ଉମାଶଙ୍କର ମିଶ୍ର (ଆଇପିଏସ)
ଉମାଶଙ୍କର ମିଶ୍ର | |
---|---|
ଜନ୍ମ | ଅଚ୍ୟୁତରାଜପୁର, ବାଣପୁର, ଖୋର୍ଦ୍ଧା |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଭାରତୀୟ ପୁଲିସ ସେବା |
ଉମାଶଙ୍କର ମିଶ୍ର, ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଥିଲେ । ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଭାବରେ କେନ୍ଦୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ(୦୬/୧୨/୨୦୦୩ - ୦୬/୧୨/୨୦୧୫) ପଦରେ କାର୍ଯ୍ୟ କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଉମାଶଙ୍କର, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅନ୍ତର୍ଗତ ଅଚ୍ୟୁତରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ସେ ଗାୟତ୍ରୀ ପାଢ଼ୀଙ୍କୁ ବିବାହ କରିଥିଲେ । ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଶ୍ୟାମସୁନ୍ଦର ପାଢ଼ୀ ତାଙ୍କର ଶ୍ୱଶୁର । ତାଙ୍କ ପୁତ୍ରଙ୍କ ନାମ ସିମାଞ୍ଚଳ ଓ ପୁତ୍ରବଧୂଙ୍କ ନାମ ସିପ୍ରା । ତାଙ୍କ ଝିଅଙ୍କ ନାମ ମୌସୁମୀ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ ତାଙ୍କ ଜ୍ୱାଇଁ ଅଟନ୍ତି ।
୨୦୨୧ ମସିହା ଅଗଷ୍ଟ ୨୬ ତାରିଖରେ ଦିଲ୍ଲୀଠାରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।[୨]
ବୃତିଗତ ଜୀବନ
[ସମ୍ପାଦନା]୧୯୬୮ ମସିହାରେ ଉମାଶଙ୍କର ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ । ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର ଜିଲ୍ଲାରେ ସେ ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ପ୍ରଥମେ ସେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ୨୦୦୩ ମସିହାରେ ନିର୍ଦ୍ଦେଶକ ପଦଭାର ଗ୍ରହଣ କରିଥିଲେ । ସେ ଇଣ୍ଟରପୋଲର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] ପୁଲିସ ଚାକିରୀରୁ ଅବସର ପରେ ସେ ଓଡ଼ିଆ ସମ୍ବାଦପତ୍ର ସୂର୍ଯ୍ୟପ୍ରଭାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ସେ ମେଘାଳୟ ରାଜ୍ୟ ପ୍ଲାନିଂ କମିଶନର ପରାମର୍ଶଦାତା ଓ ଭାରତରେ ମାଇକ୍ରୋସଫ୍ଟର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪]
ଅଣ୍ଡରୱାର୍ଲଡ଼ ଡନ ଆବୁ ସଲେମ ଓ ତାର ପ୍ରେମିକା ମୋନିକା ବେଦୀଙ୍କୁ ଧରିବାରେ ଉମାଶଙ୍କର ମିଶ୍ରଙ୍କର ମୁଖ୍ୟ ଭୂମିକା ରହିଥିଲା ।[୫]
ଆଧାର
[ସମ୍ପାଦନା]- ↑ "Former Directors". www.cbi.gov.in. CBI. Archived from the original on 27 August 2021. Retrieved 27 August 2021.
- ↑ "Former CBI Director From Odisha Passes Away". www.sambadenglish.com. Archived from the original on 27 August 2021. Retrieved 27 August 2021.
- ↑ "ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ". No. ଧରିତ୍ରୀ ୨୭/୦୮/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. 27 August 2021. Retrieved 27 August 2021.
- ↑ "Former CBI director Uma Shankar Mishra from Odisha dies". www.kalingatv.com. kalingatv.com. Archived from the original on 26 August 2021. Retrieved 27 August 2021.
- ↑ "Ex-CBI Director Uma Shankar Mishra Passes Away". www.odishabytes.com. odishabytes.com. Archived from the original on 27 August 2021. Retrieved 27 August 2021.