ ମସିହାରେ ଚେନ୍ନାଇଠାରେ ତାଙ୍କର ମଞ୍ଚପ୍ରବେଶ ଘଟିଥିଲା ।

ତାଙ୍କୁ ତିରୁପତି ମନ୍ଦିରର ଆସ୍ଥାନ ନର୍ତ୍ତକୀ ସମ୍ମାନ ମିଳିଛି । ତାଙ୍କୁ କୁଚିପୁଡ଼ି ନୃତ୍ୟର ପଥପ୍ରଦର୍ଶକ ଭାବରେ ପରିଗଣିତ କରାଯାଏ । ଦିଲ୍ଲୀର ହୌଜ ଖାସଠାରେ ଯାମିନୀ ସ୍କୁଲ ଅଫ ଡାନ୍ସ ନାମରେ ନିଜର ଏକ ନୃତ୍ୟାନୁଷ୍ଠାନ ପ୍ରତିଷ୍ଠା କରି ସେ ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦିଅନ୍ତି ।[୭]

ଆତ୍ମଜୀବନୀ[ସମ୍ପାଦନା]

୧୯୯୫ ମସିହାରେ ତାଙ୍କର ଆତ୍ମଜୀବନୀ ଏ ପ୍ୟାସନ ଫର ଡାନ୍ସ ନାମରେ ପ୍ରକାଶିତ ।[୮]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଡ ଯାମିନୀ କୃଷ୍ଣମୂର୍ତ୍ତୀ
Padmabhushan Dr.Yamini Krishnamurthy got honoured with Natya Shastra Award by Shambhavi School of Dance in Bangalore as part of Nayika-Excellence Personified on the occasion of International Woman's Day on 8 March 2014!!!
Padmabhushan Dr.Yamini Krishnamurthy got honoured with Natya Shastra Award by Shambhavi School of Dance in Bangalore as part of Nayika-Excellence Personified on the occasion of International Woman's Day on 8 March 2014!!! 
The Magic of Kuchipudi dance DVD featuring Prateeksha Kashi produced by Shambhavi Dance Theatre released by Renowned Dansuse Padmabhushan Dr. Yamini Krishnamurthy as a part of Nayika-Excellence Personified
The Magic of Kuchipudi dance DVD featuring Prateeksha Kashi produced by Shambhavi Dance Theatre released by Renowned Dansuse Padmabhushan Dr. Yamini Krishnamurthy as a part of Nayika-Excellence Personified 

ଆଧାର[ସମ୍ପାଦନା]

  1. "Kuchipudi ambassadors". The Hindu. 2008-12-19. Archived from the original on 2009-03-04.
  2. PTI. "Pratibha presents Sangeet Natak Akademi fellowships, awards". The Hindu.
  3. "The Tribune — Windows — This Above All". tribuneindia.com.
  4. "Her passion to dance, groom disciples continues". www.thehindu.com. The Hindu. Archived from the original on 19 March 2022. Retrieved 19 March 2022.
  5. "The Full-Moon Danseuse Who Went On To Shine Like Summer Sun". www.outlookindia.com. Outlook Magazine. Archived from the original on 17 March 2022. Retrieved 17 March 2022.
  6. "Yamini Krishnamurthy". www.culturalindia.net/. culturalindia.net. Archived from the original on 19 March 2022. Retrieved 19 March 2022.
  7. "Yamini Krishnamurthy". www.culturalindia.net. cultural india. Archived from the original on 17 March 2022. Retrieved 17 March 2022.
  8. "Book review: A Passion for Dance: an Autobiography". www.indiatoday.in. India Today. Archived from the original on 2022-03-17. Retrieved 17 March 2022.
  9. Padma Shri Awardees
  10. Padma Bhushan Awardees
  11. "Lecture Demonstration at Nayika, Bangalore". www.thehindu.com. Retrieved 2014-03-27.
  12. "Yamini Krishnamurthy in "Naykia-Excellence Personified"". www.narthaki.com. Archived from the original on 2014-03-02. Retrieved 2014-03-14.
  13. "Yamini Krishnamurthy Confer with Natyashastra Award". www.buzzintown.com. Archived from the original on 2014-03-13. Retrieved 2014-03-14.

ବାହାର ଆଧାର[ସମ୍ପାଦନା]