ତବୁ

ଉଇକିପିଡ଼ିଆ‌ରୁ
(Tabuରୁ ଲେଉଟି ଆସିଛି)
ତବୁ
ଲାକ୍‌ମି ଫ୍ୟାସନ୍ ସପ୍ତାହ-୨୦୧୭ରେ ତବୁ
Born
ତବସୁମ୍ ଫାତିମା ହାସିମ୍

(1971-11-04) ୪ ନଭେମ୍ବର ୧୯୭୧ (ବୟସ ୫୨)
Occupationଅଭିନେତ୍ରୀ
Years active୧୯୮୦-ଏବେଯାଏଁ
Parentଜମାଲ ହାସିମ୍ ଏବଂ ରେଜ୍‌ୱାନ୍
Awards

ତବସୁମ୍ ଫାତିମା ହାସିମ୍‌ (ଜନ୍ମ: ୪ ନଭେମ୍ବର ୧୯୭୧), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ[୧][୨] ଯେ କଥାଚିତ୍ର ଜଗତରେ ‌ତବୁ‌ ନାମରେ ପରିଚିତ । ତବୁ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ବ୍ୟତୀତ ଇଂରାଜୀ, ତେଲୁଗୁ, ତାମିଲ, ମାଲାୟଲମ୍, ମରାଠି ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ତବୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥି ସ‌ହ ସେ ୬ଥର ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ଯେଉଁଥିରେ ୪ଟି କ୍ରିଟିକ୍ସଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।[୩]

ତବୁ ‌ହୁ ତୁ ତୁ‌, ‌ମାଚିସ୍‌, ‌ବିରାସତ୍‌, ‌ଚାନ୍ଦିନି ବାର୍‌, ‌ଚିନି କମ୍‌, ‌ହାଇଦର୍‌, ‌ଦୃଶ୍ୟମ୍‌, ‌ଫିତୁର୍‌, ‌ଫନା‌, ‌ବିବି ନଂ-୧‌, ‌ହମ୍ ସାଥ୍ ସାଥ୍ ହେ‌ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଇଂରାଜୀ ଚଳଚ୍ଚିତ୍ର ‌ଲାଇଫ୍ ଅଫ୍ ପାଇ‌, ‌ଦ ନମସେକ୍‌, ‌ଆଙ୍ଗ ଲି‌ରେ ଅଭିନୟ କରିଥିଲେ ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ତବୁ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧][୫] ତବୁଙ୍କର ଜନ୍ମପରେ ତାଙ୍କର ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୬] ତାଙ୍କର ମାଆ ଜଣେ ବିଦ୍ୟାଳୟ ଶିକ୍ଷକ ଥିଲେ । ତବୁ ସେଣ୍ଟ ଅନ୍ନା ହାଇସ୍କୁଲରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ମୁମ୍ବାଇର ସେଣ୍ଟ ଜାଭିଅର୍ କଲେଜରେ ପାଠ ପଢ଼ିବାକୁ ୧୯୮୩ରେ ଯାଇଥିଲେ ।[୭]

ଅଭିନୟ ଜୀବନ[ସମ୍ପାଦନା]

୧୯୮୦ରେ ତବୁ ‌ବଜାର୍‌ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ପରେ ୧୯୮୫ରେ ୧୪ ବର୍ଷ ବୟସରେ ‌ହମ୍ ନୌଜବାନ୍‌ ଚଳଚ୍ଚିତ୍ରରେ ଦେବ ଆନନ୍ଦଙ୍କ ଝିଅ ଭାବରେ ସେ ଅଭିନୟ କରିଥିଲେ । ନାୟିକା ଭାବରେ ତବୁ ତେଲୁଗୁ ଚଳଚ୍ଚିତ୍ର ‌କୁଲି ନଂ ୧‌ରେ ଭେଙ୍କଟେଶ ଦଗୁପତିଙ୍କ ସ‌ହ ଅଭିନୟ କରିଥିଲେ । ଏହା ପରେ ତବୁ ହିନ୍ଦୀ, ଇଂରାଜୀ, ତାମିଲ, ମାଲାୟଲମ୍, ମରାଠୀ, ବଙ୍ଗଳା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ତବୁ ଅଭିନୟ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ହେଲା: ‌ହୁ ତୁ ତୁ‌, ‌ମାଚିସ୍‌, ‌ବିରାସତ୍‌, ‌ଚାନ୍ଦିନି ବାର୍‌, ‌ଚିନି କମ୍‌, ‌ହାଇଦର୍‌, ‌ଦୃଶ୍ୟମ୍‌, ‌ଫିତୁର୍‌, ‌ଫନା‌, ‌ବିବି ନଂ-୧‌, ‌ହମ୍ ସାଥ୍ ସାଥ୍ ହେ‌ । ଇଂରାଜୀ ଚଳଚ୍ଚିତ୍ର ‌ଲାଇଫ୍ ଅଫ୍ ପାଇ‌, ‌ଦ ନମସେକ୍‌, ‌ଆଙ୍ଗ ଲି‌ରେ ମଧ୍ୟ ତବୁ ଅଭିନୟ କରିଥିଲେ ।[୪]

ବନ୍ୟଜନ୍ତୁ ବିବାଦ[ସମ୍ପାଦନା]

୧୯୯୮ ମସିହାରେ ତବୁଙ୍କ ଦୁଇଟି କୃଷ୍ଣସାର ମୃଗର ହତ୍ୟା ମାମଲାର ଆରୋପ ଲାଗିଥିଲା । ‌ହମ୍ ସାଥ୍ ସାଥ୍ ହେ‌ ଚଳଚ୍ଚିତ୍ରର ସୁଟିଂ ବେଳେ ତବୁଙ୍କ ସ‌ହ କଳାକାର ସଲମାନ ଖାଁ, ସୈଫ ଅଲ୍ଲୀ ଖାନ, ସୋନାଲୀ ବିନ୍ଦ୍ରେ ଏବଂ ‌ନୀଲମ୍ କୋଠାରୀ‌ଙ୍କ ଉପରେ କୃଷ୍ଣସାର ମୃଗ ହତ୍ୟା ଅରୋପ ଲାଗିଥିଲା ।[୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

ତବୁଙ୍କ ଅଭିନୀତ କିଛି ଚଳଚ୍ଚିତ୍ର:

  • ୧୯୯୪: ବିଜୟ ପଥ
  • ୧୯୯୫: ପ୍ରେମ୍
  • ୧୯୯୬: ମାଚିସ୍
  • ୧୯୯୬: କଳାପାଣି
  • ୧୯୯୬: ନେନେ ପେଲ୍ଲାଦାତା
  • ୧୯୯୭: ବିରାସତ୍
  • ୧୯୯୯: ହୁ ତୁ ତୁ
  • ୨୦୦୦: ଅସ୍ତିତ୍ୱ
  • ୨୦୦୧: ଚାନିଦୀ ବାର୍
  • ୨୦୦୬: ଫନା
  • ୨୦୦୭: ଚିନି କମ୍
  • ୨୦୧୪: ହାଇଦର୍
  • ୨୦୧୫: ଦୃଶ୍ୟମ୍
  • ୨୦୧୬: ଫିତୁର୍

ଆଧାର[ସମ୍ପାଦନା]

  1. ୧.୦ ୧.୧ Nihalani, Govind; Chatterjee, Saibal (2003). Encyclopaedia of Hindi cinema. Encyclopædia Britannica (India), Popular Prakashan. p. 634. ISBN 81-7991-066-0.
  2. "Birthday special: Tabu's 10 best performances over the years". CNN-IBN. 4 November 2014. Archived from the original on 6 November 2014. Retrieved 14 April 2017.
  3. Padma Awards Announced. Ministry of Home Affairs. 25 January 2011
  4. ୪.୦ ୪.୧ Bose, Derek (19 July 2009). "Cut above the rest". The Tribune. Retrieved 14 April 2017.
  5. Jahagirdar-Saxena, Shraddha (25 July 2007). "Nothing serious about Tabu". Verve. Retrieved 14 April 2017.
  6. Swarup, Harihar (29 April 2007). "Tabu, an actor who does not need make-up". The Tribune. Retrieved 14 April 2017.
  7. Martyris, Nina (26 April 2003). "When dosa was a luxury". The Times of India. Archived from the original on 18 July 2013. Retrieved 14 April 2017.
  8. "Blackbuck case: Tabu, Salman, Saif charged with poaching". hindi.com. 25 August 2007. Retrieved 14 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]