ଶଙ୍ଖ ଘୋଷ

ଉଇକିପିଡ଼ିଆ‌ରୁ
(Shankha Ghoshରୁ ଲେଉଟି ଆସିଛି)
ଶଙ୍ଖ ଘୋଷ
ଜନ୍ମ(1932-02-05)୫ ଫେବୃଆରୀ ୧୯୩୨
ମୃତ୍ୟୁ୨୧ ଅପ୍ରେଲ ୨୦୨୧(2021-04-21) (ବୟସ ୮୯)
କଲିକତା
ପୁରସ୍କାରପଦ୍ମ ଭୂଷଣ (୨୦୧୧)
ଜ୍ଞାନପୀଠ ପୁରସ୍କାର (୨୦୧୬)
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୭)
କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ

ଶଙ୍ଖ ଘୋଷ ( ୫ ଫେବୃଆରୀ ୧୯୩୨ - ୨୧ ଅପ୍ରେଲ ୨୦୨୧ )[୧] ଜଣେ ବଙ୍ଗଳା ଭାଷାର କବି ଓ ସାହିତ୍ୟ ସମାଲୋଚକ ଥିଲେ ।[୨]

ଶଙ୍ଖ ଘୋଷ ବଙ୍ଗଳା ଭାଷାରେ ସ୍ନାତକ (୧୯୫୧) ଓ ସ୍ନାତକତ୍ତୋର (୧୯୫୪) ଶିକ୍ଷା ଯଥାକ୍ରମେ ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସମାପ୍ତ କରିଥିଲେ । ସେ ବଙ୍ଗବାସୀ କଲେଜ, ସିଟି କଲେଜ ଓ ଯାଦବପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ୧୯୯୨ ମସିହାରେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୧୯୬୭ ମସିହାରେ ସେ ଆଇଓଆ ବିଶ୍ୱବିଦ୍ୟାଳୟର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନଷ୍ଟିଚୁଟ ଅଫ ଆଡଭାନ୍ସଡ଼ ଷ୍ଟଡିଜ ଓ ବିଶ୍ୱଭାରତୀ ଆଦି ଅନୁଷ୍ଠାନରେ ମଧ୍ୟ ଅଧ୍ୟାପନା କରିଥିଲେ ।[୩] କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ, ଜ୍ଞାନପୀଠ ପୁରସ୍କାର ଆଦି ବହୁ ପୁରସ୍କାରରେ ସେ ଭୂଷିତ । "କୁନ୍ତକ" ନାମରେ ସେ ଲେଖାଲେଖି କରୁଥିଲେ ।[୪] ୨୦୨୧ ଅପ୍ରେଲ ୨୧ ତାରିଖରେ କରୋନାରେ ପୀଡ଼ିତ ହୋଇ କଲିକତାଠାରେ ତାଙ୍କର ପରଲୋକ ଘଟିଥିଲା ।[୫]

ରଚନାବଳୀ[ସମ୍ପାଦନା]

  • ଦିନଗୁଲି ରାତଗୁଲି (ପ୍ରଥମ ଗପ)
  • ନିହିତ ପାତାଳ ସାୟା
  • ପାଜୋରେ ଦାରେର ଶବ୍ଦ
  • ଜଲ ଏ ପାଷାଣ ହୋଏ ଆଛେ
  • ଧୁମ ଲାଗେଛେ ହ୍ରିଥ କମଳେ
  • ଗୋଟା ଦେଶ ଜୋଡା ଜଉଘର
  • ପ୍ରତି ପ୍ରଶ୍ନେ କେପେ ଉଠେ ଭିତେ
  • ହାସି ଖୁସି ମୁଖେ ସର୍ବନାଶ
  • ଆଦୀମ ଲତା-ଗୁଳ୍ମମୟ
  • ମୁର୍ଖ ବଡୋ, ସାମାଜିକ ନୟେ
  • କବୀର ଅଭିପ୍ରାୟ
  • ମୁଖ ଢେକେ ଯାୟେ ବିଜ୍ଞାପନେ
  • ବାବରେର ପ୍ରାଥନା[୬]
  • The Storm of Desire (ନନ୍ଦିନୀ ଗୁପ୍ତାଙ୍କଦ୍ୱାରା ଅନୁବାଦିତ)
  • Just this one (ଭୀଷ୍ମଦେବ ଚକ୍ରବର୍ତ୍ତୀଙ୍କଦ୍ୱାରା ଅନୁବାଦିତ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ନରସିଂହ ଦାସ ପୁରସ୍କାର - ୧୯୭୭( ମୁର୍ଖ ବଡୋ, ସାମାଜିକ ନୟେ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୭ (ବାବରେର ପ୍ରାଥନା)
  • ରବୀନ୍ଦ୍ର ପୁରସ୍କାର - ୧୯୮୯ (ଧୁମ ଲାଗେଛେ ହ୍ରିଥ କମଳେ)
  • ସରସ୍ୱତୀ ସମ୍ମାନ (ଗନ୍ଧର୍ବ କବିଗୁଚ୍ଛ)[୭]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୧୯୯୯ ( କନ୍ନଡ ନାଟକ ତେଲେଡଣ୍ଡାକୁ ବଙ୍ଗଳା ରକ୍ତକଲ୍ୟାଣକୁ ଅନୁବାଦ ପାଇଁ)
  • ଦେଶୀକୋତ୍ତମ - ୧୯୯୯ (ବିଶ୍ୱଭାରତୀଦ୍ୱାରା ପ୍ରଦତ୍ତ)
  • ଡିଲିଟ - ୨୦୧୦ (ବିଦ୍ୟାସାଗର ବିଶ୍ୱବିଦ୍ୟାଳୟ)
  • ପଦ୍ମ ଭୂଷଣ - ୨୦୧୧
  • ସାହିତ୍ୟବ୍ରହ୍ମ ସମ୍ମାନ - ୨୦୧୫
  • ଡିଲିଟ - ୨୦୧୫ (ଆଇ ଆଇ ଏସ ଆଇ ଟି, ଶିବପୁର)
  • ଜ୍ଞାନପୀଠ ପୁରସ୍କାର - ୨୦୧୬[୮]

ଆଧାର[ସମ୍ପାଦନା]

  1. Pharida Kabira (1986). Pañcāsa Bacharera Premera Kabitā: Bāṃlādeśa O Paścimabāṃlāra Kabitāra Panḍulipi Saṃkalana. Signorinā. p. 82.
  2. S. Irudaya Rajan; Sumeetha M. (1 November 2019). Handbook of Internal Migration in India. SAGE Publishing India. pp. 510–. ISBN 978-93-5328-562-3.
  3. "Shankha Ghosh: A gifted and sensitive writer". www.thehindu.com. the hindu. Retrieved 28 February 2020.
  4. "Acclaimed Bengali poet Shankha Ghosh to get 2016 Jnanpith Award". Daily News Analysis. 23 December 2016. Archived from the original on 23 December 2016. Retrieved 23 December 2016.
  5. "Bengali poet Shankha Ghosh dies battling COVID-19". www.indianexpress.com. The Indian Express. Archived from the original on 21 April 2021. Retrieved 21 April 2021.
  6. Śaṅkha Ghosha (1 January 1992). Emperor Babur's Prayer and Other Poems. Sahitya Akademi. ISBN 978-81-7201-187-1.
  7. Mass Media in India. Publications Division, Ministry of Information and Broadcasting, Government of India. 2000.
  8. "Veteran Bengali poet Shankha Ghosh selected for 2016 Jnanpith Award". www.indiatoday.in. india today. Retrieved 28 February 2020.