ଉମାଶଙ୍କର ମିଶ୍ର (ଆଇପିଏସ)

ଉଇକିପିଡ଼ିଆ‌ରୁ
ଉମାଶଙ୍କର ମିଶ୍ର
Born
ଅଚ୍ୟୁତରାଜପୁର, ବାଣପୁର, ଖୋର୍ଦ୍ଧା
Educationସ୍ନାତକୋତ୍ତର
Alma materବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
Occupationଭାରତୀୟ ପୁଲିସ ସେବା

ଉମାଶଙ୍କର ମିଶ୍ର, ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଥିଲେ । ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଭାବରେ କେନ୍ଦୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ(୦୬/୧୨/୨୦୦୩ - ୦୬/୧୨/୨୦୧୫) ପଦରେ କାର୍ଯ୍ୟ କରିଥିଲେ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଉମାଶଙ୍କର, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅନ୍ତର୍ଗତ ଅଚ୍ୟୁତରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ସେ ଗାୟତ୍ରୀ ପାଢ଼ୀଙ୍କୁ ବିବାହ କରିଥିଲେ । ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଶ୍ୟାମସୁନ୍ଦର ପାଢ଼ୀ ତାଙ୍କର ଶ୍ୱଶୁର । ତାଙ୍କ ପୁତ୍ରଙ୍କ ନାମ ସିମାଞ୍ଚଳ ଓ ପୁତ୍ରବଧୂଙ୍କ ନାମ ସିପ୍ରା । ତାଙ୍କ ଝିଅଙ୍କ ନାମ ମୌସୁମୀ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ ତାଙ୍କ ଜ୍ୱାଇଁ ଅଟନ୍ତି ।

୨୦୨୧ ମସିହା ଅଗଷ୍ଟ ୨୬ ତାରିଖରେ ଦିଲ୍ଲୀଠାରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।[୨]

ବୃତିଗତ ଜୀବନ[ସମ୍ପାଦନା]

୧୯୬୮ ମସିହାରେ ଉମାଶଙ୍କର ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ । ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର ଜିଲ୍ଲାରେ ସେ ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ପ୍ରଥମେ ସେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ୨୦୦୩ ମସିହାରେ ନିର୍ଦ୍ଦେଶକ ପଦଭାର ଗ୍ରହଣ କରିଥିଲେ । ସେ ଇଣ୍ଟରପୋଲର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] ପୁଲିସ ଚାକିରୀରୁ ଅବସର ପରେ ସେ ଓଡ଼ିଆ ସମ୍ବାଦପତ୍ର ସୂର୍ଯ୍ୟପ୍ରଭାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ସେ ମେଘାଳୟ ରାଜ୍ୟ ପ୍ଲାନିଂ କମିଶନର ପରାମର୍ଶଦାତା ଓ ଭାରତରେ ମାଇକ୍ରୋସଫ୍ଟର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪]

ଅଣ୍ଡରୱାର୍ଲଡ଼ ଡନ ଆବୁ ସଲେମ ଓ ତାର ପ୍ରେମିକା ମୋନିକା ବେଦୀଙ୍କୁ ଧରିବାରେ ଉମାଶଙ୍କର ମିଶ୍ରଙ୍କର ମୁଖ୍ୟ ଭୂମିକା ରହିଥିଲା ।[୫]

ଆଧାର[ସମ୍ପାଦନା]

  1. "Former Directors". www.cbi.gov.in. CBI. Archived from the original on 27 August 2021. Retrieved 27 August 2021.
  2. "Former CBI Director From Odisha Passes Away". www.sambadenglish.com. Archived from the original on 27 August 2021. Retrieved 27 August 2021.
  3. "ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ". No. ଧରିତ୍ରୀ ୨୭/୦୮/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. 27 August 2021. Retrieved 27 August 2021.
  4. "Former CBI director Uma Shankar Mishra from Odisha dies". www.kalingatv.com. kalingatv.com. Archived from the original on 26 August 2021. Retrieved 27 August 2021.
  5. "Ex-CBI Director Uma Shankar Mishra Passes Away". www.odishabytes.com. odishabytes.com. Archived from the original on 27 August 2021. Retrieved 27 August 2021.