ଟ୍ରେମେଲିମୁମାବ
| Monoclonal antibody | |
|---|---|
| Type | Whole antibody |
| Source | Human |
| Target | CTLA-4 |
| Clinical data | |
| Trade names | Imjudo |
| Synonyms | tremelimumab-actl; ticilimumab; CP-675; CP-675,206[୧] |
| AHFS/Drugs.com | monograph |
| data |
|
| Routes of administration | Intravenous |
| Legal status | |
| Legal status | |
| Chemical and physical data | |
| Formula | C6500H9974N1726O2026S52 |
| Molar mass | ୧,୪୬,୩୮୨.୪୭ g·mol−1 |
| (verify) | |
ଟ୍ରେମେଲିମୁମାବ (ଇଂରାଜୀ ଭାଷାରେ Tremelimumab), ଇମ୍ଜୁଡୋ ତାହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ହେପାଟୋସେଲୁଲାର କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁଥିରେ କେବଳ ଅସ୍ତ୍ରୋପଚାରଦ୍ୱାରା ବାହାର କରାଯାଇପାରିବ ନାହିଁ ଏବଂ କେତେକ ପ୍ରକାରର ଅଣ-ଛୋଟ କୋଷ ଫୁସଫୁସ କର୍କଟ (ଏନଏସସିଏଲସି/ NSCLC) ଯାହା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ।[୨] ଏହା ସାଧାରଣତଃ ଦୁର୍ଭାଲୁମାବ ସହିତ ବ୍ୟବହୃତ ହୁଏ | [୨] ଏହା ଇଞ୍ଜେକସନ ଆକାରରେ ଏକ ଶିରାରେ ଧୀରେ ଧୀରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ଥକାପଣ, ଗଲୁ ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, କୋଲାଇଟିସ ଏବଂ ହେପାଟାଇଟିସ ଭଳି ଇମ୍ମ୍ୟୁନ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ଏବଂ ସଂକ୍ରମଣ ପ୍ରତିକ୍ରିୟା ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ପ୍ରତିରକ୍ଷା ଯାଞ୍ଚ ପଏଣ୍ଟ ବ୍ଲକର୍ (immune checkpoint blocker) ଯାହା ସାଇଟୋଟକ୍ସିକ୍ ଟି-ଲିମ୍ଫୋସାଇଟ୍-ଜଡିତ ଆଣ୍ଟିଜେନ ୪ (CTLA-4)କୁ ଅବରୋଧ କରିଥାଏ ।[୨] [୩]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରେମେଲିମୁମାବ ଅନୁମୋଦିତ ହୋଇଥିଲା ।[୨] ୨୦୨୨ ସୁଦ୍ଧା ନିର୍ମାତାମାନେ ୟୁରୋପରେ ଅନୁମୋଦନ ପାଇଁ ଆବେଦନ କରିଛନ୍ତି ।[୪] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ୭୫ ମିଗ୍ରା ମୂଲ୍ୟ ପ୍ରାୟ ୧୦,୩୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ "Tremelimumab". National Cancer Institute. Archived from the original on 10 August 2019. Retrieved 27 October 2022.
This article incorporates text from this source, which is in the public domain.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "DailyMed - IMJUDO- tremelimumab injection, solution". dailymed.nlm.nih.gov. Archived from the original on 18 November 2022. Retrieved 16 December 2022.
- ↑ Wang, BC; Li, PC; Fan, JQ; Lin, GH; Liu, Q (10 July 2020). "Durvalumab and tremelimumab combination therapy versus durvalumab or tremelimumab monotherapy for patients with solid tumors: A systematic review and meta-analysis". Medicine. 99 (28): e21273. doi:10.1097/MD.0000000000021273. PMID 32664183.
- ↑ "Tremelimumab". SPS - Specialist Pharmacy Service. 28 November 2020. Archived from the original on 15 December 2021. Retrieved 16 December 2022.
- ↑ "Imjudo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 16 December 2022.