ସୋଫୋସବୁଭିର/ଭେଲପାଟାସଭିର

ଉଇକିପିଡ଼ିଆ‌ରୁ
(Sofosbuvir/velpatasvirରୁ ଲେଉଟି ଆସିଛି)
ସୋଫୋସବୁଭିର/ଭେଲପାଟାସଭିର
Combination of
SofosbuvirNS5B polymerase inhibitor
VelpatasvirNS5A inhibitor
Clinical data
Trade namesEpclusa, Sofosvel, Velpanat, others
AHFS/Drugs.commonograph
MedlinePlusa616034
data
Pregnancy
category
Routes of
administration
By mouth[୨]
Legal status
Legal status

ସୋଫୋସବୁଭିର/ଭେଲପାଟାସଭିର, ଏକ ବ୍ୟବସାୟୀକ ନାମ ଏପକ୍ଲୁସା, ଏକ ସ୍ଥିର ମିଶ୍ରିତ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ | [୨] [୩] [୪] [୫] ଏଥିରେ ସୋଫୋସବୁଭିର ଏବଂ ଭେଲପାଟାସଭିର ଔଷଧଦ୍ୱୟର ମିଶ୍ରଣ ଥାଏ । [୨] [୩] [୪] ହେପାଟାଇଟିସ୍ ସି ଜେନୋଟାଇପ ଏକରୁ ଛଅ ପର୍ଯ୍ୟନ୍ତ ଏହା ୯୦%ରୁ ଅଧିକ ପ୍ରଭାବଶାଳୀ | [୨] ଏହା ହେପାଟାଇଟିସ୍ ସି ପାଇଁ ମଧ୍ୟ କାମ କରେ ଯେଉଁମାନଙ୍କର ସିରୋସିସ୍ କିମ୍ବା ଏଚ୍.ଆଇ.ଭି. ରୋଗ ଥିବା ହେପାଟାଇଟିସ୍ ସି ରୋଗୀମାନଙ୍କ ପାଇଁ ମଧ୍ୟ କାମ କରେ [୨] ଏହା ପାଟିରେ ଦିଆଯାଏ | [୨] [୩] [୪]

ଏହି ମିଶ୍ରଣ ସାଧାରଣତଃ ଭଲ ଭାବରେ ସହ୍ୟ ହୁଏ | [୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକ୍କା ଅନୁଭବ କରିବା, ଶୋଇବାରେ ଅସୁବିଧା ଏବଂ ବାନ୍ତି ଲାଗେ | [୬] [୭] ଗର୍ଭବତୀ ମହିଳା କିମ୍ବା ସ୍ତନ୍ୟପାନ ସମୟରେ ଏହାର ପ୍ରଭାବ ଅଧ୍ୟୟନ କରାଯାଇ ନାହିଁ | [୬] ଯେଉଁମାନେ ହେପାଟାଇଟିସ ବିରେ ସଂକ୍ରମିତ ଅଛନ୍ତି ସେମାନଙ୍କ ପାଇଁ ଅଧିକ ଯତ୍ନ ନେବା ଆବଶ୍ୟକ । [୬] ଏନଏସ୫ବି ପ୍ରୋଟିନକୁ ଅବରୋଧ କରି ସୋଫୋସବୁଭିର କାର୍ଯକ୍ଷମ ହୁଏ ଏବଂ ଏନଏସ୫ଏ ପ୍ରୋଟିନକୁ ଅବରୋଧ କରି ଭେଲପାଟାସଭିର କାର୍ଯ୍ୟକ୍ଷମ ହୁଏ | [୬]

ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ୨୦୧୬ ମସିହାରେ ଡାକ୍ତରୀ ଚିକିତ୍ସା ପାଇଁ ସୋଫୋସବୁଭିର ଏବଂ ଭେଲପାଟାସଭି ଅନୁମୋଦିତ ହୋଇଥିଲା । [୬] [୪] [୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହି ଔଷଧର ନାମ ଲେଖା ଅଛି । [୮] ୨୦୧୭ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ପୂର୍ଣ୍ଣାଙ୍ଗ ଚିକିତ୍ସା ମୂଲ୍ୟ ପ୍ରାୟ ୭୪,୮୦୦ ଡଲାର ଓ ବିକାଶଶୀଳ ଦେଶରେ ଏହାର ମୂଲ୍ୟ ପ୍ରାୟ ୯୦୦ ଡଲାର । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Sofosbuvir / velpatasvir (Epclusa) Use During Pregnancy". Drugs.com. Retrieved 13 December 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Sofosbuvir/Velpatasvir for the treatment of Hepatitis C" (PDF). WHO. Retrieved 29 June 2017.
  3. ୩.୦ ୩.୧ ୩.୨ ୩.୩ "Epclusa 400 mg/100 mg film coated tablets. - Summary of Product Characteristics (SmPC)". (emc). 4 November 2019. Retrieved 1 March 2020.
  4. ୪.୦ ୪.୧ ୪.୨ ୪.୩ "Epclusa- velpatasvir and sofosbuvir tablet, film coated". DailyMed. 21 November 2019. Retrieved 1 March 2020.
  5. ୫.୦ ୫.୧ "Epclusa EPAR". European Medicines Agency (EMA). 27 February 2020. Retrieved 1 March 2020.
  6. ୬.୦ ୬.୧ ୬.୨ ୬.୩ ୬.୪ "Sofosbuvir and Velpatasvir". The American Society of Health-System Pharmacists. Retrieved 8 December 2017.
  7. "FDA Approves New Treatment for Pediatric Patients with Any Strain of Hepatitis C" (Press release). 19 March 2020. Retrieved 19 March 2020.
  8. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.