Jump to content

ଉତ୍ସବ ଚରଣ ଜେନା

ଉଇକିପିଡ଼ିଆ‌ରୁ
ଉତ୍ସବ ଚରଣ ଜେନା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭  ୧୯୭୧
ପୂର୍ବ ଅଧିକାରୀଭଗୀରଥ ଦାସ
ପର ଅଧିକାରୀଉତ୍ସବ ଚରଣ ଜେନା
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧ ଡିସେମ୍ବର ୨୦୦୭
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସଲିଷ୍ଟ ପାର୍ଟି
ଜୀବନ ସାଥୀମାଳତୀ ଜେନା
ସନ୍ତାନ୨ ପୁଅ, ୩ ଝିଅ
ବାପା/ବୋଉକାଙ୍ଗାଳି ଚରଣ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଉତ୍ସବ ଚରଣ ଜେନା (ମୃତ୍ୟୁ: ୧ ଡିସେମ୍ବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ଉତ୍ସବ ଚରଣ ଜେନା ୧୯୨୭ ମସିହାର ବାଲେଶ୍ୱର ଜିଲ୍ଲାରେ (ବର୍ତ୍ତମାନର ଭଦ୍ରକ ଜିଲ୍ଲା) ବନ୍ତ ବ୍ଲକ୍‌ସ୍ଥିତ ଅଢାଳପଙ୍କରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଥିଲା କାଙ୍ଗାଳି ଚରଣ ଜେନା ।[] ଉତ୍ସବଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[] ସେ ମଳତୀ ଜେନାଙ୍କୁ ବିବାହ କରିଥିଲେ ।[] ଏଇ ଦମ୍ପତ୍ତିଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି ।

ରାଜନୈତିକ ଜୀବନ

[ସମ୍ପାଦନା]

ଉତ୍ସବ ୧୯୪୨ ମସିହାରେ ପ୍ରଥମେ ଛାତ୍ର କଂଗ୍ରେସରେ ଯୋଗ ଦେଇଥିଲେ ।[] ଏହାପରେ ସେ ୧୯୪୭ ମସିହାରେ ପ୍ରଜା ସୋସଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।[] ସ୍ୱାଧୀନତା ପରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସୋସଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ଉତ୍ସବ ଚରଣ ଜେନା ୨୦୦୭ ମସିହାର ଡିସେମ୍ବର ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ୧୩ ଫେବୃଆରୀ ୨୦୦୮ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭାରେ ଶୋକ ସଭାର ଆୟୋଜନା କରାଯାଇଥିଲା ।[]

  1. 1 2 3 4 5 6 "Late Uchhab Charan Jena". odishaassembly.nic.in. Odisha Assembly. Retrieved 27 April 2019.
  2. 1 2 3 "MLA Uchhab Charan Jena Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-27.
  3. 1 2 "MLA Uchhab Charan Jena Profile | SIMULIA Constituency". www.odishahelpline.com. Retrieved 2019-04-27.