Jump to content

ଥ୍ରୋମ୍ବୋସାଇଟୋପେନିଆ

ଉଇକିପିଡ଼ିଆ‌ରୁ
(Thrombocytopeniaରୁ ଲେଉଟି ଆସିଛି)
Thrombocytopenia
Thrombocytopaenia, thrombopenia
A picture of the blood under a microscope showing thrombocytopenia
Blood under a microscope showing thrombocytopenia
ଉଚ୍ଚାରଣ
  • THROM-bo-si-to-PE-ne-ah[]
ବିଭାଗHematology
ଲକ୍ଷଣPurple bruises, small red dots in the skin, bleeding gums[]
କାରଣBone marrow not making enough, increased destruction, spleen holding too many[]
ରୋଗ ନିର୍ଣ୍ଣୟ ପଦ୍ଧତିPlatelets < 150 x 109/L[]
ଚିକିତ୍ସାNone, immunosuppressants, platelet transfusion, surgical removal of the spleen[]
ପୁନଃପୌନିକRelatively common[]
Patient UKThrombocytopenia

ଥ୍ରୋମ୍ବୋସାଇଟୋପେନିଆ (ଇଂରାଜୀ ଭାଷାରେ Thrombocytopenia) କୁହାଯାଏ ଯେତେବେଳେ ରକ୍ତରେ ଥିବା ପ୍ଲାଟେଲେଟ ସ୍ତର କମିଯାଏ ।[] ଏହାର ଲକ୍ଷଣ ମଧ୍ୟରେ ଶରୀର ଭିତରେ, ଚର୍ମରେ ଓ ବାହାରେ ଯେପରିକି ମାଢ଼ିରେ ରକ୍ତସ୍ରାବ ହୋଇପାରେ | [] ଚର୍ମ ଭିତରେ ରକ୍ତସ୍ରାବ ହେଲେ ତାହାକୁ ପରପ୍ୟୁରା (ବାଇଗଣୀ ବ୍ରୁଇ) କିମ୍ବା ପେଟେକିଆ (ଛୋଟ ଲାଲ୍ ବିନ୍ଦୁ) କୁହାଯାଏ । []

ପ୍ଲାଟେଲେଟ ତିଆରି କମ୍ ହେଲେ, ଅଧିକ ପ୍ଲାଟେଲେଟ ନଷ୍ଟ ହୋଇଗଲେ କିମ୍ବା ପ୍ଲୀହାରେ ଅଧିକ ପ୍ଲାଟେଲେଟ ରହିଗଲେ ରକ୍ତରେ ସ୍ୱଳ୍ପ ପ୍ଲାଟେଲେଟ ସ୍ତର ଦେଖାଯାଏ ।[] ଲିଉକେମିଆ, ଆପ୍ଲାଷ୍ଟିକ ରକ୍ତହୀନତା, କେତେକ ରାସାୟନିକ ପଦାର୍ଥ, ଔଷଧ, ମଦ୍ୟପାନ, ଭୂତାଣୁ ସଂକ୍ରମଣ ଏବଂ ଜେନେଟିକ୍ ପରିବର୍ତ୍ତନ ହେତୁ ପର୍ଯ୍ୟାପ୍ତ ପ୍ଲାଟେଲେଟ ଉତ୍ପାଦନ ହୋଇପାରେ ନାହିଁ । [] ଇମ୍ମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ, କେତେକ ଔଷଧ ସଂକ୍ରମଣ, ଅସ୍ତ୍ରୋପଚାର, ଗର୍ଭାବସ୍ଥା, ଥ୍ରୋମ୍ବୋଟିକ୍ ଥ୍ରୋମ୍ବୋସାଇଟୋପେନିକ ପୁରପୁରା (ଟିଟିପି) ଏବଂ ବିସ୍ତାରିତ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (DIC) ହେତୁ ପ୍ଲାଟେଲେଟମାନଙ୍କର ବର୍ଦ୍ଧିତ ବିନାଶ ହୋଇପାରେ । [] ବର୍ଦ୍ଧିତ ପ୍ଳିହାରେ ଅତ୍ୟଧିକ ପ୍ଲାଟେଲେଟ ରହିପାରେ । [] ବୟସ୍କମାନଙ୍କଠାରେ ପ୍ରତି ଲିଟର ରକ୍ତରେ ସାଧାରଣତଃ ୧୫୦ରୁ ୪୫୦ x ୧୦ ସଂଖ୍ୟକ ପ୍ଲାଲେଟ୍ ଥାଏ (୧୫୦,୦୦୦ରୁ ୪୫୦,୦୦୦ ପ୍ରତି ମିମି 3 ) ଓ ଏହା ତଳକୁ ରକ୍ତ ପ୍ଲେଟେଲେଟ ସ୍ତର ଥିଲେ ଥ୍ରୋମ୍ବୋସାଇଟୋପେନିଆ ରୋଗ ନାମ ଦିଆଯାଏ | []

ଏହାର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [] ସାମାନ୍ୟ ରୋଗ ହୋଇଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି । [] ଗୁରୁତର ରୋଗରେ କର୍ଟିକୋଷ୍ଟିରଏଡ, ରିଟକ୍ସିମାବ କିମ୍ବା ଏଲଟ୍ରୋମ୍ବୋପାଗ ଦିଆଯାଏ । [] ପ୍ଲାଟେଲେଟ୍ ସ୍ତର ଲିଟର ପ୍ରତି ୨୦ x ୧୦ ତଳକୁ ଖସିଲେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସୁପାରିଶ କରାଯାଇପାରେ | [] ଔଷଧ ପ୍ରଭାବଶାଳୀ ନହେଲେ ପ୍ଲୀହାର ଅସ୍ତ୍ରୋପଚାର କରାଯାଏ ।[] ଏହି ରୋଗ ଅପେକ୍ଷାକୃତ ସାଧାରଣ ରୋଗ ଓ ଇଣ୍ଟେନସିଭ କେୟାର ୟୁନିଟରେ ଥିବା ରୋଗୀଙ୍କ ମଧ୍ୟରୁ ଅଧା ଲୋକଙ୍କର ଏହି ଅବସ୍ଥା ଥାଏ । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Thrombocytopenia". www.nhlbi.nih.gov. Retrieved 22 November 2020.
  2. ୨.୦ ୨.୧ ୨.୨ Deutschman, Clifford S.; Neligan, Patrick J. (2010). Evidence-based Practice of Critical Care. Elsevier Health Sciences. ISBN 978-1416054764. Retrieved 2015-04-30.
  3. ୩.୦ ୩.୧ Lee, EJ; Lee, AI (December 2016). "Thrombocytopenia". Primary care. 43 (4): 543–557. doi:10.1016/j.pop.2016.07.008. PMID 27866576.