Jump to content

ଶୁଭାଶିଷ ତାଳପତ୍ର

ଉଇକିପିଡ଼ିଆ‌ରୁ
(Subhasis Talapatraରୁ ଲେଉଟି ଆସିଛି)
Hon'ble Chief Justice (Retd.)

ଶୁଭାଶିଷ ତାଳପତ୍ର
Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
8 August 2023 – 3 October 2023
Nominated byDhananjaya Y. Chandrachud
Appointed byଦ୍ରୌପଦୀ ମୁର୍ମୁ
Judge of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
10 June 2022 – 7 August 2023
Nominated byN. V. Ramana
Appointed byରାମନାଥ କୋବିନ୍ଦ
Judge of Tripura High Court
କାର୍ଯ୍ୟକାଳ
13 September 2013 – 9 June 2022
Nominated byP. Sathasivam
Appointed byପ୍ରଣବ ମୁଖାର୍ଜୀ
Acting Chief Justice of Tripura High Court
କାର୍ଯ୍ୟକାଳ
11 November 2019 – 15 November 2019
Appointed byରାମନାଥ କୋବିନ୍ଦ
କାର୍ଯ୍ୟକାଳ
2 November 2018 – 13 November 2018
Appointed byରାମନାଥ କୋବିନ୍ଦ
Judge of Gauhati High Court
କାର୍ଯ୍ୟକାଳ
15 November 2011 – 12 September 2013
Nominated byS. H. Kapadia
Appointed byPratibha Patil
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-10-04) ୪ ଅକ୍ଟୋବର ୧୯୬୧ (ବୟସ ୬୩)
Udaipur, Tripura
ଶିକ୍ଷାନୁଷ୍ଠାନUniversity of Calcutta

ଶୁଭାଶିଷ ତାଳପତ୍ର (ଜନ୍ମ: ୪ ଅକ୍ଟୋବର ୧୯୬୧) ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ।[] ସେ ଉଭୟ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ତ୍ରିପୁରା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[] ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ କାମ କରିଥିଲେ ।[] ସେପ୍ଟେମ୍ବର ୨୦୨୦ ମସିହାରେ ନ୍ୟାୟାଧୀଶ ତାଳପତ୍ର ତେଲେଙ୍ଗାନା କୃଷ୍ଣା ଜଳ ବିବାଦ ନ୍ୟାୟାଧିକରଣର ନ୍ୟାୟିକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ତାଳପତ୍ରଙ୍କ ଜନ୍ମ ୧୯୬୧ ମସିହାରେ ତ୍ରିପୁରାର ଉଦୟପୁରରେ ହୋଇଥିଲା । ସେ କୋଲକାତା ବିଶ୍ୱବିଦ୍ୟାଳୟର ଆଇନ ବିଭାଗରୁ ଏଲଏଲବି ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୯୯୦ରୁ ଉତ୍ତର ପୂର୍ବ ଭାରତର ବିଭିନ୍ନ ଉଚ୍ଚନ୍ୟାୟାଳୟରେ ଓକିଲାତି କରି ଆସୁଥିଲେ । ତାଳପତ୍ର ଗୌହାଟି ଉଚ୍ଚନ୍ୟାୟାଳୟର ଅଗରତାଲା ବେଞ୍ଚରେ ନାଗରିକ, ଅପରାଧିକ ଏବଂ ସାଂବିଧାନିକ ମାମଲାରେ ଓକିଲାତି କାମ କରିଥିଲେ । ୨୧ ଡିସେମ୍ବର ୨୦୦୪ରେ ସେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତ ହୋଇଥିଲେ । ୧୫ ନଭେମ୍ବର ୨୦୧୧ରେ ସେ ଗୌହାଟି ଉଚ୍ଚନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୧୩ ସେପ୍ଟେମ୍ବର ୨୦୧୩ରେ ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଳପତ୍ର ଦୁଇଥର ତ୍ରିପୁରା ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ସେବା ନିର୍ବାହ କରିଥିଲେ ।[] ସେ ୧୦ ଜୁନ୍ ୨୦୨୨ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ସ୍ଥାନାନ୍ତର ହୋଇଥିଲେ । ସେ ୮ ଅଗଷ୍ଟ ୨୦୨୩ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ପଦବୀକୁ ଉନ୍ନିତ ହୋଇଥିଲେ ।[] ସେ ୩ ଅକ୍ଟୋବର ୨୦୨୩ରେ ଅବସର ଗ୍ରହଣ କରିଥିଲେ ।

  1. Mahanty, Nibedita (19 July 2023). "ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର". https://odia.oneindia.com. Retrieved 17 December 2024. {{cite web}}: External link in |website= (help)
  2. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-17.
  3. Biju, Rintu Mariam (2019-11-11). "Subhasis Talapatra appointed as the Acting Chief Justice of Tripura High Court". Bar and Bench - Indian Legal news (in ଇଂରାଜୀ). Retrieved 2024-12-17.
  4. "Welcome to High Court of Tripura". thc.nic.in. Retrieved 2024-12-17.
  5. Upadhyay, Sparsh (2023-07-06). "Supreme Court Collegium Proposes Name Of Justice Subhasis Talapatra As Chief Justice Of Orissa High Court". www.livelaw.in (in ଇଂରାଜୀ). Retrieved 2024-12-17.