ଭର୍ଟେପୋର୍ଫିନ
| Clinical data | |
|---|---|
| Trade names | Visudyne, others |
| AHFS/Drugs.com | monograph |
| MedlinePlus | a607060 |
| data | |
| Pregnancy category |
|
| Routes of administration | Intravenous |
| Legal status | |
| Legal status |
|
| Identifiers | |
| |
| Chemical and physical data | |
| Formula | C41H42N4O8 |
| Molar mass | ୭୧୮.୮୧ g·mol−1 |
| 3D model (JSmol) | |
| |
| |
| (verify) | |
ଭର୍ଟେପୋର୍ଫିନ, ଭିସୁଡାଇନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓଦା ରୂପକ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ୍ ଏବଂ ତୀବ୍ର ସମୀପ ଦୃଷ୍ଟି ଯୋଗୁ ହେଉଥିବା କୋରଏଡାଲ ନିଓଭାସ୍କୁଲାରାଇଜେସନର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହାକୁ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଏବଂ ସକ୍ରିୟ କରିବା ପାଇଁ ଲେଜର ବ୍ୟବହାର କରାଯାଏ | [୧] [୨] ଗୋଟିଏ ମାତ୍ରା ଔଷଧ ଦେବା ପରେ ଉଭୟ ଆଖିର ଚିକିତ୍ସା କରାଯାଇପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ୍ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଦୃଷ୍ଟି ପରିବର୍ତ୍ତନ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, ମୁଣ୍ଡବିନ୍ଧା, ଥକାପଣ ଏବଂ ଜ୍ୱର ହୋଇପାରେ ।[୨] ତୀବ୍ର ପର୍ଫିରିଆ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଏହା ଏକ ବେଞ୍ଜୋପରଫିରିନ୍ ବ୍ୟୁତ୍ପନ୍ନ ଔଷଧ।[୩] ଥରେ ସକ୍ରିୟ ହୋଇଗଲେ ଏହା ସେହି ଅଞ୍ଚଳରେ ଅମ୍ଳଜାନ ଅଣୁ ସୃଷ୍ଟି କରେ ଯାହା ଅତ୍ୟଧିକ ରକ୍ତନଳୀ ମାନଙ୍କୁ ଅବରୋଧ କରିଥାଏ ।[୧]
୨୦୦୦ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭର୍ଟେପୋର୍ଫିନ୍ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ଏକ ୧୫ ମିଗ୍ରା ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୮୫୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Visudyne". Archived from the original on 27 May 2021. Retrieved 13 September 2021.
- ↑ ୨.୦ ୨.୧ ୨.୨ ୨.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1256. ISBN 978-0-85711-369-6.
{{cite book}}: CS1 maint: date format (link) - ↑ ୩.୦ ୩.୧ ୩.୨ "Verteporfin Monograph for Professionals". Drugs.com (in ଇଂରାଜୀ). Archived from the original on 22 May 2021. Retrieved 13 September 2021.
- ↑ "Visudyne Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 13 September 2021.