ଉତ୍ସବ ଚରଣ ଜେନା

ଉଇକିପିଡ଼ିଆ‌ରୁ
ଉତ୍ସବ ଚରଣ ଜେନା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଭଗୀରଥ ଦାସ
ପର ଅଧିକାରୀଉତ୍ସବ ଚରଣ ଜେନା
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧ ଡିସେମ୍ବର ୨୦୦୭
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସଲିଷ୍ଟ ପାର୍ଟି
ଜୀବନ ସାଥୀମାଳତୀ ଜେନା
ସନ୍ତାନ୨ ପୁଅ, ୩ ଝିଅ
ବାପା/ବୋଉକାଙ୍ଗାଳି ଚରଣ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଉତ୍ସବ ଚରଣ ଜେନା (ମୃତ୍ୟୁ: ୧ ଡିସେମ୍ବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଉତ୍ସବ ଚରଣ ଜେନା ୧୯୨୭ ମସିହାର ବାଲେଶ୍ୱର ଜିଲ୍ଲାରେ (ବର୍ତ୍ତମାନର ଭଦ୍ରକ ଜିଲ୍ଲା) ବନ୍ତ ବ୍ଲକ୍‌ସ୍ଥିତ ଅଢାଳପଙ୍କରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା କାଙ୍ଗାଳି ଚରଣ ଜେନା ।[୩] ଉତ୍ସବଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧] ସେ ମଳତୀ ଜେନାଙ୍କୁ ବିବାହ କରିଥିଲେ ।[୨] ଏଇ ଦମ୍ପତ୍ତିଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ଉତ୍ସବ ୧୯୪୨ ମସିହାରେ ପ୍ରଥମେ ଛାତ୍ର କଂଗ୍ରେସରେ ଯୋଗ ଦେଇଥିଲେ ।[୩] ଏହାପରେ ସେ ୧୯୪୭ ମସିହାରେ ପ୍ରଜା ସୋସଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।[୧] ସ୍ୱାଧୀନତା ପରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସୋସଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଉତ୍ସବ ଚରଣ ଜେନା ୨୦୦୭ ମସିହାର ଡିସେମ୍ବର ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ୧୩ ଫେବୃଆରୀ ୨୦୦୮ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭାରେ ଶୋକ ସଭାର ଆୟୋଜନା କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Late Uchhab Charan Jena". odishaassembly.nic.in. Odisha Assembly. Retrieved 27 April 2019.
  2. ୨.୦ ୨.୧ ୨.୨ "MLA Uchhab Charan Jena Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-27.
  3. ୩.୦ ୩.୧ "MLA Uchhab Charan Jena Profile | SIMULIA Constituency". www.odishahelpline.com. Retrieved 2019-04-27.