ଉତ୍ସବ ଚରଣ ଜେନା
ଉତ୍ସବ ଚରଣ ଜେନା | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ଭଗୀରଥ ଦାସ |
ପର ଅଧିକାରୀ | ଉତ୍ସବ ଚରଣ ଜେନା |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧ ଡିସେମ୍ବର ୨୦୦୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସଲିଷ୍ଟ ପାର୍ଟି |
ଜୀବନ ସାଥୀ | ମାଳତୀ ଜେନା |
ସନ୍ତାନ | ୨ ପୁଅ, ୩ ଝିଅ |
ବାପା/ବୋଉ | କାଙ୍ଗାଳି ଚରଣ ଜେନା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଉତ୍ସବ ଚରଣ ଜେନା (ମୃତ୍ୟୁ: ୧ ଡିସେମ୍ବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଉତ୍ସବ ଚରଣ ଜେନା ୧୯୨୭ ମସିହାର ବାଲେଶ୍ୱର ଜିଲ୍ଲାରେ (ବର୍ତ୍ତମାନର ଭଦ୍ରକ ଜିଲ୍ଲା) ବନ୍ତ ବ୍ଲକ୍ସ୍ଥିତ ଅଢାଳପଙ୍କରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା କାଙ୍ଗାଳି ଚରଣ ଜେନା ।[୩] ଉତ୍ସବଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧] ସେ ମଳତୀ ଜେନାଙ୍କୁ ବିବାହ କରିଥିଲେ ।[୨] ଏଇ ଦମ୍ପତ୍ତିଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି ।
ରାଜନୈତିକ ଜୀବନ
[ସମ୍ପାଦନା]ଉତ୍ସବ ୧୯୪୨ ମସିହାରେ ପ୍ରଥମେ ଛାତ୍ର କଂଗ୍ରେସରେ ଯୋଗ ଦେଇଥିଲେ ।[୩] ଏହାପରେ ସେ ୧୯୪୭ ମସିହାରେ ପ୍ରଜା ସୋସଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।[୧] ସ୍ୱାଧୀନତା ପରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସୋସଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଉତ୍ସବ ଚରଣ ଜେନା ୨୦୦୭ ମସିହାର ଡିସେମ୍ବର ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ୧୩ ଫେବୃଆରୀ ୨୦୦୮ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭାରେ ଶୋକ ସଭାର ଆୟୋଜନା କରାଯାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Late Uchhab Charan Jena". odishaassembly.nic.in. Odisha Assembly. Retrieved 27 April 2019.
- ↑ ୨.୦ ୨.୧ ୨.୨ "MLA Uchhab Charan Jena Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-27.
- ↑ ୩.୦ ୩.୧ "MLA Uchhab Charan Jena Profile | SIMULIA Constituency". www.odishahelpline.com. Retrieved 2019-04-27.