Jump to content

ସ୍ୱତଃସ୍ଫୁର୍ତ୍ତ କରୋନାରୀ ଧମନୀ ବିଚ୍ଛେଦନ

ଉଇକିପିଡ଼ିଆ‌ରୁ
(Spontaneous coronary artery dissectionରୁ ଲେଉଟି ଆସିଛି)

 

Spontaneous coronary artery dissection
Coronary artery dissection
Coronary artery dissection involves the formation of a false opening which fills with blood (purple) within the walls of a coronary artery.
ବିଭାଗCardiology
ଲକ୍ଷଣChest pain, shortness of breath, sweating, nausea, increased heart enzymes[]
ଆକ୍ରାନ୍ତ ସମୟYoung and middle aged women[]
ବିପଦ କାରକPregnancy, fibromuscular dysplasia, connective tissue disorders, inflammatory conditions[]
ରୋଗ ନିର୍ଣ୍ଣୟ ପଦ୍ଧତିAngiography[]
ସଠିକ ରୋଗ ନିର୍ଣ୍ଣୟOther causes of acute coronary syndrome, Takotsubo cardiomyopathy[]
ଔଷଧBeta blockers, aspirin[]
ଚିକିତ୍ସାConservative, percutaneous coronary intervention (PCI), coronary artery bypass surgery (CABG)[]
PrognosisGenerally good[]
ପୁନଃପୌନିକUncommon[]

ସ୍ୱତଃସ୍ଫୁର୍ତ୍ତ କରୋନାରୀ ଧମନୀ ବିଚ୍ଛେଦନ (SCAD) ନାମ ଦିଆଯାଏ ଯେତେବେଳେ ହୃତ୍‌ପିଣ୍ଡକୁ ରକ୍ତସରବରାହ କରୁଥିବା କରୋନାରୀ ଧମନୀର କାନ୍ଥରେ ସ୍ୱତଃ ଏକ ପୃଥକତା ସୃଷ୍ଟି ହୁଏ ଓ ତାହା ରକ୍ତରେ ଭରିଯାଏ | [] ଏହାର ଲକ୍ଷଣ ହୃଦ୍‌ଘାତ ଭଳି ହୁଏ, ଯେପରିକି ଛାତି ଯନ୍ତ୍ରଣା, ଅନନିଶ୍ୱାସ, ଝାଳ ବୋହିବା, ଅଇ, ଏବଂ ହୃତ୍‌ପିଣ୍ଡ ଏଞ୍ଜାଇମ ବୃଦ୍ଧି । [] ରୋଗ ଜଟିଳ ହେଲେ ହୃଦ୍‌ପାତ ଏବଂ ଅତର୍କିତ ମୃତ୍ୟୁ ହୋଇପାରେ । []

ଗର୍ଭାବସ୍ଥା, ଫାଇବ୍ରୋମସ୍କୁଲାର ଡିସପ୍ଲାସିଆ, ସଂଯୋଗକାରରୀ ତନ୍ତୁ ରୋଗ ଓ ପ୍ରଦାହଜନକ ଅବସ୍ଥା ଭଳି ବିପଦ କାରକଗୁଡ଼ିକ ଏହି ରୋଗ ସୃଷ୍ଟି କରିପାରେ | [] ବାନ୍ତି, କାଶ କିମ୍ବା ଭାବପ୍ରବଣତା ଏହାକୁ ଟ୍ରିଗର ବା ବିମୋଚନ କରିପାରେ | [] ହୃତ୍‌ପିଣ୍ଡକୁ ରକ୍ତ ଯୋଗାଣ କରୁଥିବା ଧମନୀର ଭିତର ସ୍ତରରେ ଏକ ଫାଟ ଉତ୍ପନ୍ନ ହେବା ଫଳରେ ଧମନୀ କାନ୍ଥରେ ରକ୍ତ ପ୍ରବେଶ କରି ସ୍ତରଗୁଡ଼ିକୁ ପୃଥକ କରିଦେଇଥାଏ | [] ଏହା ଧମନୀକୁ ସଂକୀର୍ଣ୍ଣ କରେ ଯାହାଦ୍ୱାରା ରକ୍ତ ପ୍ରବାହ କମିଯାଏ | [] ରୋଗ ନିର୍ଣ୍ଣୟ ସାଧାରଣତଃ ଆଞ୍ଜିଓଗ୍ରାଫିଦ୍ୱାରା କରାଯାଏ ଯଦିଓ ଅନ୍ୟାନ୍ୟ ପ୍ରକାରର ଡାକ୍ତରୀ ଇମେଜିଙ୍ଗ ବ୍ୟବହାର କରାଯାଇପାରେ | []

ଏହି ରୋଗ ପରିଚାଳନା କରିବାର ସର୍ବୋତ୍ତମ ଉପାୟ ସଂପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ | [] ପର୍‌କ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ ବା କରୋନାରୀ ଧମନୀ ବାଇପାସ ଅସ୍ତ୍ରୋପଚାର ଅପେକ୍ଷା ରକ୍ଷଣଶୀଳ ଚିକିତ୍ସା ସାଧାରଣତଃ ଅଧିକ ପସନ୍ଦ କରାଯାଏ | [] ଦୀର୍ଘକାଳୀନ ଚିକିତ୍ସା ପାଇଁ ବିଟା ବ୍ଲକର ଓ ଆସ୍ପିରିନ ସୁପାରିଶ କରାଯାଇପାରେ | [] ମୃତ୍ୟୁ ଆଶଙ୍କା ୫%ରୁ କମ୍ ଥିବାବେଳେ ୧୫% କ୍ଷେତ୍ରରେ କିଛି ଅସ୍ତ୍ରୋପଚାର ଆବଶ୍ୟକ ହୁଏ ଏବଂ ପ୍ରାୟ ୧୦% ରୋଗର ପୁନରାବୃତ୍ତି ହୁଏ | []

ଏହା ଏକ ଅସାଧାରଣ ରୋଗ ଅଟେ | [] ଆକ୍ୟୁଟ କରୋନାରୀ ସିଣ୍ଡ୍ରୋମ ରୋଗମାନଙ୍କ ମଧ୍ୟରୁ ୦.୧%ରୁ ୪% ଏହି ରୋଗ ଥାଏ | [] [] ଯୁବତୀ ଏବଂ ପ୍ରୌଢ଼ା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି | [] ଶବ ବ୍ୟବଚ୍ଛେଦ ସମୟରେ ଏହା ପ୍ରଥମେ ୧୯୩୧ ମସିହାରେ ବର୍ଣ୍ଣନା କରାଯାଇଥିଲା | [] []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ Parekh, JD; Chauhan, S; Porter, JL (January 2021). "Coronary Artery Dissection". PMID 29083832. {{cite journal}}: Cite journal requires |journal= (help)
  2. Yip, A; Saw, J (February 2015). "Spontaneous coronary artery dissection-A review". Cardiovascular diagnosis and therapy. 5 (1): 37–48. doi:10.3978/j.issn.2223-3652.2015.01.08. PMID 25774346.
  3. Yip, A; Saw, J (February 2015). "Spontaneous coronary artery dissection-A review". Cardiovascular diagnosis and therapy. 5 (1): 37–48. doi:10.3978/j.issn.2223-3652.2015.01.08. PMID 25774346.
  4. Pretty HC (18 April 1931). "Dissecting aneurysm of coronary artery in a woman aged 42". British Medical Journal. 1 (3667): 667. doi:10.1136/bmj.1.3667.667.