ସୋଡ଼ିଅମ ଥାୟୋସଲଫେଟ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
(Sodium thiosulfate (Medical use)ରୁ ଲେଉଟି ଆସିଛି)
ସୋଡ଼ିଅମ ଥାୟୋସଲଫେଟ
Sodium thiosulfate, structural formula
Clinical data
Trade namesVersiclear, others
AHFS/Drugs.com
Pregnancy
category
  • US: C (Risk not ruled out)
ATC code
Identifiers
  • ସୋଡ଼ିଅମ ଥାୟୋସଲଫେଟ
CAS Number
PubChem CID
ChemSpider
UNII
ChEBI
Chemical and physical data
FormulaNa2S2O3
Molar mass158.108
3D model (JSmol)
  • [O-]S(=O)(=S)[O-].[Na+].[Na+]
  • InChI=1S/2Na.H2O3S2/c;;1-5(2,3)4/h;;(H2,1,2,3,4)/q2*+1;/p-2
  • Key:AKHNMLFCWUSKQB-UHFFFAOYSA-L

ସୋଡ଼ିଅମ ଥାୟୋସଲଫେଟ (ଇଂରାଜୀ ଭାଷାରେ Sodium thiosulfate ବା sodium thiosulphate) ଏକ ଔଷଧ ଯାହା ସାଇନାଇଡ ବିଷକ୍ରିୟା, ପିଟିରିଆସିସ ଭର୍ସିକଲରର (pityriasis versicolor) ଚିକିତ୍ସାରେ ଦିଆଯାଏ ଓ ସିସପ୍ଲାଟିନର (cisplatin) ପାର୍ଶ୍ୱ ପ୍ରତିକ୍ରିୟା କମ୍ କରିବା ନିମନ୍ତେ ଦିଆଯାଏ ।[୧][୨] ସାଂଘାତିକ ସ୍ୟାନାଇଡ ବିଷକ୍ରିୟାରେ ଏହା ଅଧକାଂଶ ସମୟରେ ସୋଡ଼ିଅମ ନାଇଟ୍ରାଇଟ) (sodium nitrite) ବ୍ୟବ‌ହାର କରିବା ପରେ ଦିଆଯାଏ ।[୧][୩] ଏହା ଚର୍ମରେ ଲଗାଯାଏ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଗଣ୍ଠି ଯନ୍ତ୍ରଣା, ଭାବ ପରିବର୍ତ୍ତନ, ସାଇକୋସିସ (psychosis) ଓ ଟିନାଇଟସ ଇତ୍ୟାଦି ହୋଇପାରେ ।[୨] ଏହାର ନିରାପତ୍ତା ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ ।[୪] It is unclear if use in ଗର୍ଭାବସ୍ଥାରେ ଏହାର ଶିଶୁ ପ୍ରତି ନିରାପତ୍ତା ବିଷୟ ମଧ୍ୟ ଅଜ୍ଞାତ ଅଛି ।[୨] ଏକା ଶିରାଭ୍ୟନ୍ତର ନଳୀରେ ଏହା ସ‌ହିତ ହାଇଡ୍ରୋକ୍ସିକୋବାଲାମିନ (hydroxocobalamin) ଦିଆଯାଏନାହିଁ । ସାଇନାଇଡ ବିଷକ୍ରିୟାରେ ପ୍ରଥମେ ସୋଡ଼ିଅମ ନାଇଟ୍ରାଇଟଦ୍ୱାରା ମେଥେମୋଗ୍ଲୋବିନେମିଆ (methemoglobinemia) ସୃଷ୍ଟି ହୁଏ ଯାହା ମାଇଟୋକଣ୍ଡ୍ରିଆରୁ (mitochondria) ସାଇନାଇଡ ନିଷ୍କାସନ କରିଦିଏ । ତାହା ପରେ ସୋଡ଼ିଅମ ଥାୟୋସଲଫେଟ ସ‌ହିତ ସାଇନାଇଡ ଅନୁବନ୍ଧିତ ହୋଇ ଅଣବିଷାକ୍ତ ଥାୟୋସ୍ୟାନେଟରେ (thiocyanate) ପରିବର୍ତ୍ତିତ ହୋଇଯାଏ ।[୩]

ସନ ୧୯୩୦ରୁ ସାଇନାଇଡ ବିଷକ୍ରିୟା ନିମନ୍ତେ ସୋଡ଼ିଅମ ଥାୟୋସଲଫେଟ ବ୍ୟବ‌ହାର ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସନ ୨୦୧୩ରେ ଏହି ଔଷଧର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦ ଆମେରିକୀୟ ଡଲାର ଥିଲା ଓ ସୋଡ଼ିଅମ ନାଇଟ୍ରାଇଟ ସ‌ହିତ ୧୧୦ ଆମେରିକୀୟ ଡଲାର ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 66, 298. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ "Sodium thiosulfate Intravenous Advanced Patient Information - Drugs.com". www.drugs.com. Retrieved 15 January 2017.
  3. ୩.୦ ୩.୧ "Sodium Thiosulfate Solution for Injection - Summary of Product Characteristics (SPC) - (eMC)". www.medicines.org.uk. Retrieved 15 January 2017.
  4. "Sodium Thiosulfate Injection - FDA prescribing information, side effects and uses". www.drugs.com. Retrieved 15 January 2017.
  5. Dart, Richard C. (2004). Medical Toxicology (in ଇଂରାଜୀ). Lippincott Williams & Wilkins. p. 172. ISBN 9780781728454.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. Gasco, L; Rosbolt, MB; Bebarta, VS (April 2013). "Insufficient stocking of cyanide antidotes in US hospitals that provide emergency care". Journal of pharmacology & pharmacotherapeutics. 4 (2): 95–102. PMID 23761707.