ଭିଟାମିନ ବି୧୨ ଅଭାବ

ଉଇକିପିଡ଼ିଆ ରୁ
(Vitamin B12 deficiency ରୁ ଲେଉଟି ଆସିଛି)
Jump to navigation Jump to search
ଭିଟାମିନ ବି୧୨ ଅଭାବ
Cyanocobalamin.svg
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିNeurology
ଆଇସିଡ଼ି-୧୦E53.8
ଆଇସିଡ଼ି-୯-ସିଏମ୍266.2
ରୋଗ ଡାଟାବେସ13905
ମେଡ଼ିସିନ-ପ୍ଲସ000574
Patient UKଭିଟାମିନ ବି୧୨ ଅଭାବ

ଭିଟାମିନ ବି୧୨ ଅଭାବ, ଅନ୍ୟ ନାମ ହାଇପୋକୋବାଲାମିନେମିଆ (ଇଂରାଜୀ ଭାଷାରେ hypocobalaminemia), ନାମ ଦିଆଯାଏ ଯେତେବେଳେ ରକ୍ତରେ ଭିଟାମିନ ବି12 ସ୍ତର କମିଯାଏ । [୧] ଏହି ରୋଗରେ ବିବିଧ ପ୍ରକାରର ଲକ୍ଷଣ ଦେଖାଯାଏ, ତା ମଧ୍ୟରୁ ଭାବନା ଶକ୍ତି ହ୍ରାସ, ବ୍ୟକ୍ତିତ୍ୱ ପରିବର୍ତ୍ତନ ଯଥା ଅବସାଦ, ଚିଡ଼ଚିଡ଼ା ପ୍ରକୃତି, ଓ ସାଇକୋସିସ ମୁଖ୍ୟ ଅଟେ ଅସାଧାରଣ ସ୍ନାୟବିକ ଅନୁଭୂତି, ରିଫ୍ଲେକ୍ସ ପରିବର୍ତ୍ତନ, ମାଂସପେଶୀ ଅକର୍ମଣ୍ୟତା, ଜିଭ ପ୍ରଦାହ, କମ ସ୍ୱାଦାନୁଭୂତି, କମ ଲୋହିତ ରକ୍ତ କଣିକା, କମ ହୃତପିଣ୍ଡ କାମ ଓ ପ୍ରଜନନ କ୍ଷମତା ହ୍ରାସ ଇତ୍ୟାଦି ଅସୁବିଧା ହୁଏ । [୨] ଅଳ୍ପ ବୟସ୍କ ପିଲାଙ୍କର ଶାରୀରିକ ବୃଦ୍ଧି ହ୍ରାସ, ଗଠନ ବିଳମ୍ବ ଓ ଚଳପ୍ରଚଳ ଅସୁବିଧା ହୁଏ । [୩] ଅତିଶୀଘ୍ର ଚିକିତ୍ସା ନ ମିଳିଲେ ଶାରୀରିକ ପରିବର୍ତ୍ତନ ଚିରସ୍ଥାୟୀ ହୋଇଯାଏ । [୪]

ଅଭାବ ହେବାର କାରଣ ତ୍ରିବିଧ: ଅଳ୍ପ ଭିଟାମିନ ଖାଇବା, ପାକସ୍ଥଳୀରୁ ଶୋଷିତ ହୋଇନପାରିବା ଓ ଅଧିକ ଆବଶ୍ୟକତା । ପର୍ନିସିୟସ ଆନିମିଆ, ଅପରେସନ କରି ପାକସ୍ଥଳୀର ଆଂଶିକ ବହିସ୍କାର କରିବା, କ୍ରନିକ ଅଗ୍ନାଶୟ ପ୍ରଦାହ, ଅନ୍ତନଳୀ ପରଜୀବୀ, କେତେକ ଔଷଧ ଓ ଜେନେଟିକ ଅସୁବିଧା ଯୋଗୁ ପାକସ୍ଥଳୀରୁ ଭିଟାମିନ ଶୋଷିତ ହୋଇ ପାରେନାହିଁ । ଶାକାହାରୀ ଓ ଅପପୁଷ୍ଟି ଯୋଗୁ ଅଳ୍ପ ଭିଟାମିନ ଖାଦ୍ୟରେ ଦେହକୁ ଯାଏ । ଏଡସ ଥିଲେ ଓ ଦେହରେ ଦ୍ରୁତ ଭଙ୍ଗୁର ଲୋହିତ ରକ୍ତ କଣିକା ଥିଲେ ଭିଟାମିନ ଅଧିକ ଆବଶ୍ୟକ ହୁଏ । [୨] ବୟସ୍କ ଲୋକଙ୍କର ରକ୍ତରେ ଭିଟାମିନ ବି ୧୨ ସ୍ତର ୧୨୦-୧୮୦ ପିକୋମୋଲ/ଲି (୧୭୦–୨୫୦ ପିଗ୍ରା/ମିଲିଟର) ଥିଲେ ଏହାର ଅଭାବ ନିର୍ଣ୍ଣୟ ହୁଏ । ଅଧିକ ମିଥାଇଲମାଲୋନିକ ଏସିଡ ସ୍ତର (>୦.୪ ମାଇକ୍ରୋଲ/ଲି) ମିଳିଲେ ମଧ୍ୟ ଏହି ରୋଗ ନିର୍ଣ୍ଣୟ କରାଯାଏ । ମେଗାଲୋବ୍ଳାଷ୍ଟିକ ଆନିମିଆ ଅନେକ ସମୟରେ ଏହା ସହ ମିଳେ । [୩]

ଶାକାହାରୀ ଗର୍ଭିଣୀ ମହିଳାଙ୍କୁ ଏହି ଅଭାବରୁ ରକ୍ଷା କରିବା ନିମନ୍ତେ ଅଧିକ ଭିଟାମିନ ଦିଆଯାଏ । [୩] ଏହାର ଅଭାବ ଥରେ ନିର୍ଣ୍ଣୟ ହୋଇଗଲେ ସହଜରେ ଅଧିକ ଭିଟାମିନ ଖାଇବାକୁ ଦେଇ ବା ଇଂଜେକସନ ଦେଇ ଚିକିତ୍ସା କରାଯାଏ । [୫] ସାଧାରଣ ସୁସ୍ଥ ଲୋକର ଅଧିକ ଭିଟାମିନ ବି୧୨ ଥିଲେ କୌଣସି ଚିନ୍ତା କରିବା ଅନାବଶ୍ୟକ । [୩] କେତେକ କ୍ଷେତ୍ରରେ ଅନ୍ତର୍ନିହିତ ରୋଗ ଚିକିତ୍ସା କଲେ ଏହି ରୋଗ ଉପସମ ହୁଏ । [୬] ଅନ୍ତର୍ନିହିତ ଅସୁବିଧା ଆରୋଗ୍ୟସାଧ୍ୟ ନ ଥିଲେ ଅଧିକ ଭିଟାମିନ ନିୟମିତ ଭାବେ ଦିଆଯାଏ । [୭] ଏହି ଭିଟାମିନ ଅଭାବ ଅତି ସାଧାରଣ ଭାବେ ଦେଖାଯାଏ । [୨] ଏହି ରୋଗ ୬ % ଲୋକଙ୍କୁ ୬୦ ବର୍ଷ ତଳେ ଓ ୨୦ % ଲୋକଙ୍କୁ ୬୦ ବର୍ଷ ବୟସ ଉପରେ ହୁଏ । ଏସିଆ ଓ ଆଫ୍ରିକାର କେତେକ ସ୍ଥାନରେ ୮୦ % ଲୋକଙ୍କୁ ମଧ୍ୟ ଏହି ରୋଗ ହୁଏ । [୨]

ଆଧାର[ସମ୍ପାଦନା]

  1. Herrmann, Wolfgang (2011). Vitamins in the prevention of human diseases. Berlin: Walter de Gruyter. p. 245. ISBN 9783110214482.
  2. ୨.୦ ୨.୧ ୨.୨ ୨.୩ Hunt, A; Harrington, D; Robinson, S (4 September 2014). "Vitamin B12 deficiency". BMJ (Clinical research ed.). 349: g5226. PMID 25189324.
  3. ୩.୦ ୩.୧ ୩.୨ ୩.୩ "Vitamin B12 Dietary Supplement Fact Sheet". June 24, 2011. Retrieved 21 April 2015.
  4. Lachner, C; Steinle, NI; Regenold, WT (2012). "The neuropsychiatry of vitamin B12 deficiency in elderly patients". The Journal of neuropsychiatry and clinical neurosciences. 24 (1): 5–15. PMID 22450609.
  5. Vidal-Alaball, J; Butler, CC; Cannings-John, R; Goringe, A; Hood, K; McCaddon, A; McDowell, I; Papaioannou, A (20 July 2005). "Oral vitamin B12 versus intramuscular vitamin B12 for vitamin B12 deficiency". The Cochrane database of systematic reviews (3): CD004655. PMID 16034940.
  6. Wardlaw, Graeme J. Hankey, Joanna M. (2008). Clinical neurology. London: Manson. p. 466. ISBN 9781840765182.
  7. Schwartz, William (2012). The 5-minute pediatric consult (6th ed.). Philadelphia: Wolters Kluwer Health/Lippincott Williams & Wilkins. p. 535. ISBN 9781451116564.