ସୋନାଲୀ ବେନ୍ଦ୍ରେ
ସୋନାଲୀ ବେନ୍ଦ୍ରେ ବେହେଲ | |
---|---|
ଜନ୍ମ | ସୋନାଲୀ ବିନ୍ଦ୍ରେ ୧ ଜାନୁଆରୀ ୧୯୭୫ |
ବୃତ୍ତି(ସମୂହ) | କଥାଚିତ୍ର ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୧୯୯୪–୨୦୦୪, ୨୦୦୯- ଏବେଯାଏଁ |
ବୈବାହିକ-ସାଥୀ | ଗୋଲ୍ଡି ବେହେଲ (୨୦୦୨-ଏବେଯାଏଁ) |
ସୋନାଲୀ ବେନ୍ଦ୍ରେ (ଜନ୍ମ: ୧ ଜାନୁଆରୀ ୧୯୭୫[୧]) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
୧୯୯୪ରେ ଆଗ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିବା ସୋନାଲୀ ୨୦୦୧ରେ ହିନ୍ଦୀ କଥାଚିତ୍ର ଜଗତରୁ ବିଦାୟ ନେଇଥିଲେ । ପୁଣିଥରେ ସେ ୨୦୦୯ରେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଫେରିଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୋଲ୍ଡି ବେହେଲଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।[୩] ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।
ଅଭିନୟ ଜୀବନ
[ସମ୍ପାଦନା]ଚଳଚ୍ଚିତ୍ର
[ସମ୍ପାଦନା]ଷ୍ଟାର ଡଷ୍ଟ ଟ୍ୟାଲେଣ୍ଟ ସର୍ଚ୍ଚରେ ବଛାଯିବା ପୂର୍ବରୁ ସୋନାଲୀ ଜଣେ ମଡେଲ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଉଚ୍ଚଶ୍ରେଣୀର କଳାକାରଙ୍କଠାରୁ ପ୍ରଶିକ୍ଷଣ ନେବାପରେ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୪ରେ ସୋନାଲୀ ଅଭିନେତା ଗୋବିନ୍ଦାଙ୍କ ଆଗ୍ ଚଳଚ୍ଚିତ୍ରରେ ପ୍ରଥମ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ସଫଳ ହୋଇନଥିଲେ ମଧ୍ୟ ଏହାର ଗୀତଗୁଡ଼ିକ ଆକର୍ଷଣୀୟ ହୋଇପାରିଥିଲା । ସୋନାଲୀ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାରର ଲକ୍ସ ନିଉ ଫେସ୍ ଅଫ ଦ ଇଅର ଏବଂ ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ମୋଷ୍ଟ ପ୍ରିମିସିଙ୍ଗ ନିଉକମର୍ ପୁରସ୍କାର ପାଇଥିଲେ । ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍ଜାଲେ, ଭାଇ, ସର୍ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି । ସୋନାଲୀ ଚାରି ଖାନ୍ (ଶାହାରୁଖ, ସଲମାନ, ଅମିର ଏବଂ ସୈଫ୍)ଙ୍କ ଅଭିନୟ କରିବା ସହ ଅଭିନେତା ଅକ୍ଷୟ କୁମାର, ସୁନୀଲ ଶେଟ୍ଟି ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକରମାନଙ୍କ ସହ ଅଭିନୟ କରିଛନ୍ତି । ସୋନଲୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଚିରଞ୍ଜିବୀଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ।[୪][୫][୬]
ସୋନାଲୀ ତାଙ୍କ ଅଭିନୟ ସହ ଭଲ ନୃତ୍ୟ ପାଇଁ ମଧ୍ୟ ଗଦ୍ଦର, ସାପୁତ୍, ବମ୍ବେ, ଲାଜ୍ଜା ଏବଂ ମେଜର ସାବ୍ ଭଳି କିଛି ଚଳଚ୍ଚିତ୍ରରେ କାମ ପାଇଥିଲେ । ୨୦୦୩ରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର କଲ୍ ହୋ ନା ହୋରେ ସୋନାଲୀ ଏକ କ୍ଷୁଦ୍ରଭୂମିକାରେ ମଧ୍ୟ ଅଭିନୟ କରିଥିଲେ । [୭] ସୋନାଲୀ ମଞ୍ଚ ଅଭିନୟ ଆପ୍ କି ସୋନିଆରେ ମଧ୍ୟ ଅଭିନୟ କରିଥିଲେ ।[୮] ୧ ନଭେମ୍ବର ୧୯୯୬ରେ ମାଇକେଲ ଜାକ୍ସନ୍ ଭାରତ ଆସିଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ସୋନାଲୀ ପାରମ୍ପାରିକ ମହାରାଷ୍ଟ୍ରିଆନ୍ ଶଢ଼ୀରେ ଯାଇଥିଲେ ଏବଂ ଜାକ୍ସନ୍ଙ୍କ ପାଇଁ ଆରତୀ କରିଥିଲେ ।[୯]
ଦୂରଦର୍ଶନ
[ସମ୍ପାଦନା]ସୋନାଲୀ ଏକ ଦୂରଦର୍ଶନରେ ଏକ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ କ୍ୟା ମସ୍ତି କ୍ୟା ଦମ୍....!ର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଏବଂ ସୋନି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ବିଚାରିକା ରୂପେ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ ୫୦ମ ଫିଲ୍ମଫେୟାର ସଭାରେ ଅଭିନେତା ସୈଫ୍ ଅଲ୍ଲି ଖାନ୍ଙ୍କ ସହ ସୋନାଲୀ ଉପସ୍ଥାପନା କରିଥିଲେ । ବିଚାରିକା ଭାବରେ ସେ ମିଷ୍ଟର ଆଣ୍ଡ ମିସେସ୍ ଟେଲିଭିଜନ୍, ଇଣ୍ଡିଆନ୍ ଆଇଡୋଲ୍-୪, ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ, ହିନ୍ଦୁସ୍ତାନ କେ ହୁନର୍ବାଜ୍[୧୦][୧୧], ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ୍ ଆଦି କାର୍ଯ୍ୟକ୍ରମରେ କାମ କରିଥିଲେ ।
ମାର୍ଚ୍ଚ-ଏପ୍ରିଲ ୨୦୧୪ରେ କଲର୍ସ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମିସନ୍ ସପ୍ନେର ଉପସ୍ଥାପିକା ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[୧୨] ଲାଇଫ୍ ଓକେ ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ଅଜିବ୍ ଦସ୍ତାନ୍ ହେ ୟେ କାର୍ଯ୍ୟକ୍ରମରେ ସୋନାଲୀ ମଧ୍ୟ ଅଭିନୟ କରିଥିଲେ [୧୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୧୯୯୪: ଆଗ୍
- ୧୯୯୪: ନାରାଜ୍
- ୧୯୯୫: ଦ ଡନ୍
- ୧୯୯୫: ଗଦ୍ଦାର
- ୧୯୯୫: ଟକ୍କର
- ୧୯୯୫: ବମ୍ବେ (ତାମିଲ)
- ୧୯୯୬: ରକ୍ଷକ
- ୧୯୯୬: ଇଂଲିଶ ବାବୁ ଦେଶି ମ୍ୟାନ୍
- ୧୯୯୬: ଦିଲ୍ଜାଲେ
- ୧୯୯୬: ଅପ୍ନେ ଦମ୍ ପର୍
- ୧୯୯୬: ସାପୁତ୍
- ୧୯୯୭: ଭାଇ
- ୧୯୯୭: ତରାଜୁ
- ୧୯୯୭: କୋହର୍
- ୧୯୯୮: କିମତ୍
- ୧୯୯୮: ଡୁପ୍ଲିକେଟ୍
- ୧୯୯୮: ହମ୍ସେ ବଡ଼୍କର୍ କୌନ୍
- ୧୯୯୮: ମେଜର ସାବ୍
- ୧୯୯୮: ଅଙ୍ଗାରେ
- ୧୯୯୮: ଜଖମ୍
- ୧୯୯୯: କଧାଲାର୍ ଧିନମ୍ (ତାମିଲ)
- ୧୯୯୯: କନ୍ନୋଡ଼ୁ କମ୍ବାତେଲମ୍ (ତାମିଲ)
- ୧୯୯୯: ହମ୍ ସାଥ୍ ସାଥ୍ ହୈ
- ୧୯୯୯: ଦହେକ୍
- ୧୯୯୯: ସର୍ଫରୋସ୍
- ୨୦୦୦: ଚାଲ୍ ମେରେ ଭାଇ
- ୨୦୦୦: ଦିଲ୍ ହି ଦିଲ୍ ମେ
- ୨୦୦୦: ହମାରା ଦିଲ୍ ଆପ୍କେ ପାସ୍ ହୈ
- ୨୦୦୦: ଢାଇ ଅକ୍ଷର ପ୍ରେମ୍ କେ
- ୨୦୦୦: ଜିସ୍ ଦେଶ୍ ମେ ଗଙ୍ଗା ରେହ୍ତା ହୈ
- ୨୦୦୦: ପ୍ରୀଥ୍ସେ (କନ୍ନଡ଼)
- ୨୦୦୧: ମୁରାରୀ (ତେଲୁଗୁ)
- ୨୦୦୧: ଲଭ୍ ୟୁ ହମେଶା
- ୨୦୦୧: ଲଭ୍ କେଲିୟେ କୁଛ୍ ଭି କରେଗା
- ୨୦୦୧: ଲାଜ୍ଜା
- ୨୦୦୧: ତେରା ମେରା ସାଥ୍ ରେହେନା
- ୨୦୦୨: ଇନ୍ଦ୍ର (ତେଲୁଗୁ)
- ୨୦୦୨: ଖଡ୍ଗମ୍ (ତେଲୁଗୁ)
- ୨୦୦୨: ମନ୍ମଧୁଡ଼ୁ (ତେଲୁଗ)
- ୨୦୦୩: ଅନହଟ୍ (ମରାଠୀ)
- ୨୦୦୩: ପ୍ୟାର୍ କିୟା ନେହିଁ ଜାତା
- ୨୦୦୩: ପଲନ୍ତି ବ୍ରହ୍ମନାଇଡ଼ୁ (ତେଲୁଗୁ)
- ୨୦୦୩: ଚୋରି ଚୋରି
- ୨୦୦୩: କଲ୍ ହୋ ନା ହୋ
- ୨୦୦୪: ଶଙ୍କର ଦାଦା MBBS (ତେଲୁଗୁ)
- ୨୦୦୪: ଆଗ୍ ଭି ଆରେଚା (ମରାଠୀ)
- ୨୦୧୩: ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା
ଦୂରର୍ଦଶନ
[ସମ୍ପାଦନା]- ୨୦୦୯-୧୧: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ (ବିଚାରିକା)
- ୨୦୧୩-ଏବେଯାଏଁ: ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ୍ (ବିଚାରିକା)
- ୨୦୧୪-୧୫: ଅଜିବ୍ ଦସ୍ତାନ୍ ହେ ୟେ (ଶୋଭା ସଚ୍ଚଦେବ)
ଆଧାର
[ସମ୍ପାଦନା]- ↑ "Sonali Bendre Birthday Bash". Reviews.in.88db.com. Archived from the original on 25 April 2017. Retrieved 25 April 2017.
{{cite web}}
:|archive-date=
/|archive-url=
timestamp mismatch; 4 ଅକ୍ଟୋବର 2013 suggested (help) - ↑ Interview with Sonali Bendre
- ↑ "Sonali Bendre delivers a baby boy". ExpressIndia.com. 12 August 2015. Retrieved 25 April 2017.
- ↑ http://timesofindia.indiatimes.com/entertainment/kannada/movies/did-you-know-/Sonali-Bendre-has-acted-with-Shivarajkumar-and-Upendra/articleshow/44922852.cms
- ↑ http://www.rediff.com/movies/2000/jan/24spice.htm
- ↑ http://m.rediff.com/movies/1999/dec/08spice.htm
- ↑ Kal Ho Naa Ho Archived 2008-04-30 at the Wayback Machine. Indiafm.com
- ↑ "deccanherald.com". Sonali Bendre's to star in the theatre. Archived from the original on 29 September 2007. Retrieved 25 April 2007.
- ↑ "ଆର୍କାଇଭ୍ କପି". Archived from the original on 2017-07-31. Retrieved 2017-04-25.
{{cite web}}
: Cite has empty unknown parameter:|1=
(help) - ↑ "No crying and weeping please............. Just Enjoy!". Hindustan Times. 27 October 2012. Archived from the original on 2 November 2012. Retrieved 25 April 2017.
- ↑ "Busker Boys hopeful for 'Hindustan Ke Hunarbaz'". The Times of India. 28 October 2012. Archived from the original on 2013-12-19. Retrieved 2017-04-25.
- ↑ "Sonali Bendre to be Narrator in TV Reality Show Mission Sapne". IANS. news.biharprabha.com. Retrieved 25 April 2017.
- ↑ "Ajeeb Dastaan Hai Yeh on Life OK: Sonali Bendre's Dubut in Fiction Space". TellyMirror. Archived from the original on 2014-09-17. Retrieved 2017-04-25.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୋନାଲୀ ବେନ୍ଦ୍ରେ