Jump to content

ଉତ୍ତରେଶ୍ଵର ଶିବ ମନ୍ଦିର

Coordinates: 20°14′37.4784″N 85°50′10.3452″E / 20.243744000°N 85.836207000°E / 20.243744000; 85.836207000
ଉଇକିପିଡ଼ିଆ‌ରୁ
(Uttaresvara Siva Templeରୁ ଲେଉଟି ଆସିଛି)
ଉତ୍ତରେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀlord siva
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଉତ୍ତରେଶ୍ଵର ଶିବ ମନ୍ଦିର is located in Odisha
ଉତ୍ତରେଶ୍ଵର ଶିବ ମନ୍ଦିର
Location in Orissa
ଭୌଗଳିକ ଅବସ୍ଥିତି20°14′37.4784″N 85°50′10.3452″E / 20.243744000°N 85.836207000°E / 20.243744000; 85.836207000
Architecture
TypeKalingan Style (Kalinga Architecture)
Completed12-13th century A.D.

ଉତ୍ତରେଶ୍ୱର ଶିବ ମନ୍ଦିର ପୁରୁଣା ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀର ଉତ୍ତର ତଟ ନିକଟରେ ଅବସ୍ଥିତ । ଏକ ଗୋଲାକାର ଯୋନୀପୀଠ ମଧ୍ୟରେ ଏଠାରେ ଏକ ଶିବଲିଙ୍ଗ ପୂଜା ପାଉଛନ୍ତି । ନଅଗୋଟି ଛୋଟ ମନ୍ଦିର ଉତ୍ତରେଶ୍ୱରଙ୍କ ମୂଖ୍ୟ ମନ୍ଦିରକୁ ଘେରି ରହିଛନ୍ତି । ଶିବଙ୍କ ଚାରି ମୁଖ୍ୟ ପୀଠ ମଧ୍ୟରୁ ଏହା ଅନ୍ୟତମ । ଏହା ଏକ ତନ୍ତ୍ରପୀଠ ବୋଲି ମଧ୍ୟ ବିଶ୍ୱାସ ରହିଛି । ଅନ୍ୟ ତିନି ପୀଠ ହେଲେ ଖରଖିଆ ବୈଦ୍ୟନାଥଙ୍କର ଯୋଗପୀଠ, ଲିଙ୍ଗରାଜଙ୍କର ଭୋଗ ପୀଠ ଓ କେଦାରଗୌରୀଙ୍କର ସିଦ୍ଧ ପୀଠ ।[୧]

ମନ୍ଦିରର ଅନ୍ୟ ଏକ ଆକର୍ଷଣ ହେଉଛି ମୁଖ୍ୟମନ୍ଦିର ମଧ୍ୟରେସ୍ଥିତ ଭଗବାନ ନୃସିଂହଙ୍କ ମୂର୍ତ୍ତୀ । ମୁଖ୍ୟ ମନ୍ଦିରକୁ ଘେରି ରହିଥିବା ଅନ୍ୟାନ୍ୟ୍ ମନ୍ଦିର ସାଙ୍ଗକୁ ଗୋଦାବରୀ କୁଣ୍ଡ ତଥା ଏକ ପୋଖରୀ ମଧ୍ୟ ରହିଛି । ଏହାଛଡା ଦ୍ୱିତୀୟ ବଡ଼ ମଦିରଟି ହେଉଛି ଭଗବାନ ଭୀମେଶ୍ୱରଙ୍କର । ଏହି ମନ୍ଦିରର ଅନ୍ୟ ଏକ ପ୍ରମୁଖ ମହତ୍ତ୍ୱ ହେଉଛନ୍ତି ମା ଉତ୍ତରାୟଣୀ । ସେ ମୁଖ୍ୟ ମନ୍ଦିରର ବାହାର କାନ୍ଥର ଦକ୍ଷିଣ ଦିଗକୁ ମୁଖ କରି ଭଗବାନ ଉତ୍ତରେଶ୍ୱରଙ୍କ ପାର୍ଶ୍ୱରେ ଦଣ୍ଡାୟମାନ । ପ୍ରତିବର୍ଷ ଚୈତ୍ର ମାସରେ ଦେବୀ ଉତ୍ତରାୟଣିଙ୍କ ପାଖରେ ପୂଜା ବେଲେ ପାନ ଅର୍ପନ କରାଯାଏ ।

ସ୍ଥାପତ୍ୟ କଳା[ସମ୍ପାଦନା]

ମନ୍ଦିରର ସ୍ଥାପତ୍ୟ କଳା ଯଥା ଏହାର ଆୟତାକାର ସପାଟ ଛାତବାଲା ଜଗମୋହନ ତଥା ମୂର୍ତ୍ତୀ ଗଠନରୁ ଜଣାଯାଏ ଯେ ମନ୍ଦିରଟି ସପ୍ତମ ଶତାବ୍ଦୀରେ ନିର୍ମିତ ।[୨] ତେବେ ପରବର୍ତ୍ତୀ ସମୟରେ ମନ୍ଦିରଟି ଭାଙ୍ଗିଯିବାପରେ ଅର୍ଥାତ ଉନ୍ନବିଂଶ ଶତାବ୍ଦୀରେ ଏହାର କିଛି ଅଂଶ ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ । ମନ୍ଦିର ମଧ୍ୟସ୍ଥ ବିମାନର ଗଢଣ ଏକ ରେଖା ଦେଉଳ ସଦୃଶ ଏବଂ ଜଗମୋହନ ହେଉଛି ଏକ ଆୟତାକାର ମଣ୍ଡପ ସଦୃଶ ।[୩]

ପ୍ରଭୂ କାର୍ତ୍ତୀକେୟଙ୍କର ଏକ ପ୍ରତୋମୂର୍ତ୍ତୀ ଦଣ୍ଡାୟମାନ ମୁଦ୍ରାରେ ଶୋଭାପାଉଅଛି । ବାମ ହାତରେ ସେ ଶୂଳ ଧାରନ କରିଥାନ୍ତି ଏବଂ ତାଙ୍କ ଦକ୍ଷିଣ ହସ୍ତ ନିଜ ଜଙ୍ଘ ଉପରେ ବିଶ୍ରାମରତ ଅବସ୍ଥାରେ ଶୋଭିତ । ଉତ୍ତର ଭାଗରେ ଦେବୀ ଦୁର୍ଗା ମହୀଷ ମର୍ଦ୍ଦିନୀ ରୂପରେ ଦଣ୍ଡାୟମାନ ।

କୀମ୍ବଦନ୍ତି[ସମ୍ପାଦନା]

ସ୍ଥାନୀୟ କୀମ୍ବଦନ୍ତୀ ଅନୁସାରେ ବିନ୍ଦୁସାଗରର ତଥା ଲିଙ୍ଗରାଜ ମନ୍ଦିରର ଉତ୍ତରରେ ରହିଥିବାରୁ ଏହି ପୀଠର ନାମ ଉତ୍ତରେଶ୍ୱର । ମନ୍ଦିର ପରିସର ମଧ୍ୟରେ ଗୋଦାବରୀ କୁଣ୍ଡ ଅବସ୍ଥିତ । ଏହା ଏକ ପ୍ରାକୃତିକ ଝରଣା ଯାହାକି ବହିଯାଇ ବିନ୍ଦୁସାଗର ମଧ୍ୟରେ ବିଲୀନ ହୋଇଯାଏ ।

ଅନ୍ୟ ଏକ କୀମ୍ବଦନ୍ତୀ ଅନୁସାରେ କୀର୍ତ୍ତୀ ଓ ବାସ ନାମକ ରାକ୍ଷସକୁ ଯୁଦ୍ଧରେ ହରାଇବା ପରେ ଦେବୀ ପାର୍ବତୀଙ୍କୁ ଭୀଷଣ ଶୋଷ ହେଲା । ପାର୍ବତୀଙ୍କ କହିବାରେ ପ୍ରଭୂ ଶିବ ଏହିଠାରେ ନିଜର ତ୍ରୀଶୂଳ ଘାତରେ ଏକ ଝରଣା ପ୍ରବାହିତ ହେବାକୁ ଲାଗିଲା । ବସନ୍ତର ଅଭିଷେକ ନିମନ୍ତେ ପ୍ରଭୂ ଶିବ ସମସ୍ତ ନଦୀମାନଙ୍କୁ ଆମନ୍ତ୍ରଣ କଲେ । ହେଲେ ସମସ୍ତ ନଦୀ ଆସିଲେ ସିନା; ଦେବୀ ଗୋଦାବରୀ ଆସିପାରିଲେ ନାହିଁ । ଏଣୁ ପ୍ରଭୂ ଶିବ କ୍ରୋଧରେ ଦେବୀ ଗୋଦାବରୀଙ୍କୁ ଏହି ଅଭିଶାପ ଦେଲେ କି ଏହାର ପାଣି ସର୍ବଦା ଅଶୂଦ୍ଧ ରହିବ , କେବଳ ପବିତ୍ର କୁମ୍ଭମେଳା ଅବସରରେ ହିଁ ଗୋଦାବରୀର ପାଣି ଶୁଦ୍ଧ ହେବ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Uttaresvara Siva Temple, Bhubaneswar, Odisha". ApniSanskriti - Back to veda. Archived from the original on 29 December 2019. Retrieved 29 December 2019.
  2. rgyan.com https://rgyan.com/en/temples/uttaresvara-siva-temple. Retrieved 29 December 2019. {{cite web}}: Missing or empty |title= (help)
  3. "Uttaresvara Siva Temple, Bhubaneswar, Odisha". Bharat Temples. 20 December 2018. Retrieved 29 December 2019.