ଭାରିକୋସେଲ
| Varicocele | |
|---|---|
Varicocele on the person's left testicle. Notice the swelling and slight enlargement of the left testicle, which is marked by an arrow. | |
| ଉଚ୍ଚାରଣ | |
| ବିଭାଗ | Urology |
| ଲକ୍ଷଣ | Enlargement, testicular pain[୩] |
| ଆକ୍ରାନ୍ତ ସମୟ | Puberty[୩] |
| ବିପଦ କାରକ | Family history, smoking[୩][୪] |
| ରୋଗ ନିର୍ଣ୍ଣୟ ପଦ୍ଧତି | Based on examination, ultrasound[୩] |
| ସଠିକ ରୋଗ ନିର୍ଣ୍ଣୟ | Epididymitis, hydrocele, inguinal hernia, testicular tumor, spermatocele[୪] |
| ଚିକିତ୍ସା | None, surgery, embolization[୩] |
| ପୁନଃପୌନିକ | 20%[୩] |
| Patient UK | Varicocele |
ଭାରିକୋସେଲ ଏକ ରୋଗ ଯେଉଁଥିରେ ମୁଷ୍କ ବା ଟେଷ୍ଟିସର ଶିରାମାନଙ୍କର ଅସ୍ୱାଭାବିକ ବୃଦ୍ଧି ହୁଏ ।[୩] ଗୋଟିଏ ମୁଷ୍କ ଅନ୍ୟଟି ତୁଳନାରେ ବଡ଼ ଦେଖାଯାଏ ଏବଂ ବେଳେବେଳେ ମୁଷ୍କ ଯନ୍ତ୍ରଣା ହୁଏ ।[୩] [୪] ବାମ ପାର୍ଶ୍ୱ ସାଧାରଣତଃ ଅଧିକ ପ୍ରଭାବିତ ହୁଏ, ଯଦିଓ ଉଭୟ ଜଡିତ ହୋଇପାରନ୍ତି ।[୩] [୪] ରୋଗ ଜଟିଳ ଜଟିଳ ହେଲେ ବନ୍ଧ୍ୟାତ୍ୱ ପ୍ରାପ୍ତ ହୋଇପାରେ ।[୩]
ଏହାର କାରଣ ଅଦ୍ୟାବଧି ଜଣା ପଡିନାହିଁ ।[୪] ଏହି ରୋଗ ପରିବାରରେ ଚାଲୁରହେ ଏବଂ ଧୂମପାନକାରୀଙ୍କଠାରେ ଅଧିକ ଦେଖାଯାଏ ।[୩] [୪] ମୁଷ୍କର ଶିରାଗୁଡ଼ିକ ତାପମାତ୍ରା ନିୟନ୍ତ୍ରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।[୩] ଯେତେବେଳେ ମୁଷ୍କର ତ୍ରୁଟି ହୁଏ ସେତେବେଳେ ମୁଷ୍କ ଗରମ ହୋଇପାରେ ଯାହା ଯୋଗୁ ଶୁକ୍ରାଣୁ ଗୁଣବତ୍ତା କମିଯାଏ ଏବଂ ଟେସ୍ଟୋସ୍ଟିରନ ସ୍ତର ହ୍ରାସ ହୋଇଯାଏ ।[୩] ରଗୀ ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ, ଏବଂ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ ହୋଇଥାଏ ।[୩] ଏହି ରୋଗ ତିନି ଶ୍ରେଣୀରେ ବିଭକ୍ତ ହୋଇଥାଏ ଯଥା: - ଛୋଟ, ମଧ୍ୟମ ଏବଂ ବଡ଼ ।[୪]
ସାମାନ୍ୟ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନାହିଁ ।[୩] ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଥିଲେ ଅସ୍ତ୍ରୋପଚାର କିମ୍ବା ଏମ୍ବୋଲାଇଜେସନ ଏକ ବିକଳ୍ପ ହୋଇପାରେ ।[୩] ଚିକିତ୍ସା କଲେ ପ୍ରାୟ ୮୦% ଯନ୍ତ୍ରଣା କମିଯାଏ ଏବଂ ଉର୍ବରତା ପ୍ରାୟ ୭୦% ଉନ୍ନତ ହୋଇଥାଏ ।[୩] ସମସ୍ତ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକଙ୍କର ଭାରିକୋସେଲ ହୁଏ; କିନ୍ତୁ ସେହି ଲୋକଙ୍କ ମଧ୍ୟରୁ ୪୦% ମାତ୍ର ବନ୍ଧ୍ୟାତ୍ୱ ପ୍ରାପ୍ତ ହୁଅନ୍ତି ।[୩] [୪] ସେଗୁଡ଼ିକ ଯୌବନ ଆରମ୍ଭ କାଳରେ ସୃଷ୍ଟି ହୁଅନ୍ତି ଏବଂ ବୟସ ବଢ଼ିବା ସହିତ ବଡ ଆକାର ପ୍ରାପ୍ତ ହୁଅନ୍ତି ।[୩]
ଆଧାର
[ସମ୍ପାଦନା]- ↑ "Varicocele". Merriam-Webster Dictionary.
- ↑ ଛାଞ୍ଚ:OxfordDictionaries.com
- 1 2 3 4 5 6 7 8 9 10 11 12 13 14 15 16 17 18 19 Sasson, Daniel C.; Kashanian, James A. (2 June 2020). "Varicoceles". JAMA. 323 (21): 2210–2210. doi:10.1001/jama.2020.0397. ISSN 0098-7484. Archived from the original on 2 July 2020. Retrieved 13 February 2022.
- 1 2 3 4 5 6 7 8 Leslie, Stephen W.; Sajjad, Hussain; Siref, Larry E. (2022). "Varicocele". StatPearls. StatPearls Publishing. Archived from the original on 29 November 2020. Retrieved 13 February 2022.