Jump to content

ଶିଶିର କୁମାର ସାହୁ

ଉଇକିପିଡ଼ିଆ‌ରୁ
(Sisir Kumar Sahuରୁ ଲେଉଟି ଆସିଛି)
ଶିଶିର କୁମାର ସାହୁ
ଜନ୍ମ (1988-06-11) ୧୧ ଜୁନ ୧୯୮୮ (ବୟସ ୩୭)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • କଥାଚିତ୍ର ନିର୍ଦ୍ଦେଶକ
  • ଲେଖକ
ସକ୍ରିୟ ବର୍ଷ୨୦୧୪ – ଏବେଯାଏଁ
ପ୍ରସିଦ୍ଧିଫାଲଗୁନ ଚୈତ୍ର, ଚରିତ୍ର (ଓଡ଼ିଆ କଥାଚିତ୍ର)

ଶିଶିର କୁମାର ସାହୁ (ଜନ୍ମ: ୧୧ ଜୁନ ୧୯୮୮; ଜନ୍ମସ୍ଥାନ: କେନ୍ଦୁଝର) ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ ତଥା ଲେଖକ । ସେ ଫର୍ଚ୍ଚା (୨୦୧୭), ଚରିତ୍ର (୨୦୨୦), ଫାଲଗୁନ ଚୈତ୍ର (୨୦୨୩) ଭଳି କଥାଚିତ୍ର ପାଇଁ ଜଣାଶୁଣା ।

ଜନ୍ମ, ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

୧୯୮୮ ମସିହାର ଜୁନ ୧୧ ତାରିଖରେ ଶିଶିର କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ରେଙ୍ଗାଲି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଶେଷ ହୋଇଥିଲା । ପରବର୍ତ୍ତୀ ସମୟରେ, ସେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରୁ ଶିକ୍ଷାଗ୍ରହଣ କରିଥିଲେ ।[]

୨୦୧୪ ମସିହାରେ, ସେ ଟିଭି ଧାରାବାହିକ ସିମ୍ବିଧାନ: ଦି ମେକିଂ ଅଫ୍ ଦି କନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଜରିଆରେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ । ୨୦୧୬ ମସିହାରେ, ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କଦ୍ୱାରା ନିର୍ମିତ ହିନ୍ଦୀ କଥାଚିତ୍ର ମହେଞ୍ଜୋଦାରୋରେ ସେ ସହ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।[]

୨୦୧୭ ମସିହାରେ, ତାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର କଥାଚିତ୍ର ଫର୍ଚ୍ଚା ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କ ନିର୍ଦ୍ଦେଶନା ନିର୍ମିତ କଥାଚିତ୍ର ଚରିତ୍ର (୨୦୨୦), ଡାଲଚିନି (୨୦୨୨), ଫାଲଗୁନ ଚୈତ୍ର (୨୦୨୩),[] ମାଇଁ ସୁଇଟ୍ ହାଉସ୍‌ୱାଇଫ୍ (୨୦୨୩) ଆଦି ମୁକ୍ତିଲାଭ କରିଛି ।

ନିର୍ଦ୍ଦେଶିତ କଥାଚିତ୍ର

[ସମ୍ପାଦନା]
  • ଫର୍ଚ୍ଚା
  • ଚରିତ୍ର[]
  • ଡାଲ୍‌ଚିନି
  • ଫାଲଗୁନ ଚୈତ୍ର[]
  • ମାଇଁ ସୁଇଟ୍ ହାଉସ୍‌ୱାଇଫ୍
  1. 1 2 AMBALY, ANWESHA (10 September 2019). "Odia boy's Bolly tale of perseverance". The Telegraph (in Indian English). Bhubaneswar. Retrieved 19 November 2024.
  2. Hashtag, Bureau The News (2023-01-24). "Odia movie 'Phalguna Chaitra' by director duo Sisir-Peenaki set to release soon". The News Hash Tag (in ଆମେରିକୀୟ ଇଂରାଜୀ). Retrieved 2023-03-05.
  3. ""Charitra" Explores New Way Of Storytelling". My City Links (in English). 22 April 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  4. "[Watch] Odisha Director Duo Explores Family Ties In 'Phalguna Chaitra', Know The Release Date". odishabytes (in ଆମେରିକୀୟ ଇଂରାଜୀ). 2023-01-19. Retrieved 2023-03-05.

ବାହାର ଆଧାର

[ସମ୍ପାଦନା]