ସୁରେନ୍ଦ୍ର ପ୍ରସାଦ ପରମାଣିକ

ଉଇକିପିଡ଼ିଆ‌ରୁ
(Surendra Prasad Pramanikରୁ ଲେଉଟି ଆସିଛି)
ସୁରେନ୍ଦ୍ର ପ୍ରସାଦ ପରମାଣିକ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀକାର୍ତ୍ତିକ ମହାପାତ୍ର
ପର ଅଧିକାରୀପର୍ଶୁରାମ ଧଡ଼ା
ନିର୍ବାଚନ ମଣ୍ଡଳୀସୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-01-20) ୨୦ ଜାନୁଆରୀ ୧୯୫୦ (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅଞ୍ଜନା ପରମାଣିକ
ସନ୍ତାନ୧ ପୁଅ ୨ ଝିଅ
ବାପା/ବୋଉମକର ପରମାଣିକ (ବାପା)
ବୃତ୍ତିରାଜନୀତିଜ୍ଞ

ସୁରେନ୍ଦ୍ର ପ୍ରସାଦ ପରମାଣିକ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ସୁରେନ୍ଦ୍ର ପ୍ରସାଦ ପରମାଣିକ ୧୯୫୦ ମସିହାର ଜାନୁଆରୀ ମାସ ୨୦ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ମକର ପରମାଣିକ । ସୁରେନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ଅଞ୍ଜନା ପରମାଣିକ ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ୨ଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁରେନ୍ଦ୍ର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୦,୧୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫] ଏହି ପ୍ରତିଦ୍ୱନ୍ଦିତାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କୁ ୩୬୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୬] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. "Shri Surendra Prasad Pramanik". odishaassembly.nic.in. Odisha Assembly. Retrieved 13 May 2019.
  2. "MLA Surendra Prasad Pramanik Profile | SORO Constituency". naveenpatnaik.com. Archived from the original on 2019-05-08. Retrieved 2019-05-13.
  3. "MLA Surendra Prasad Pramanik Profile | SORO Constituency". www.odishahelpline.com. Retrieved 2019-05-13.
  4. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  5. "Soro Assembly Constituency, Orissa". Compare Infobase Limited. Retrieved 18 June 2014.
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 22 February 2014. 360