ଉପେନ୍ଦ୍ର ଜେନା

ଉଇକିପିଡ଼ିଆ‌ରୁ
(Upendra Jenaରୁ ଲେଉଟି ଆସିଛି)
ଉପେନ୍ଦ୍ର ଜେନା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଜନାର୍ଦନ ଭଞ୍ଜ ଦେଓ, ଭାଇଗା ସେଠୀ
ପର ଅଧିକାରୀମକର ସେଠୀ
ନିର୍ବାଚନ ମଣ୍ଡଳୀଆନନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-01-01)ଜାନୁଆରୀ ୧, ୧୯୨୦
ମୃତ୍ୟୁ୨୬ ମାର୍ଚ୍ଚ ୧୯୬୩(1963-03-26) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀରେବତୀ ଜେନା
ସନ୍ତାନ୪ ପୁଅ, ୧ ଝିଅ
ବାପା/ବୋଉନଟବର ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଉପେନ୍ଦ୍ର ଜେନା (୧ ଜାନୁଆରୀ ୧୯୨୦ - ୨୬ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ଉପେନ୍ଦ୍ର ଜେନା ୧୯୨୦ ମସିହାର ଜାନୁଆରୀ ମାସ ୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନଟବର ଜେନା । ତାଙ୍କର ପତ୍ନୀଙ୍କ ନାମ ରେବତୀ ଜେନା । ଉପେନ୍ଦ୍ରଙ୍କର ୪ ପୁଅ ଓ ୧ ଝିଅଙ୍କ ସମେତ ସମୁଦାୟ ସନ୍ତାନସନ୍ତତି ସଂଖ୍ୟା ଥିଲା ୫ ।

ରାଜନୈତିକ ଜୀବନ[ସମ୍ପାଦନା]

ଉପେନ୍ଦ୍ର ଜେନା ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ଉପେନ୍ଦ୍ର ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୧,୯୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସହ ବୀରକିଶୋର ଜେନା ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଉପେନ୍ଦ୍ର ଜେନା ୧୯୬୩ ମସିହାର ମାର୍ଚ୍ଚ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Late Upendra Jena". odishaassembly.nic.in. Odisha Assembly. Retrieved 4 July 2019.
  2. ୨.୦ ୨.୧ "Orissa 1957". Election Commission of India (in Indian English). Retrieved 2019-06-27.