Jump to content

ଟ୍ରେମେଲିମୁମାବ

ଉଇକିପିଡ଼ିଆ‌ରୁ
(Tremelimumabରୁ ଲେଉଟି ଆସିଛି)
ଟ୍ରେମେଲିମୁମାବ
Fab fragment of tremelimumab (blue) binding CTLA-4 (green). From PDB entry ଛାଞ୍ଚ:PDBe.
Monoclonal antibody
TypeWhole antibody
SourceHuman
TargetCTLA-4
Clinical data
Trade namesImjudo
Synonymstremelimumab-actl; ticilimumab; CP-675; CP-675,206[]
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6500H9974N1726O2026S52
Molar mass୧,୪୬,୩୮୨.୪୭ g·mol−1
  (verify)

ଟ୍ରେମେଲିମୁମାବ (ଇଂରାଜୀ ଭାଷାରେ Tremelimumab), ଇମ୍ଜୁଡୋ ତାହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ହେପାଟୋସେଲୁଲାର କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁଥିରେ କେବଳ ଅସ୍ତ୍ରୋପଚାରଦ୍ୱାରା ବାହାର କରାଯାଇପାରିବ ନାହିଁ ଏବଂ କେତେକ ପ୍ରକାରର ଅଣ-ଛୋଟ କୋଷ ଫୁସଫୁସ କର୍କଟ (ଏନଏସସିଏଲସି/ NSCLC) ଯାହା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ।[] ଏହା ସାଧାରଣତଃ ଦୁର୍ଭାଲୁମାବ ସହିତ ବ୍ୟବହୃତ ହୁଏ | [] ଏହା ଇଞ୍ଜେକସନ ଆକାରରେ ଏକ ଶିରାରେ ଧୀରେ ଧୀରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ଥକାପଣ, ଗଲୁ ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, କୋଲାଇଟିସ ଏବଂ ହେପାଟାଇଟିସ ଭଳି ଇମ୍ମ୍ୟୁନ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ଏବଂ ସଂକ୍ରମଣ ପ୍ରତିକ୍ରିୟା ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ପ୍ରତିରକ୍ଷା ଯାଞ୍ଚ ପଏଣ୍ଟ ବ୍ଲକର୍ (immune checkpoint blocker) ଯାହା ସାଇଟୋଟକ୍ସିକ୍ ଟି-ଲିମ୍ଫୋସାଇଟ୍-ଜଡିତ ଆଣ୍ଟିଜେନ ୪ (CTLA-4)କୁ ଅବରୋଧ କରିଥାଏ ।[] []

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରେମେଲିମୁମାବ ଅନୁମୋଦିତ ହୋଇଥିଲା ।[] ୨୦୨୨ ସୁଦ୍ଧା ନିର୍ମାତାମାନେ ୟୁରୋପରେ ଅନୁମୋଦନ ପାଇଁ ଆବେଦନ କରିଛନ୍ତି ।[] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ୭୫ ମିଗ୍ରା ମୂଲ୍ୟ ପ୍ରାୟ ୧୦,୩୦୦ ଡଲାର ଥିଲା ।[]

  1. "Tremelimumab". National Cancer Institute. Archived from the original on 10 August 2019. Retrieved 27 October 2022.  This article incorporates text from this source, which is in the public domain.
  2. 1 2 3 4 5 6 7 8 9 "DailyMed - IMJUDO- tremelimumab injection, solution". dailymed.nlm.nih.gov. Archived from the original on 18 November 2022. Retrieved 16 December 2022.
  3. Wang, BC; Li, PC; Fan, JQ; Lin, GH; Liu, Q (10 July 2020). "Durvalumab and tremelimumab combination therapy versus durvalumab or tremelimumab monotherapy for patients with solid tumors: A systematic review and meta-analysis". Medicine. 99 (28): e21273. doi:10.1097/MD.0000000000021273. PMID 32664183.
  4. "Tremelimumab". SPS - Specialist Pharmacy Service. 28 November 2020. Archived from the original on 15 December 2021. Retrieved 16 December 2022.
  5. "Imjudo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 16 December 2022.